ବିରୋଧ ପରେ କ୍ଷମା ମାଗିଲେ ଟିଏମସି ମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ନେଇ ଦେଇଥିଲେ ଅଶାଳୀନ ମନ୍ତବ୍ୟ

Published By : Prameya-News7 Bureau | November 12, 2022 IST

କୋଲକାତା: ବିରୋଧୀଙ୍କ ଚାପରେ ଚେପା ହେଲେ ଟିଏମସି ମନ୍ତ୍ରୀ । ବିବାଦୀୟ ବୟାନକୁ ବିରୋଧ ପରେ କ୍ଷମା ମାଗିଲେ ଅଖିଲ ଗିରି । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ ପଶ୍ଚିମବଙ୍ଗ ସରକାରଙ୍କ ରାଷ୍ଟ୍ରମନ୍ତ୍ରୀ ଅଖିଲ ଗିରି । ବାକ୍ ସଂଯମତା ଭୁଲିଯାଇ ରାଷ୍ଟ୍ରପତିଙ୍କ ଚେହେରାକୁ ନେଇ ଅଶାଳୀନ ଟିପ୍ପଣୀ ଦେଇଥିଲେ । ଏହାକୁ ବିଜେପି ନିନ୍ଦା କରିବା ସହିତ ଅଖିଳଙ୍କୁ ଗିରଫ କରିବାକୁ ଦାବି କରିଥିଲା । ଏନେଇ ନିଜ ଦଳ ଓ ଦଳ ବାହାରୁ ଚାପ ପଡ଼ିବା ପରେ କ୍ଷମା ପ୍ରାର୍ଥନା କରିଛନ୍ତି ଅଖିଲ ଗିରି ।

ପଶ୍ଚିମବଙ୍ଗ ନନ୍ଦିଗ୍ରାମରେ ସହିଦ ଦିବସ ସମାରୋରେ ମନ୍ତ୍ରୀ ଅଖିଲ ଗିରି ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଥିଲେ। ମହାମହିମ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁଙ୍କ ନାଁ ନନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲା । ଶୁଭେନ୍ଦୁ ଅଧିକାରୀଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ, ତୃଣମୂଳ କଂଗ୍ରେସ ଲୋକଙ୍କ ରୂପ ଓ ଚେହେରାକୁ ନେଇ ବିଚାର କରିନଥାଏ । ‘ଶୁଭେନ୍ଦୁ ଅଧିକାରୀ କହୁଛନ୍ତି ମୁଁ ସୁନ୍ଦର ନୁହେଁ । ସେ ବି ନିଜକୁ ଦେଖିବା ଦରକାର । ଆମେ ଆପଣଙ୍କ ରାଷ୍ଟ୍ରପତିଙ୍କ ଚୌକିକୁ ସମ୍ମାନ କରୁଛୁ । ଆପଣଙ୍କ ରାଷ୍ଟ୍ରପତି କିପରି ଦେଖାଯାଉଛନ୍ତି' ବୋଲି ଟିପ୍ପଣୀ ଦେଇଥିଲେ । ମହାମହିମଙ୍କୁ ନେଇ ଅଖିଲଙ୍କ ଏପରି ବିବାଦୀୟ ବୟାନକୁ ବିରୋଧ କରିଛି ବିଜେପି । ବିଭିନ୍ନ ସ୍ଥାନରେ ଅଖିଳଙ୍କ ବିରୋଧରେ ନାରାବାଜି କରିବା ସହିତ ଗିରଫ ପାଇଁ ଦାବି ହୋଇଛି । ସେପଟେ ଏହା ଅଖିଲଙ୍କ ନିଜସ୍ବ ମନ୍ତବ୍ୟ ବୋଲି କହି ତୃଣମୂଳ କଂଗ୍ରେସ ମନ୍ତ୍ରୀଙ୍କ ହାତ ଛାଡ଼ି ଦେଇଛି ।  ଚାରିଆଡ଼ୁ ଚାପ ପଡ଼ିବା ପରେ ରାଷ୍ଟ୍ରପତିଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ମନ୍ତ୍ରୀ ଅଖିଲ ଗିରି ।  

ପଶ୍ଚିମବଙ୍ଗ ବିଜେପି ଅଖିଳଙ୍କ ୧୭ ସେକେଣ୍ଡ ଭିଡିଓକୁ ସେୟାର କରି ମମତା ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ଆଦବାସୀ ବିରୋଧୀ ବୋଲି ଅଭିଯୋଗ କରିଛି । ଅନ୍ୟପଟେ ଅମିତ ମାଲଭିୟ କହିଛନ୍ତି, ମମତା ବାନାର୍ଜୀ ସବୁବେଳେ ଆଦିବାସୀ ବିରୋଧୀ ଓ ସେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରି ନଥିଲେ ।

ଅନ୍ୟପଟେ ରାଜ୍ୟ ବିଜେପିର ଆଦିବାସୀ ସମାଜ ଏହାକୁ ବିରୋଧ କରି ଶନିବାର କ୍ୟାପିଟାଲ ଥାନାରେ ଏତଲା ଦେଇଛି । ଅଖିଳ ଗିରିଙ୍କୁ ତୁରନ୍ତ ଗିରଫ କରିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛି ଆଦିବାସୀ ସମାଜ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.