ନିସ୍ତବ୍ଧ ଜେଲ୍‌ ନଂ ୩, ନିରବ ସେହି ୪ଜଣ…

Published By : Prameya-News7 Bureau | March 19, 2020 IST

ନୂଆଦିଲ୍ଲୀ ୧୯।୦୩: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଶୁକ୍ରବାର ଦିନ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବ।   ଫାଶୀ ନେଇ ଦୋଷୀ ବିଚଳିତ ହୋଇ ପଡିଲେଣି। ମାର୍ଚ୍ଚ ୨୦ ଯେମିତି ପାଖେଇ ଆସୁଛି ଦୋଷୀଙ୍କ ଆୟୁ ମଧ୍ୟ କମିବାରେ ଲାଗିଛି। ଫାଶୀର ୧୬ ଘଣ୍ଟା ପୂର୍ବରୁ ବାକି ଥିବା ବେଳେ ଜେଲ୍‌ କର୍ତ୍ତୃପକ୍ଷ ନିଜର ଅନ୍ତିମ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଶୁକ୍ରବାର ସକାଳ ୫.୩୦ ସମୟରେ ଚାରି ଦେଶୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ । ଚାରି ଦୋଶୀ ମୁକେଶ ସିଂ, ଅକ୍ଷୟ ଠାକୁର, ପୱନ ଗୁପ୍ତା ଏବଂ ବିନୟ ଶର୍ମାଙ୍କୁ ଏକକାଳୀନ ଜେଲ ନମ୍ବର ୩ ରେ ଫାଶୀ ଦିଆଯିବ। ଫାଶୀ ପାଇଁ ବୁଧବାର ଠାରୁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ମଧ୍ୟରେ ଜହ୍ଲାଦ ପବନଙ୍କୁ ତିହାର ଜେଲ୍‌ର ନମ୍ବର ୩ ସ୍ଥିତ ଫାଶୀ ଘର ପରିଦର୍ଶନ କରିଛନ୍ତି।

{"id":240918,"sizeSlug":"large"}

ଜେଲ୍‌ର ବରିଷ୍ଠ ଅଧିକାରୀମାନେ  ପରିଦର୍ଶନ କରିବା ସହ ଯାଞ୍ଚ ମଧ୍ୟ କରିଛନ୍ତି । ଫାଶୀରେ ବ୍ୟବହୃତ ହେବାକୁ ଥିବା ୧୦ଟି ଦଉଡି ବିହାରର ବକ୍ସରରୁ ଅଣାଯାଇଛି । ଯାହା ଫାଶୀ ବିମ୍‌ରେ ବନ୍ଧା ହୋଇଛି । ଗୁରୁବାର ଦିନ ଶେଷ ଥର ପାଇଁ ଯାଞ୍ଚ ମଧ୍ୟ କରାଯିବ । ଉତ୍ତରପ୍ରଦେଶ ମେରୁଟ ବାସିନ୍ଦା ପବନ ଜହ୍ଲାଦକୁ  ଫାଶୀ ପାଇଁ ସ୍ବତନ୍ତ ଭାବେ ତିହାର ଜେଲ୍‌କୁ  ଅଣାଯାଇଛି । ଫାଶୀ ପାଇଁ ପଓ୍ବନଙ୍କୁ ୧୫,୦୦୦ଟଙ୍କା ଦିଆଯିବ ବୋଲି ଜଣାପଡିଛି । ଗୋଟିଏ ସମୟରେ ଫାଶୀ ପାଇବେ ଚାରିଦୋଶୀ । ଯାହା ତିହାର ଜେଲ୍ ଇତିହାସରେ ପ୍ରଥମ ବୋଲି ଜଣାପଡିଛି ।  ଶୁକ୍ରବାର ଦିନ ଫାଶୀ ସମୟରେ ପଓ୍ବନ ସହ ଜେଲ୍‌ ଅଧୀକ୍ଷକ ଓ ଡାକ୍ତର ଉପସ୍ଥିତ ରହିବେ ।

ଗୁରୁବାର ଦିନ ସଂଧ୍ୟା ସମୟରେ ଶେଷ ଥର ପାଇଁ ଫାଶୀ ଘର ଯାଞ୍ଚ କରାଯିବ । ଜେଲ୍‌ ଅଧୀକ୍ଷକ ଦୋଷୀମାନଙ୍କ ସହ କଥା ହେବ ଏବଂ ସେମାନଙ୍କୁ ଚିଠି ଲେଖିବାକୁ ଚାହୁଁଛନ୍ତି ନା ଶେଷ ଇଚ୍ଛା କଣ ବୋଲି ପଚାରିବେ । ଶୁକ୍ରବାର ସକାଳ ୬.୩୦ ପୂର୍ବରୁ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯିବ । ଫାଶୀ ପରେ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ ।

ତିହାର ଜେଲ୍‌ରେ ସମସ୍ତ ଦୋଷୀଙ୍କ ଅଲଗା ଅଲଗା ରଖାଯାଇଥିଲା । ଦିନକୁ ଅତିକମ୍‌ରେ ଦୁଇରୁ ତିନିଥର ଜେଲ୍ ଓ୍ବାର୍ଡେନ୍‌ ସେମାନଙ୍କୁ ଯାଞ୍ଚ କରିଥାନ୍ତି । ଦିନରାତି ସେମାନଙ୍କୁ କଡା ନଜରରେ ରଖାଯାଏ। ଜଣେ ଦ୍ୱିତୀୟ ଜେଲ୍ ଅଧିକାରୀ କହିଛନ୍ତି, ଯିଏକି ମଧ୍ୟ ନାମକରଣ କରିବାକୁ ଇଚ୍ଛା କରିନାହାଁନ୍ତି ।

ଇତିହାସରେ ପ୍ରଥମ ଥର ଚାରି ଜଣଙ୍କୁ ଦିଆଯିବ ଫାଶୀ

ମାର୍ଚ୍ଚ ୨୦ ସକାଳ ୫ଟା ୩୦ରେ ନିର୍ଭୟା ମାମଲାର ଚାରି ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲାଯିବ । ତିହାର୍ ଜେଲର ପୂର୍ବତନ ମୁଖପାତ୍ର ତଥା ଆଇନ ପରାମର୍ଶଦାତା ସୁନିଲ ଗୁପ୍ତାଙ୍କ ଅନୁସାରେ ନିଜର ୩୫ ବର୍ଷର କାର୍ଯ୍ୟକାଳରେ ସେ ଆଠ ଥର ଫାଶୀ ଦେଖିଛନ୍ତି । ଏଥିରେ ୧୯୮୨ରେ ହୋଇଥିବା ରଙ୍ଗା-ବିଲ୍ଲାଙ୍କ ଫାଶୀ ଓ ୨୦୧୩ରେ ଅଫଜଲ ଗୁରୁର ଫାଶୀ ସାମିଲ । ସୁନିଲ ଗୁପ୍ତାଙ୍କ ଅନୁଯାୟୀ ତିହାର  ଜେଲର ଇତିହାସରେ ପ୍ରଥମ ଥର ଏକ ସଙ୍ଗେ ଚାରି ଦୋଷୀଙ୍କୁ ଫାଶୀରେ ଝୁଲାଯିବ ।

ଅଧା ଘଣ୍ଟା ପର୍ଯ୍ୟନ୍ତ ଫାଶୀ ଖୁଣ୍ଟରେ ଝୁଲି ରହିବେ ଦୋଷୀ

ସୁନିଲ ଗୁପ୍ତାଙ୍କ ଅନୁଯାୟୀ ଫାଶୀ  ହେବା ପରେ ପ୍ରାୟ ୩୦ ମିନିଟ୍ ପର୍ଯ୍ୟନ୍ତ ଦୋଷୀଙ୍କୁ ଫାଶୀ ଫନ୍ଦାରେ ଝୁଲା ଯାଇ ରଖାଯିବ । ଏହା ପରେ ଡାକ୍ତର ସେମାନଙ୍କର ସ୍ୱାସ୍ଥ୍ୟ ଯାଂଚ କରିବା ପରେ ମୃତ ଘୋଷଣା କରିବେ । ପୁଣି ସେମାନଙ୍କର ଶବକୁ ବ୍ୟବଚ୍ଛେଦ ଲାଗି ହସ୍ପିଟାଲର ଶବ ଗୃହକୁ ପଠାଇ ଦିଆଯିବ । ଶବ ବ୍ୟବଚ୍ଛେଦ ପରେ ସେମାନଙ୍କର ମୃତ ଶରୀରକୁ ପରିଜନଙ୍କୁ ହସ୍ତାନ୍ତର କରାଯିବ । ଯଦି କେହି ଶବ ନେବାକୁ ମନା  କରନ୍ତି ତେବେ ତାର ଅନ୍ତିମ ସଂସ୍କାର ତିହାର ଜେଲ୍ କର୍ତୃପକ୍ଷ ଦ୍ୱାରା କରାଯିବ । ଜେଲ୍ ପ୍ରଶାସନ ଦ୍ୱାରା ଚାରି ଦୋଷୀଙ୍କ ସାମଗ୍ରୀକୁ ସେମାନଙ୍କର ପରିବାର ଲୋକଙ୍କ ହାତରେ ହସ୍ତାନ୍ତର କରାଯିବ ।

ଜେଲ୍ ମୁଖପାତ୍ର ରାଜକୁମାରଙ୍କ ଅନୁସାରେ ଫାଶୀର ସଜା ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ହୋଇଥାଏ, ଯଦ୍ୱାରା ଭବିଷ୍ୟତରେ କେହି ଏମିତି ଅପରାଧ କରିବାକୁ ସାହାସ କରିବେ ନାହିଁ । ହତ୍ୟା ମାମଲାରେ ମଧ୍ୟ ଅନେକ ଥର ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳି ସାରିଛି । ମାତ୍ର ଏହାର କୌଣସି ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିନାହିଁ । ଓଲଟା ରାଜଧାନୀ ସମେତ ସମଗ୍ର ଦେଶରେ ହତ୍ୟା ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି ।

ଏହି ଚାରିଜଣ ବ୍ୟକ୍ତି ୨୦୧୨ ଡିସେମ୍ବର ୧୬ରେ ଦକ୍ଷିଣ ଦିଲ୍ଲୀର ଏକ ଚଳନ୍ତା ବସ୍ ଭିତରେ ଜଣେ ୨୩ ବର୍ଷୀୟ ପାରାମେଡିକାଲ୍‌ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ସହ ରାସ୍ତା କଡରେ ଫିଙ୍ଗିଦେଇଥିଲେ ।   ଦୁଇ ସପ୍ତାହ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ସିଙ୍ଗାପୁରର ଏକ ଡାକ୍ତରଖାନାରେ ଯୁବତୀଙ୍କ ପ୍ରାଣ ହରାଇଥିଲେ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.