BCI ବିଜ୍ଞପ୍ତି: ନିଲମ୍ୱିତ ଓକିଲଙ୍କୁ ଛାଡ଼ି ଅନ୍ୟ ଆଇନଜୀବି କରିବେ ଓକିଲାତି, ୫୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | December 17, 2022 IST

ସମ୍ୱଲପୁର ୧୭/୧୨: ନିଲମ୍ବିତ ହୋଇଥିବା ୫୪ ଜଣ ଆଇନଜୀବୀଙ୍କୁ ଛାଡ଼ି, ସମ୍ବଲପୁର ବାର ଆସୋସିଏସନର ଅନ୍ୟ ଓକିଲମାନେ ଓକିଲାତି କରିପାରିବେ। ବାର କାଉନସିଲ ଅଫ ଇଣ୍ଡିଆ (ବିସିଆଇ) ଏଭଳି ସାନି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନିଲମ୍ବିତ ଓକିଲମାନଙ୍କୁ ବିସିଆଇ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଛି। ୨୦୨୩ ଫେବୃୟାରୀ ୧୫ ସୁଦ୍ଧା କାରଣ ଦର୍ଶାଅ ନୋଟିସର ଉତ୍ତର ଦେବାପାଇଁ ବିସିଆଇ ନିଲମ୍ୱିତ ଆଇନଜୀବିଙ୍କୁ ନିର୍ଦ୍ଦେଶ ଦେଇଛି। ତେଣେ ସମ୍ବଲପୁର ଘଟଣାର କାରଣ ଖୋଜିବାକୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ମଧ୍ୟ ଗଠନ କରାଯାଇଛି।

ବିସିଆଇକୁ ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ଡିପି ଧଳ, ବରିଷ୍ଠ ଆଇନଜୀବୀ ଯଶୋବନ୍ତ ଦାସ, ଏବଂ ରାଜ୍ୟ ବାର କାଉନସିଲର ଅଧ୍ୟକ୍ଷ ତଥା ବରିଷ୍ଠ  ଓକିଲ ମାନସ ମହାପାତ୍ର ୩ଜଣ ଏହି ଟିମରେ ଅଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ସମ୍ବଲପୁର ଗସ୍ତ କରିବା ସହ ତଥ୍ୟ ସଂଗ୍ରହ କରି ୨୦୨୩ ଜାନୁୟାରୀ ୧୫ ସୁଦ୍ଧା ବିସିଆଇକୁ ରିପୋର୍ଟ ଦେବାକୁ ମଧ୍ୟ ବିଜ୍ଞାପ୍ତିରେ ଦର୍ଶଯାଇଛି। ନିଲମ୍ବିତ ୫୪ ଜଣ ଓକିଲଙ୍କ ମଧ୍ୟରୁ କିଛି ଆଇନଜୀବୀଙ୍କ ନାଁ ଅଧିକ ଥର ବାର ତାଲିକାଭୁକ୍ତ ହୋଇଥିବା ମଧ୍ୟ ଜଣା ପଡ଼ିଛି। ତାକୁ ଖୁବଶୀଘ୍ର ସଂଶୋଧନ କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଷ୍ଟେଟ ବାର କାଉନସିଲ ସଚିବ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.