oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି
  • ||
  • ନଭେମ୍ବର ୩ରେ ଧାମନଗର ଉପନିର୍ବାଚନ, ଅକ୍ଟୋବର ୭ରେ ପ୍ରକାଶ ପାଇବ ବିଜ୍ଞପ୍ତି
  • ||
  • ଉତ୍ତରପ୍ରଦେଶ: ଦୁର୍ଗାପୂଜା ପେଣ୍ଡାଲରେ ଲାଗିଲା ନିଆଁ, ୫ ମୃତ ଓ ଅନେକ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

୨୦୨୪ରେ ଆସିବ ଆପଲ କାର୍ ! ମିଳିବ ଆଡଭାନ୍ସଡ୍ ବ୍ୟାଟେରୀ ଟେକ୍ନୋଲୋଜି

22/12/2020 at 10:13 AM

ନ୍ୟୁୟର୍କ,୨୨/୧୨:  ଆମେରିକାର ଟେକନୋଲୋଜି ଜିଆଣ୍ଟ୍ ଆପଲ ୨୦୨୪ ସୁଦ୍ଧା କାର୍ ଉତ୍ପାଦନ ଆରମ୍ଭ କରିବ । ଏହି ପାସେଞ୍ଜର କାର୍ ଆଡଭାନ୍ସଡ୍ ବ୍ୟାଟେରୀ ଟେକ୍ନୋଲୋଜି ଉପରେ ଆଧାରିତ ହେବ ।

ନ୍ୟୁଜ୍ ଏଜେନ୍ସି ରାୟଟର୍ସ ଅନୁସାରେ, କମ୍ପାନୀ ପ୍ରୋଜେକ୍ଟ ଟାଇଟନ୍ ନାମରେ ୨୦୧୪ରୁ ହିଁ ଅଟୋ ସେକ୍ଟରରେ ପାଦ ରଖିବା ପାଇଁ କାମ ଆରମ୍ଭ କରିଦେଇଛି । ଏହି ସମୟରେ କମ୍ପାନୀ କାରର ଏକ ଡିଜାଇନ୍ ପ୍ରସ୍ତୁତ କରିଥିଲା । ପରେ ଏଥିରୁ କିଛି ସମୟ ପାଇଁ କମ୍ପାନୀ ପଛକୁ ହଟି ସଫ୍ଟଓୟାର ଉପରେ ଫୋକସ୍ କରିଥିଲା

ରାୟଟର୍ସ ଅନୁସାରେ, ଏବେ ଆପଲ ନିଜେ ଏହି ପ୍ରୋଜେକ୍ଟ ବାବଦରେ ସୂଚନା ଦେଇନାହିଁ । ଏହି ପ୍ରୋଜେକ୍ଟକୁ ଦେଖିବା ପାଇଁ ୨୦୧୮ରେ କମ୍ପାନୀ ଛାଡିଥିବା ବରିଷ୍ଠ ଅଧିକାରୀ ଡୋଗ୍ ଫିଲ୍ଡ ପୁଣି ଫେରି ଆସିଛନ୍ତି । ସେତେବେଳେ ସେ ଟେସଲା ଇଙ୍କରେ କାମ କରୁଥିଲେ । ସେ ୧୯୦ ଜଣିଆ ଏକ ଟିମ୍ ତିଆରି କରିଥିଲେ ।

ଏହାପରେ କମ୍ପାନୀ ଅଟୋ ମୋବାଇଲ ମାମଲାରେ ଅଧିକ ପ୍ରଗତି ହାସଲ କରିଛି । କମ୍ପାନୀ ଉପଭୋକ୍ତାଙ୍କ ପାଇଁ ଉପଯୁକ୍ତ ବାହାନ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛି । ଆପଲ୍ ଏହି ଯୋଜନାକୁ ସାର୍ବଜନୀନ କରିନାହିଁ । ତେବେ କାର୍ ତିଆରି ପାଇଁ କମ୍ପାନୀକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ । ଗୁଗଲର ମୂଳ କମ୍ପାନୀ ଆଲଫାବେଟ୍ ମଧ୍ୟ ରୋବୋ ଟାକ୍ସି କାର୍ ଆରମ୍ଭ କରୁଛି । ଯାହା ବିନା ଡ୍ରାଇଭରରେ ଚାଲିପାରିବ ।

ଆପଲ୍ ଏପରି ଏକ ନୂଆ ବ୍ୟାଟେରୀକୁ ଡିଜାଇନ୍ କରୁଛି ଯାହା ବାହାନକୁ ଅଧିକ ଶକ୍ତି ଯୋଗାଇବ ଓ ଦୀର୍ଘ ସମୟ ଧରି ଚାଲିବ । ଏହା ଉପରେ କମ୍ପାନୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି ।  

   Related Posts