ରାଜ୍ୟ ସରକାର ଆଗୁଆ ନିର୍ବାଚନ ପାଇଁ ତରତର କାହିଁକି : ଅପରାଜିତା ଷଡଙ୍ଗୀ

Published By : Prameya-News7 Bureau | August 14, 2023 IST

ଭୁବନେଶ୍ବର : ରାଜ୍ୟରେ ଆଗୁଆ ନିର୍ବାଚନ ଓ ବିଜେପି-ବିଜେଡି ମେଣ୍ଟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ଆଗୁଆ ନିର୍ବାଚନ ପାଇଁ ତରତର କାହିଁକି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି । ଲୋକଙ୍କ ଠାରୁ ପାଞ୍ଚ ବର୍ଷ ପାଇଛନ୍ତି, ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ । କେନ୍ଦ୍ର ସରକାର ଯେପର୍ଯ୍ୟନ୍ତ ରାଜ୍ୟର ପ୍ରସ୍ତାବକୁ ସ୍ବୀକାର କରିନାହିଁ, ଅନୁମୋଦନ କରିନାହିଁ ତାହା ହେଲେ କେମିତି ନିର୍ବାଚନ ହେବ।

ପ୍ରତିଦିନ ବିଜେପି କର୍ମୀ ଭୁବନେଶ୍ୱରରୁ ଆରମ୍ଭ କରି ସାରା ଭାରତ ବର୍ଷରେ କାମ କରୁଛନ୍ତି । ଯେବେବି ଓଡିଶାରେ ନିର୍ବାଚନ ହେବ ବିଜେପି ପ୍ରସ୍ତୁତ ଅଛି । ସେଥିରେ କୌଣସି ଅସୁବିଧା ନାହିଁ । ଅମିତ ଶାହ କହିଛିନ୍ତି, ବୁଥ୍‌ରୁ ରାଜ୍ୟ ପର୍ଯ୍ୟନ୍ତ ବିଜେଡି ସରକାର ବିରୋଧରେ ଆନ୍ଦୋଳନ କରନ୍ତୁ । ମେଣ୍ଟ ହେବାର ପ୍ରଶ୍ନ ନାହିଁ । କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ବରିଷ୍ଠ ନେତାମାନେ ବି କହିଛନ୍ତି ମେଣ୍ଟ ହେବ ନାହିଁ ।  ବିଜେପି ବିରୋଧରେ ବିଜେଡି ଯିବ । ବିଜେଡି ବିରୋଧରେ ବିଜେପି ଯିବ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ।

ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଆମେ ଦେଖିବାକୁ ଚାହିଁବୁ । ପାଞ୍ଚ ବର୍ଷ ପାଇଁ ମେନେଡେଟ୍ ପାଇଛନ୍ତି, ପାଞ୍ଚ ବର୍ଷ ପାଇଁ କାମ କରନ୍ତୁ । ପାଞ୍ଚ ବର୍ଷ ପରେ ଯେତେବେଳେ ଲୋକସଭା ଓ ବିଧାନସଭା ଭୋଟ୍ ହେବ, ସେତେବେଳେ ରିପୋର୍ଟ କାର୍ଡ ଦେଇ ନିର୍ବାଚନକୁ ଯାଆନ୍ତୁ । କାହିଁକି ଏତେ ତରବର ହେଉଛନ୍ତି ଭୋଟ୍ ପାଇଁ ରାଜ୍ୟ ସରକାରଙ୍କୁ ପଚାରନ୍ତୁ । ସ୍ୱଚ୍ଛତାର ସହ କାମ କରନ୍ତୁ ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

You Can Read :

wp:embed {"url":"https://www.prameyanews7.com/three-college-student-critical-after-truck-hits-in-bargarh/","type":"wp-embed","providerNameSlug":"prameya-news-7"}
https://www.prameyanews7.com/three-college-student-critical-after-truck-hits-in-bargarh/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.