ବମ୍ବେ ହାଇକୋର୍ଟକୁ ଗଲେ ଅନୁଷ୍କା ଶର୍ମା, ବାଣିଜ୍ୟକର ବିଭାଗକୁ କଲେ ଚାଲେଞ୍ଜ

Published By : Prameya-News7 Bureau | January 12, 2023 IST

ମୁମ୍ବାଇ ୧୨।୧: ବଲିଉଡ ଅଭିନେତ୍ରୀ ତଥା କ୍ରିକେଟର ବୀରାଟ କୋହଲୀଙ୍କ ପତ୍ନୀ  ଅନୁଷ୍କା ଶର୍ମା ବାଣିଜ୍ୟକର ବିଭାଗର ଏକ ମାମଲାକୁ ନେଇ ବମ୍ବେ ହାଇକୋର୍ଟଙ୍କ ଶରଣାପନ୍ନ ହୋଇଛନ୍ତି। ସେ ବିଭାଗଙ୍କ ନୋଟିସ୍‌କୁ ହାଇକୋର୍ଟରେ ଚାଲେଞ୍ଜ କରିଛନ୍ତି। ଅନୁଷ୍କା ଭାବୁଛନ୍ତି ବାଣିଜ୍ୟକର ବିଭାଗ ଟ୍ୟାକ୍ସ ନୋଟିସ୍‌କୁ ବଢେଇ ଚଢେଇକି ଦେଇଛନ୍ତି। ସେଲସ୍‌ ଟ୍ୟାକ୍ସ ଡେପୁଟି କମିଶନର ଅନୁଷ୍କାଙ୍କୁ ଦୁଇଟି ନୋଟିସ୍ ଜାରି କରିଛନ୍ତି ଯାହା ବିରୋଧରେ ସେ ହାଇକୋର୍ଟକୁ ଯାଇଛନ୍ତି। ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୨୬ ତାରିଖରେ ହେବ।

{"id":732425,"width":838,"height":473,"sizeSlug":"full","linkDestination":"none"}

ଉଲ୍ଲେଖ ଯୋଗ୍ୟ ଯେ ବାଣିଜ୍ୟକର ବିଭାଗ ଅନୁଷ୍କା ଶର୍ମାଙ୍କୁ ୨୦୧୨-୧୩ ଓ ୨୦୧୩-୧୪ର ଶୁଳ୍କ ଆଦାୟ ଲାଗି ନୋଟିସ୍ ଜାରି କରିଥିଲେ। ତେବେ ଅନୁଷ୍କା ଶର୍ମା ଆବେଦନରେ ବାଣିଜ୍ୟକର ବିଭାଗଙ୍କ ଆଦେଶକୁ ରଦ୍ଦ କରିବା ପାଇଁ ଆଗ୍ରହ କରିଛନ୍ତି। ଜଣେ କଳାକାର ଭାବେ ବାଣିଜ୍ୟ କର ବିଭାଗ ତାଙ୍କଠାରୁ ଶୁଳ୍କ ଅସୁଲ କରିପାରିବେ। ତେବେ ଜଣେ ପରଫର୍ମର ଓ ଆକ୍ଟର ତୁଳନାରେ ବିଭାଗ ତାଙ୍କ ଉପରେ ଅଧିକ ଶୁଳ୍କ ଲଗାଇଥିବାର ସେ ଅନୁଭବ କରୁଥିବା କହିଛନ୍ତି।

{"id":732427,"width":837,"height":907,"sizeSlug":"full","linkDestination":"none"}

ଅନୁଷ୍କାଙ୍କ ଆବେଦନକୁ କୋର୍ଟ ବିଚାର ଲାଗି ଗ୍ରହଣ କରିଛନ୍ତି। ଆବେଦନ ଉପରେ କୋର୍ଟ ଫେବୃଆରୀ ୬ ତାରିଖରେ ଶୁଣାଣି କରିବାକୁ ତିଥି ଧାର୍ଯ୍ୟ କରିଛନ୍ତି। ଶୁଳ୍କ ମାମଲାରେ କୋର୍ଟକୁ ଯିବାରେ ଅନୁଷ୍କାଙ୍କର ଏହା ପ୍ରଥମ ମାମଲା। ଏହା ପୂର୍ବରୁ ଅନୁଷ୍କା କେବେ କୋର୍ଟଙ୍କ ଦ୍ୱାରସ୍ଥ ହୋଇନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.