ବ୍ରିଟେନ୍ରେ ଫୁଟ୍ବଲ୍ ମ୍ୟାଚ୍ ଏନ୍ଜୟ କଲେ ବିରୁଷ୍କା, ଗିଲ୍ ବି ଉଠାଇଲେ ଖେଳର ମଜା
4/06/2023 at 1:08 PM

ମୁମ୍ଵାଇ ୦୪।୦୬: ଆଇପିଏଲ୍ ୨୦୨୩ ଶେଷ ହୋଇଛି । ଏହି ସମୟରେ ବିରାଟ କୋହଲି କ୍ରିକେଟ୍ରୁ ବ୍ରେକ୍ ନେଇ ପତ୍ନୀଙ୍କ ସହ ଫୁଟବଲ୍ ମ୍ୟାଚ୍ ଉପଭୋଗ କରୁଛନ୍ତି। FA କପ୍ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଅନୁଷ୍କା ଏବଂ ବିରାଟ ଲଣ୍ଡନ ୱେମ୍ଵଲ ଷ୍ଟାଡିମ୍ରେ ପହଞ୍ଚିଥିଲେ। ଏହି ସମୟରେ କ୍ରିକେଟର ଶୁବମନ ଗିଲ ମଧ୍ୟ ତାଙ୍କ ସହ ମ୍ୟାଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।
ମ୍ୟାଚ୍ ସମୟରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ବିରାଟ କୋହଲି ଏକ ବ୍ରାଉନ ଜ୍ୟାକେଟରେ ନଜର ଆସିଥିବା ବେଳେ ଅନୁଷ୍କା ଶର୍ମା ଧଳା ଟି-ସାର୍ଟ ଏବଂ କଳା ଟ୍ରାଉଜର ସହ କଳା ରଙ୍ଗର ହାଫ୍ ଜ୍ୟାକେଟ୍ ସହିତ ନିଜର ଲୁକ୍ ଶେଷ କମ୍ପ୍ଲିଟ୍ କରିଛନ୍ତି। ଅନ୍ୟପଟେ ଶୁବମନ ସେ ହାଲୁକା କ୍ରିମ୍ କଲରର ହୁଡି ପିନ୍ଧିଥିବାର ଦେଖିବାକୁ ମିଳିଛି। ଫଟୋ ଦେଖିଲେ ଲାଗୁଛି ଅନୁଷ୍କାଙ୍କ ଏହି ଶେଷ ମ୍ୟାଚ୍ ଦେଖିବା ସଫଳ ହେଲା । କାହିଁକି ନା ତାଙ୍କ ପ୍ରିୟ ଟିମ୍ ମ୍ୟାଚ୍ ଜିତିଯାଇଥିଲା। ସେଥିପାଇଁ ଅଭିନେତ୍ରୀଙ୍କ ମୁହଁରେ ହସ ଓ ଖୁସି ଦେଖିବାକୁ ମିଳିଥିଲା ।
Virat Kohli, Anushka Sharma and Shubman Gill at the FA Cup Final.
— Mufaddal Vohra (@mufaddal_vohra) June 3, 2023
King Kohli with the Manchester City jersey! pic.twitter.com/vYwag44pxq
କହିବାକୁ ଗଲେ, ୨୦୨୩ ବର୍ଷ ଶୁବମନଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ଥିଲା। ହେଲେ ତାଙ୍କ ଆଇପିଏଲ୍ ଟିମ୍ ମ୍ୟାଚ୍ ଜିତି ପାରି ନଥିଲେ, ଶୁବମନ ଏହି ସିଜନରେ ଅରେଞ୍ଜ କ୍ୟାପ୍ ଜିତିଥିଲେ । ଅର୍ଥାତ୍ ସେ ଟୁର୍ନାମେଣ୍ଟରେ ସର୍ବାଧିକ ରନ୍ ସ୍କୋରର କରିଥିବା ନେଇ ସ୍ଥାନ ହାସଲ କରିଥିଲେ। ବିରାଟଙ୍କ ବିଷୟରେ କହିବାକୁ ଗଲେ ସେ ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲ ଖେଳିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି।
You Can Read: