ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଲିଭ୍ ଇନରେ ରହୁଥିବା ଦମ୍ପତ୍ତିଙ୍କୁ ସୁରକ୍ଷା ଦେବାକୁ ମନାକଲେ ହାଇକୋର୍ଟ, କହିଲେ- ‘ଅପବିତ୍ର ସମ୍ପର୍କ’

22/08/2021 at 6:30 PM

ଚଣ୍ଡିଗଡ,୨୨/୦୮:   ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଜଣେ ଦମ୍ପତ୍ତିଙ୍କ ସୁରକ୍ଷା ସମ୍ବନ୍ଧୀୟ ଆବେଦନକୁ ଖାରଜ କରିଛନ୍ତି । ଏହାସହ ଜଣେ ବିବାହିତ ମହିଳାଙ୍କ ଲିଭ୍ ଇନ୍ ରିଲେସନସିପକୁ କୋର୍ଟ ଅପବିତ୍ର ବୋଲି କହିଛନ୍ତି । ନ୍ୟାୟମୂର୍ତ୍ତି ସନ୍ତ ପ୍ରକାଶ ମାମଲାର ଶୁଣାଣି କରିଥିଲେ ।

ନ୍ୟାୟମୂର୍ତ୍ତି କହିଥିଲେ ଯେ, ମହିଳାଙ୍କ ମାତା-ପିତା ତାଙ୍କ ଇଚ୍ଛା ବିରୋଧରେ ୨୦୧୮ରେ ବିବାହ କରିଦେଇଥିଲେ । ବିବାହ ପରେ ତାଙ୍କର ଏକ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । କିନ୍ତୁ ମହିଳା ବିବାହରେ ଖୁସି ନଥିଲେ ।ଆହୁରି ମଧ୍ୟ ସେ ତାଙ୍କ ପତିଙ୍କ ବିରୋଧରେ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ ।  ତେଣୁ ସେ ତାଙ୍କର ବୈବାହିକ ଜୀବନ ଛାଡି ଆଉ ଜଣଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ । ମହିଳା ଓ ଅନ୍ୟ ଯୁବକଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିଲା । ତେଣୁ ସେମାନେ ଗତ ୧୩ ତାରିଖରେ ପୋଲିସରେ ଅଭିଯୋଗ କରିଥିଲେ । କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏକ ଜାତୀୟ ଖବର କାଗଜର ରିପୋର୍ଟ ଅନୁସାରେ, ଅବେଦନକାରୀଙ୍କ ଓକିଲଙ୍କ କଥା ଶୁଣି ନ୍ୟାୟମୂର୍ତ୍ତି ଆହୁରି କହିଥିଲେ ଯେ, ଆବେଦନକୁ ଏକାଧିକ କାରଣ ପାଇଁ ଖାରଜ କରାଯାଉଛି । ମହିଳା ପୂର୍ବରୁ ବିବାହିତା । ବିବାହ ପରେ ତାଙ୍କର ପୁତ୍ର ମଧ୍ୟ ରହିଛନ୍ତି । ବିବାହ ପରେ ବି ସେ ଲିଭ୍ ଇନ୍ ରିଲେସନସିପରେ ରହିଥିଲେ । ଏହାସହ ସମ୍ପର୍କକୁ ଅପବିତ୍ର କରିଥିଲେ । ତେବେ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ମହିଳାଙ୍କ ବିବାହ ବିଚ୍ଛେଦ ନେଇ କୌଣସି ସ୍ପଷ୍ଟ ମତ ଦେଇପାରି ନଥିଲେ ।  

   Related Posts