ଆତ୍ମହତ୍ୟା ପୂର୍ବରୁ ମାଆଙ୍କୁ ଅପର୍ଣ୍ଣାଙ୍କ ଶେଷ ଭିଡିଓ କଲ୍, ସ୍ଵାମୀଙ୍କୁ ନେଇ କରିଥିଲେ ଖୁଲାସା

Published By : Prameya-News7 Bureau | September 05, 2023 IST

ମୁମ୍ଵାଇ ୦୫।୦୯: ମାଲାୟାଲମ ଅଭିନେତ୍ରୀ ଅପର୍ଣ୍ଣା ନାୟାରଙ୍କ ମୃତଦେହ ତାଙ୍କ ଘରେ ମିଳିଥିଲା। ସେ ଥିରୁବନନ୍ତପୁରମରେ ରହୁଥିଲେ। ଅଗଷ୍ଟ ୩୧ ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପରେ ପୋଲିସ ସମସ୍ତଙ୍କ ବିବୃତ୍ତି ରେକର୍ଡ କରି ମାମଲାର ତଦନ୍ତର କରିଥିଲା। ବର୍ତ୍ତମାନ ଏହି ଘଟଣାର ସର୍ବଶେଷ ଅପଡେଟ୍‌ ଜାଣିବାକୁ ମିଳିଛି ଯେ ମାତା ବିନା ଜ୍ଵାଇଁଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଅପର୍ଣ୍ଣାଙ୍କ ସ୍ୱାମୀ ସଞ୍ଜିତ ଆତ୍ମହତ୍ୟା କରିବାକୁ ଉସକାଇ ଥିଲେ। ଅଭିଯୋଗ ଅଛି ଯେ ସଞ୍ଜିତ ତାଙ୍କ ଝିଅକୁ ମାନସିକ ନିର୍ଯାତନା ଦେଉଥିଲେ। ଏହା ହିଁ ତାଙ୍କ ଝିଅର ମୃତ୍ୟୁର କାରଣ।

ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଏକ ଭିଡିଓ କଲରେ ତାଙ୍କ ମାଆଙ୍କ ସହ କଥା ହେବା ପରେ ଏହି ବଡ ପଦକ୍ଷେପ ନେଇଥିଲେ। ମାଆ ବିନାଙ୍କ ଅନୁଯାୟୀ ଝିଅ ଅପର୍ଣ୍ଣା ଭିଡିଓ କଲରେ କହିଛନ୍ତି ଯେ ସେ ସ୍ୱାମୀ ସଞ୍ଜିତଙ୍କ ମାନସିକ ନିର୍ଯ୍ୟାତନାକୁ ଆଉ ବରଦାସ୍ତ କରିବେ ନାହିଁ। ତାଙ୍କ ମା କହିଛନ୍ତି, 'ଅତୀତରେ କ’ଣ ଘଟିଥିଲା ​​କେବଳ ଅପର୍ଣ୍ଣା ଏବଂ ସଞ୍ଜିତ ଜାଣିଛନ୍ତି। ସେ ଶୁକ୍ରବାର ସକାଳେ ମୋତେ ଫୋନ୍ କରି କହିଥିଲେ ଯେ ସେ ଯାଉଛନ୍ତି।

wp:html
/wp:html

ଅଭିନେତ୍ରୀଙ୍କ ମା ଆହୁରି କହିଛନ୍ତି, ଅପର୍ଣ୍ଣା ସୁରକ୍ଷିତ କି ନାହିଁ ଜାଣିବା ପାଇଁ ମୁଁ ସଙ୍ଗେ ସଙ୍ଗେ ସଞ୍ଜିତଙ୍କୁ କଲ କଲି। ମୁଁ ତାଙ୍କୁ କହିଲି କବାଟ ଭାଙ୍ଗି ଭିତରକୁ ଯାଅ ଏବଂ ତାଙ୍କୁ କୌଣସି ଭୁଲ ପଦକ୍ଷେପ ନେବାକୁ ରୋକି ଦିଅ କିନ୍ତୁ ସେ ମୋ କଥା ଶୁଣିଲେ ନାହିଁ। ବିନା ଆହୁରି କହିଛନ୍ତି ଯେ ସଞ୍ଜିତ ଅଧା ଘଣ୍ଟା ପରେ ଅପର୍ଣ୍ଣାଙ୍କ ରୁମ୍‌କୁ ଯାଇଥିଲେ, କିନ୍ତୁ ସେତେବେଳକୁ ସେ ମୃତ୍ୟୁବରଣ କରି ସାରିଥିଲେ। ବିନା କହିଛନ୍ତି ଯେ ଯଦି ସେ ତୁରନ୍ତ ଏହି କଲର ଉତ୍ତର ଦେଇଥାନ୍ତେ, ତେବେ ସେ ବୋଧହୁଏ ଅପର୍ଣ୍ଣାଙ୍କ ମୃତ୍ୟୁକୁ ରୋକି ପାରିଥାନ୍ତେ। ମା ଆହୁରି ମଧ୍ୟ କହିଥିଲେ ଯେ ଏହି ଦୁଇ ଜଣଙ୍କର ଦାମ୍ପତ୍ୟ ଜୀବନ ଭଲରେ ଚାଲି ନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.