ମୁମ୍ବାଇ ୧୧/୧୨: ଅଭିନେତ୍ରୀ ଅନୁଷ୍କା ଶର୍ମା ୩ୟ ବିବାହବାର୍ଷିକୀକୁ ନେଇ ସୋସିଆଲ୍ ମିଡିଆରେ ସ୍ବାମୀ ବିରାଟ କୋହଲିଙ୍କ ପାଇଁ ସ୍ପେଶାଲ୍ ମ୍ୟାସେଜ ଲେଖିଛନ୍ତି। ଅନୁଷ୍କା ଶର୍ମା ଲେଖିଛନ୍ତି,‘ ଆମର ୩ବର୍ଷ ହେଲା ଏବଂ ଖୁବ୍ ଶୀଘ୍ର ଆମେ ୩ ହେବୁ। ମିସ୍ ୟୁ।’ ଅନୁଷ୍କା ଶର୍ମାଙ୍କ ଏହି ମ୍ୟାସେଜକୁ କିଛି ମିନିଟ୍ ମଧ୍ୟରେ ପାଖାପାଖି ୮ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଛନ୍ତି। ଅନୁଷ୍କାଙ୍କ ପୂର୍ବରୁ ସକାଳୁ ବିରାଟ କୋହଲି ୩ୟ ବିବାହବାର୍ଷିକୀ ଅବସରରେ ବିବାହର ଏକ ଫଟୋ ସେୟାର କରିଥିଲେ।
wp:html/wp:html
ଦିଗ୍ଗଜ କ୍ରିକେଟର ବିବାହ ମଣ୍ଡପର ଫଟୋ ସେୟାର କରି ଲେଖିଥିଲେ,‘ ୩ବର୍ଷ ଏବଂ ଜୀବନଯାକର ସାଥ’। ବିରାଟ କୋହଲି ଫେସବୁକ୍,ଟ୍ବିଟର ଏବଂ ଇନଷ୍ଟାଗ୍ରାମରେ ଏହି ମ୍ୟାସେଜ ଲେଖିଥିଲେ। ବର୍ତ୍ତମାନ ବିରାଟ କୋହଲି ଇଣ୍ଡିଆ ଟିମ୍ ର ଅଷ୍ଟେଲିଆ ଅଭିଯାନରେ ଅଛନ୍ତି। ଅନୁଷ୍କା ଶର୍ମା ମୁମ୍ବାଇରେ ନିଜ ବାପା-ମାଆଙ୍କ ସମୟ ବିତାଉଛନ୍ତି। ନିକଟରେ ଆଇପିଏଲ୍ ସମୟରେ ଅନୁଷ୍କା ଶର୍ମା ମଧ୍ୟ ଦୁବାଇରେ ନିଜ ସ୍ବାମୀଙ୍କ ସହ ଥିଲେ। କିନ୍ତୁ ଅନୁଷ୍କା ଏବେ ଅଷ୍ଟେଲିଆ ନ ଯାଇ ମୁମ୍ବାଇ ଫେରି ଆସିଛନ୍ତି।
{"id":376020,"sizeSlug":"large","linkDestination":"none"}ଅନୁଷ୍କା ଶର୍ମା ଗର୍ଭବତୀ ଏବଂ ସେ ଜାନୁୟାରୀରେ ତାଙ୍କ ଡେଲିଭରି ଡେଟ୍ ରହିଛି। ଅନୁଷ୍କା ଅଧିକାଂଶ ସମୟରେ ନିଜ ବେବି ବମ୍ପକୁ ଫ୍ଲଣ୍ଟ୍ କରୁଥିବା ନଜର ଆସିଛନ୍ତି। ନିକଟରେ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ଜାରି କରିଥିଲେ,ଯେଉଁଥିରେ ସେ ଶୀର୍ଷାସନ କରୁଥିବାର ଦେଖାଯାଇଛନ୍ତି ଏବଂ ତାଙ୍କ ସ୍ବାମୀ ବିରାଟ କୋହଲି ଏଥିରେ ତାଙ୍କ ସାହାଯ୍ୟ କରୁଛନ୍ତି।
{"id":376023,"sizeSlug":"large","linkDestination":"none"}