Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ

4/06/2019 at 8:05 PM

ଭୁବନେଶ୍ୱର ୪/୬: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ମଙ୍ଗଳବାର ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଅପରାଜିତା । ସାକ୍ଷାତ ପରେ ଅପରାଜିତା କହିଛନ୍ତି ଯେ ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ନିର୍ବାଚନ ପରେ ଭେଟିନଥିଲେ, ଏବେ ଭେଟି ଅଭିନନ୍ଦନ ଜଣାଇଛନ୍ତି ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟରେ ସାକ୍ଷାତ କରିଛନ୍ତି ଅପରାଜିତା ।  ସାକ୍ଷାତ କରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଯାହା ଆବଶ୍ୟକ କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଂସଦ ହିସାବରେ ସମସ୍ତ ସହଯୋଗ କରିବେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ସାକ୍ଷାତ ପରେ ଅପରାଜିତା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନରେ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିନଥିଲେ ତେଣୁ ଆଜି ସାକ୍ଷାତ କରି  ଅଭିନନ୍ଦନ ଜଣାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ସୁନ୍ଦର ଓ ସକାରାତ୍ମକ ଆଲୋଚନା ହେଲା ବୋଲି ସେ କହିଛନ୍ତି । ଏବଂ ସେ ଏହା ମଧ୍ଯ କହିଛନ୍ତି ଯେ ବିକାଶର କୌଣସି ଦଳ ନଥାଏ ଏବଂ ସେଥିପାଇଁ ପରସ୍ପର ସହ ମିଶି କାମ କରିବାକୁ ହେବ ।

   Related Posts