ଅନୁଷ୍କାଙ୍କ ମିଳିଗଲା ଜୀବନସାଥୀ, ଖୁବ୍ ଶୀଘ୍ର କରିବେ ବିବାହ !
23/12/2022 at 8:28 AM

ମୁମ୍ଵାଇ ୨୩।୧୨: ବାହୁବଲୀ ଫେମ୍ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ । ତାଙ୍କ ବିବାହ ଖବରକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଅନୁଷ୍କା ଶେଟ୍ଟୀ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ। ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ସହ ଦୁଇଟି ହିଟ୍ ଫିଲ୍ମ କରିଛନ୍ତି। ଖବର ଅନୁଯାୟୀ ଅନୁଷ୍କା ଶେଟ୍ଟୀଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ସାମିଲ୍ ରହିବେ।
ସୂଚନା ଅନୁଯାୟୀ ଅନୁଷ୍କା ଶେଟ୍ଟୀ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକଙ୍କୁ ବିବାହ କରିବେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯାହା ସହ ପୂର୍ବରୁ ଦୁଇଟି ହିଟ୍ ଫିଲ୍ମରେ କାମ କରି ସାରିଛନ୍ତି। ପୂର୍ବରୁ ଶୁଣିବାକୁ ମିଳିଥିଲା ବାହୁବଲୀ ଫେମ୍ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀ ଦୁହେଁ ଦୁହିଁଙ୍କୁ ଡେଟିଂ କରୁଛନ୍ତି। ଉଭୟ ବିବାହ କରିବାକୁ ଯାଉଥିବାର ଖବର ବି ଆସିଥିଲା। ଏହି ଗୁଜବ ମଧ୍ୟରେ ଅଭିନେତ୍ରୀ ତାଙ୍କ ନିରବତାକୁ ଭାଙ୍ଗି କହିଛନ୍ତି ଯେ ମୁଁ ପ୍ରଭାସଙ୍କୁ ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି ଏବଂ ସେ ମୋର ଜଣେ ବିଶେଷ ତଥା ସ୍ପେଶାଲ୍ ବନ୍ଧୁ। ଯଦି ଆମ ମଧ୍ୟରେ କିଛି ଥାଆନ୍ତା, ତେବେ ଏହା ବାହାରକୁ ଆସିଥାନ୍ତା। ସେମିତି କିଛି ନାହିଁ।
ଅନୁଷ୍କା ଶେଟ୍ଟୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ ବାହୁବଲୀ ଫିଲ୍ମରୁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଖୁବ୍ ଶୀଘ୍ର ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ରେ ନଜର ଆସିବେ।
ଏହି ଷ୍ଟାରଙ୍କ ସହ ଯୋଡା ହୋଇଛିଅନୁଷ୍କାଙ୍କ ନାମ
କେବଳ ପ୍ରବାସ ନୁହଁନ୍ତି ଅନୁଷ୍କା ଶେଟ୍ଟୀଙ୍କ ନାମ ମଧ୍ୟ ଗୋପୀଚାନ୍ଦ ସହିତ ଜଡିତ ଥିଲା । ଉଭୟ ଏକାଠି ଅନେକ ଫିଲ୍ମରେ ନଜର ଆସିଛନ୍ତି। ଅନୁଷ୍କା ଶେଟ୍ଟୀଙ୍କ ନାମ ମଧ୍ୟ ନାଗା ଚୈତନ୍ୟଙ୍କ ସହ ଜଡିତ ଅଛି ଅନୁଷ୍କା ଶେଟ୍ଟୀ ଏହି ଖବରକୁ ଅସ୍ୱୀକାର କରିଥିଲେ। ଚଳଚ୍ଚିତ୍ର ନିର୍ଦ୍ଦେଶକ କୃଷ୍ ଏବଂ ଅନୁଷ୍କାଙ୍କ ନାଁ ମଧ୍ୟରେ ଥିବା ସମ୍ପର୍କର ଖବର ଭାଇରାଲ ହୋଇଥିଲା। ଉଭୟ ଅନେକ ଭଳି ହିଟ୍ ଫିଲ୍ମରେ କାମ କରିଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, କିଛି ସମୟ ପରେ ସେମାନଙ୍କ ରାସ୍ତା ଅଲଗା ହୋଇଯାଇଥିଲା।