PMGSY ସଡ଼କ ନିର୍ମାଣ ନିମନ୍ତେ ଓଡ଼ିଶା ସରକାରଙ୍କ ଅନୁମତି ମାଗିଲେ ଆନ୍ଧ୍ରପ୍ରଦେଶ ସରକାର, ଉପକୃତ ହେବେ ସୀମାବର୍ତ୍ତି ୬ଟି ଗାଁର ଲୋକେ

Published By : Prameya-News7 Bureau | July 20, 2021 IST

ଭୁବନେଶ୍ୱର ୨୦।୭:  ବିଜୟନଗରମ ଜିଲ୍ଲା ଜି.ଏଲ.ପୁରମ ମଣ୍ଡଳ ଲଡା ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ସଂଯୁକ୍ତ କରିବା ଲାଗି ଆନ୍ଧ୍ର ପ୍ରଦେଶ ସରକାର ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ନିମନ୍ତେ ନିବେଦନ କରିଛନ୍ତି। ଏ ନେଇ ବିଜୟନଗରମ ଜିଲ୍ଲା ପଞ୍ଚାୟତ ରାଜ ବିଭାଗ ୧୬ ଜୁଲାଇ ୨୦୨୧ ପତ୍ର ସଂଖ୍ୟା ଏପି୨୦ଏକ୍ସଆଇ୦୯୦୩ରେ ନିବେଦନ କରିଥିବା ବେଳେ ୦.୨୪ କିମି ସଡକ ଓଡିଶାର ରାୟଗଡା ଜିଲ୍ଲାର ବିଟି ରୋଡ ଦେଇ ଯାଉଛି। ଏହି ସଡକମାର୍ଗଟି ବିକଶିତ ହେଲେ ଆନ୍ଧ୍ରପ୍ରଦେସର ଲଡା ଗ୍ରାମବାସୀଙ୍କ ସମେତ ଓଡିଶାର ୬ଟି ଗ୍ରାମକୁ ସଡକ ଯୋଗାଯୋଗ ସୁଗମ ହେବ ବୋଲି କୁହାଯାଇଛି।

{"id":483368,"width":842,"height":438,"sizeSlug":"large","linkDestination":"none"}

ଓଡିଶା ସୀମାବର୍ତ୍ତି ଅଞ୍ଚଳରେ ଏହି ସଡକ ନିର୍ମାଣ କାଳରେ ଆବଶ୍ୟକ ହେଉଥିବା କଲଭର୍ଟ ନିର୍ମାଣ କାମ କରାଯାଉଥିବା ବେଳେ ରାୟଗଡା ଜିଲ୍ଲା ପ୍ରଶାସନ କାମ ଅଟକାଇଥିଲେ। ଏଥିଲାଗି ବିଜୟନଗରମ ପଞ୍ଚାୟତରାଜ ବିଭାଗ ନିକଟରେ ଅନୁମତି ନଥିବାରୁ ସେତେବେଳେ କାମ ବନ୍ଦ କରାଯାଇଥିଲା। ଯାହା ଏବେବି ବନ୍ଦ ହୋଇ ରହିଛି ବୋଲି କୁହାଯାଇଛି। ବୀରୁପାଡୁ-ଲଡା ଗ୍ରାମକୁ ସଂଯୋଗ କରିବା ଲାଗି ୨୨.୭  କିଲୋମିଟର ଦୀର୍ଘ ଏହି ଗ୍ରାମ ସଡକଟିର ନିର୍ମାଣ ଲାଗି ଯୋଜନାରେ ୧୪୨.୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

{"align":"center","id":483369,"sizeSlug":"large","linkDestination":"none"}

ଆର ଏଣ୍ଡ ବି ଏହି ସଡକ ନିର୍ମାଣ କରୁଥିବା ବେଳେ କାମ ଅଧାରେ ଅଟକି ରହିଛି। ଏହି ସଡକ ନିର୍ମାଣ ଲାଗି କୌଣସି ବିକଳ୍ପ ମଧ୍ୟ ନାହିଁ। ଏଣୁ ଓଡିଶା ସରକାରଙ୍କୁ ସୀମାବର୍ତ୍ତି ଆନ୍ଧ୍ରପ୍ରଦେଶର ଗ୍ରାମ୍ୟ ସଡକ ନିର୍ମାଣ ଲାଗି ଅନୁମତି ଦେବା ନିହାତି ଆବଶ୍ୟକ ବୋଲି କହିଛନ୍ତି। ଏହି ସଡକଟି ନିର୍ମାଣ ହେଲେ ସୀମାବର୍ତ୍ତୀ ଓଡିଶା ରାୟଗଡା ଜିଲ୍ଲାର ଅନ୍ୟ କେ.କୁଣ୍ଡମ, ଗୌଡକୁଣ୍ଡମ ଆଦି ୬ଟି ଜନବସତୀ ସଡକ ଯୋଗାଯୋଗରେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.