ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ହ୍ଵାଟସଆପକୁ ଆସୁଛିକି ଲଟେରୀ ଉଠିବାର ମେସେଜ, ସାବଧାନ ଥାଆନ୍ତୁ… ଆପଣ ବି ଠକିଯାଇପାରନ୍ତି

15/12/2018 at 9:37 PM

ପାନିପଥ ୧୫/୧୨:  ଆପଣଙ୍କୁକେହି ବାରବାର ଫୋନ କରି କହୁଛନ୍ତି କି, ଆପଣଙ୍କର କେବିସିରେ ଲଟେରୀ ଲାଗିଯାଇଛି । ଆପଣ ରାତାରାତିକୋଟିପତି ହୋଇଯିବେ । ତା ହେଲେ ଜାଣନ୍ତୁ ଆପଣ କୌଣସି ଠକଙ୍କ ହାବୁଡ଼ରେ ପଡ଼ିସାରିଲେଣି । ଯଦି ସାବଧାନନହେବ ତାହେଲେ ଠକି ଯିବାର ଅନେକ ସୁଯୋଗ ବି ଅଛି । ଆପଣ ଯଦି ଜାଣି ଶୁଣି ସୁଦ୍ଧା କୋଟିପତି ହେବାଲୋଭରେ ବେଶୀ ଚାଲାକି କରନ୍ତି, ତା ହେଲେ ଠକିବା ପାଇଁ ଅଧିକ ସମୟ ବି ଲାଗିବ ନାହିଁ । ଏବେ ଅନଲାଇନରେଠକିବା ପାଇଁ ଅନେକ ରାସ୍ତା ଖୋଲା ଅଛି ।  ଆପଣ ଯଦିଇଣ୍ଟରନେଟ ସହିତ ରହୁଛନ୍ତି, ତାହେଲେ ହ୍ୟାକରମାନେ ଆପଣଙ୍କୁ ସହଜରେ ଫସାଇବା ପାଇଁ ଜାଲ ବିଛାଇଛନ୍ତି। ସାବଧାନ, ଆପଣମାନେ ଯେମିତି ସହଜରେ ଶିକାର ନ ହୁଅନ୍ତି ।

ଏମିତି ଗୋଟିଏ ଘଟଣା ଘଟିଛି ପାନିପଥର ସମାଲଖା ଅଂଚଳର ରାଜୀବ ନାମକ ଜଣେବ୍ୟକ୍ତିଙ୍କ ସହିତ । ତାଙ୍କ ହ୍ଵାଟସଆପକୁ କେହି ଜଣେ ହ୍ୟାକର ହ୍ୟାକ କରିନେଇ କେବିସିରୁ କହୁଛନ୍ତିବୋଲି କହିଥିଲା । କେବିସିରେ ସେ ଲଟେରୀ ପାଉଛନ୍ତି ବୋଲି ଜଣାଇଥିଲା । ତା ପରେ ପରେ ତାଙ୍କ ମୋବାଇଲକୁବାରମ୍ଵାର ଫୋନ ଆସିଥିଲା । ସେ ବାଧ୍ୟହୋଇ ପୋଲିସର ସାହାର୍ଯ୍ୟ ନେବାକୁ ପଡ଼ିଲା ।

ଠକାମୀରେ ଶିକାର ହେବାକୁ ଯାଉଥିବା ରାଜୀବ କହିଛନ୍ତି, ତାଙ୍କ ମୋବାଇଲକୁତାଙ୍କର ଜଣେ ସାଙ୍ଗ ଫୋନ କରିବାକୁ ନେଇଥିଲା । ତାର କିଛି ସମୟ ପରେ ଆଉଗୋଟେ ଫୋନ ଆସିଥିଲା । ସେହିଫୋନକଲ୍ କେବିସି ରୁ ଆସିଥିବା କଥା କୁହାଯାଇଥିଲା । ଆହୁରି ମଧ୍ୟ କୁହାଯାଇଥିଲା, ତାଙ୍କୁ ୨୫ ଲକ୍ଷରଲଟେରୀ ମିଳିଛି । ରାଜୀବଙ୍କୁ କୁହାଯାଇଥିଲା, ତାଙ୍କ ହ୍ଵାଟସଆପରେ ଗୋଟେ ଓଟିପି ନମ୍ବର ଆସିବ । ଯାହାକୁଦେବାପରେ ତାଙ୍କ ହ୍ଵାଟସଆପ  ୫ମିନିଟ ପାଇଁ ବନ୍ଦ ହୋଇଯାଇଥିଲା।

ତାଙ୍କ ମୋବାଇଲକୁ ପରେ ପରେ ବାରମ୍ବାର ଫୋନ ଆସିଥିଲା  ଓ ସେମାନେ କେବିସି ରୁ କହୁଛନ୍ତ ବୋଲି କହୁଥିଲେ ।  ସେହି ୨୫ ଲକ୍ଷ ଟଂକା କିଭଳି ଉଠାଇବାକୁ ପଡ଼ିବ ବୋଲି ସେ ବାବଦରେମଧ୍ୟ ସେମାନେ କହୁଥିଲେ । ରାଜୀବଙ୍କୁ ଏଭଳି ବିରକ୍ତ କରୁଥିଲେ, ସେ ବାଧ୍ୟହୋଇ ପୋଲିସର ସାହାର୍ଯ୍ୟନେଇଥିଲେ । ଶେଷରେ ପୋଲିସ ଜାଣିବାକୁ ପାଇଲା ଏହି ସବୁ କାମ ହ୍ୟାକରଙ୍କର । ଏହା ଦ୍ଵାରା ହ୍ୟାକରମାନେଲୋକଙ୍କ ଡ଼ିଟେଲସ ଜାଣିବା ପରେ ଠକିବାକୁ ସୁବିଧା ହୋଇଥାଏ । ଏମିତିକି ନିଜ ବ୍ୟାଙ୍କ ଖାତାରୁ ଟଂକାଗାଏବ ହୋଇଯିବା ଭଳି ଘଟୁଥିବା ଘଟଣା ଏହିମାନଙ୍କର କାମ ବୋଲି ପୋଲିସ କହିଛି ।

 

   Related Posts