ଅପମାନ ସହି ନପାରି ଆତ୍ମହତ୍ୟା କଲା ଛାତ୍ର…
24/02/2020 at 10:33 PM

ବାଲିଆପାଳ୨୪/୨: ଅପମାନ ସହି ନପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର । ଗୋଟିଏ ଦିନ ପୂର୍ବରୁ ଗୋଟିଏ ଦୋକନାରୁ ଚୋରି କରୁଥିବା ଅବସ୍ଥାରେ ଗ୍ରାମବାସୀଙ୍କ ହାତରେ ଧରା ପଡିଥିଲା ନାବାଳକ। ବାଲିଆପାଳ ଥାନା ଅନ୍ତର୍ଗତ ଚଉମୁଖ ଗ୍ରାମର ଏଭଳି ଅଘଟଣା ଘଟିଛି। ମୃତ ନାବଳକର ନାଁ ହେଉଛି ତପନ ମହାକୁଡ, ବୟସ ମାତ୍ର ୧୪ ବର୍ଷ। କଙ୍କଡ଼ାପାଳ ସ୍କୁଲରେ ତପନ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ପୁଅର ଆତ୍ମହତ୍ୟା ପରେ ବାପା ଝାମ୍ପୁଡ଼ା ମହାକୁଡ଼ ସମେତ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।
Related Posts
ସାହିତ୍ୟିକ ହୁସେନ ରବି ଗାନ୍ଧୀଙ୍କ ପରଲୋକ, ୭୫ ବର୍ଷ ବୟସରେ ଦେହାନ୍ତ
28 January 2023