ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ଅବସରପ୍ରାପ୍ତ ମେଜର ଜେନେରାଲ ତଥା ପୂର୍ବତନ ମହାକାଶଚାରୀ ୱିଲିୟମ୍ ଆଣ୍ଡେର୍ସଙ୍କ ମୃତ୍ୟୁ। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଆଣ୍ଡର୍ସ ବିମାନକୁ ଏକାକୀ ଉଡାଉଥିଲେ ଏବଂ ବିମାନଟି ୱାଶିଂଟନର ସାନ ଜୁଆନ୍ ଦ୍ୱୀପ ନିକଟରେ ପାଣିରେ ଖସିପଡିଥିଲା। ତାଙ୍କ ପୁଅ ଗ୍ରେଗ ଆଣ୍ଡେର୍ସ, ପୂର୍ବତନ ବାୟୁସେନା ଲେଫ୍ଟନାଣ୍ଟ କର୍ଣ୍ଣେଲ ତାଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଛନ୍ତି। ୧୯୬୮ ମସିହାରେ ୱିଲିୟମ୍ ଆଣ୍ଡର୍ସ ଆଇକନିକ୍ "ଆର୍ଥରାଇଜ୍" ଫଟୋ ଉଠାଇଥିଲେ।
"ଆର୍ଥରାଇଜ୍" ହେଉଛି ପୃଥିବୀର ଏବଂ ଚନ୍ଦ୍ର ପୃଷ୍ଠର ଏକ ଅଂଶ, ଯାହାକୁ ଆଣ୍ଡେର୍ସ ଚନ୍ଦ୍ରର କକ୍ଷପଥରୁ ଫଟୋ ଉଠାଇଥିଲେ। ତାଙ୍କ ପୁଅ ଗ୍ରେଗ ଆଣ୍ଡେର୍ସ କହିଛନ୍ତି, " ସେ ଜଣେ ଦକ୍ଷ ବିମାନ ଚାଳକ ଥିଲେ ଏବଂ ଆମେ ତାଙ୍କୁ ବହୁତ ମନେ ପକାଇବୁ। ସ୍ପେସ୍ ଫଟୋରେ ଏହି ଫଟୋ ହେଉଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ।
ଆଣ୍ଡେର୍ସ ଦ୍ୱାରା ମହାକାଶରୁ ନିଆଯାଇଥିବା ପୃଥିବୀର ପ୍ରଥମ ରଙ୍ଗୀନ ଫଟୋ ଆଧୁନିକ ଇତିହାସର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଫଟୋଗ୍ରାଫି ଅଟେ। ଏହି ଫଟୋ ବିଶ୍ୱର ପରିବେଶ ଆନ୍ଦୋଳନକୁ ଉତ୍ସାହିତ କରିଛି।
ଚନ୍ଦ୍ରର ଚତୁର୍ଥ କକ୍ଷପଥରେ ଆଣ୍ଡେର୍ସ ଫଟୋ ଉଠାଇଥିଲେ, ଯେତେବେଳେ ଏହା କଳା ରଙ୍ଗରୁ ଏବଂ ଧଳା ରଙ୍ଗକୁ ବଦଳାଉଥିଲା। ଆଣ୍ଡର୍ସ କହିଥିଲେ, 'ହେ ଭଗବାନ, ସେହି ଚିତ୍ରକୁ ଦେଖ। ପୃଥିବୀ ଉପରକୁ ଆସୁଛି। ଓଃ କେତେ ସୁନ୍ଦର! '
ଡିସେମ୍ବର ୧୯୬୮ରେ ଆପୋଲୋ-8 ମିଶନ୍ ହେଉଛି ପ୍ରଥମ ମାନବ ମହାକାଶଯାନ ଯାହାକି ପୃଥିବୀ କକ୍ଷପଥରୁ ଚନ୍ଦ୍ରକୁ ଯାତ୍ରା କରି ଫେରି ଆସିଥିଲା। ଏହା ନାସାର ସବୁଠୁ ଦୁଃସାହସିକ ପଦକ୍ଷେପ ଓ ସବୁଠାରୁ ବିପଜ୍ଜନକ ଯାତ୍ରା ଥିଲା।