scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ଦ୍ଵିତୀୟ ଥର ମାଆ ହେବା ପରେ ଇଣ୍ଡଷ୍ଟ୍ରି ଛାଡିବେ ଅନୁଷ୍କା ! ଭିଡିଓରେ କହିଲେ ଏମିତି…

4/10/2023 at 2:05 PM

ମୁମ୍ଵାଇ ୦୪।୧୦: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା। ସମସ୍ତେ ଏହି ଦମ୍ପତିଙ୍କୁ ବହୁତ ପସନ୍ଦ କରନ୍ତି । ବିରାଟ ଏବଂ ଅନୁଷ୍କାଙ୍କ ଯୋଡି ସମସ୍ତଙ୍କ ପ୍ରିୟ । ବର୍ତ୍ତମାନ ସେ ତାଙ୍କର ଦ୍ୱିତୀୟ ପ୍ରେଗନେନ୍ସିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏପରି ଖବର ଆସିଥିଲା ଯେ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି ଏବଂ ବିରାଟ ଦ୍ୱିତୀୟ ଥର ପାଇଁ ପିତା ହେବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଚାଲିଥିବା ପ୍ରାଟିସ୍‌ ମ୍ୟାଚ୍‌ ଅଧାରୁ ମୁମ୍ଵାଇ ଫେରିଥିଲେ ବିରାଟ । ଏହି ଖବର ପ୍ରଶଂସକଙ୍କୁ ଏକ ବଡ଼ ଆଶ୍ଚର୍ଯ୍ୟ କରିଥିଲା। ଏଭଳି ପରିସ୍ଥିତିରେ ଦମ୍ପତିଙ୍କ ଜୀବନରେ ନୂଆ ଇନିଂସ ଖବର ଶୁଣି ପ୍ରଶଂସକଙ୍କୁ ଖୁସି କରିଥିଲା। କିନ୍ତୁ ବର୍ତ୍ତମାନ ଯେଉଁ ଗୁଜବ ସାମ୍ନାକୁ ଆସିଛି।  ଅନୁଷ୍କାଙ୍କ ପ୍ରଶଂସକମାନଙ୍କୁ ଶକ୍ତ ଝଟକା ଦେଇପାରେ ।

ଅନୁଷ୍କାଙ୍କ ଦ୍ୱିତୀୟ ଗର୍ଭଧାରଣ ଏପର୍ଯ୍ୟନ୍ତ ଅଫିସିଆଲ ଭାବେ ଘୋଷଣା କରାଯାଇ ନାହିଁ। କିନ୍ତୁ ବଲିଉଡକୁ ସବୁଦିନ ପାଇଁ ବିଦାୟ ଦେବାର ଖବର ସାମ୍ନାକୁ ଆସିଛି। ହଁ, କୁହାଯାଉଛି ଯେ ଦ୍ୱିତୀୟ ଥର ପାଇଁ ମାଆ ହେବା ପରେ ଅନୁଷ୍କା ଶର୍ମା ସବୁଦିନ ପାଇଁ ଅଭିନୟ ଛାଡି ପାରନ୍ତି। ଅଭିନେତ୍ରୀ ବିରାଟ ତାଙ୍କ ଝିଅ ଭାମିକା ଏବଂ ତାଙ୍କ ଜନ୍ମିତ ସନ୍ତାନ ପାଇଁ ନିଜ କ୍ୟାରିଅରକୁ ବଳିଦାନ ଦେବେ କି? ବର୍ତ୍ତମାନ ଆପଣଙ୍କ ମନରେ ମଧ୍ୟ ଏପରି ପ୍ରଶ୍ନ ଉଠୁଥିବ ।  

ଆଜ୍ଞା ହଁ ଏହା ଅନୁଷ୍କା ଙ୍କ ବ୍ୟତୀତ ଅନ୍ୟ କେହି କହି ନାହାଁନ୍ତି। ଅଭିନେତ୍ରୀଙ୍କ ଏକ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଅଭିନୟ ଛାଡିବା ବିଷୟରେ କହିଛନ୍ତି। ସିମି ଗାରେୱାଲଙ୍କୁ ଏକ ସାକ୍ଷାତକାରେ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ତାଙ୍କୁ ପଚାରିଲେ ତାଙ୍କ ପାଇଁ ବିବାହ କେତେ ଗୁରୁତ୍ୱପୂର୍ଣ୍ଣ? ଏହା ଉପରେ ଅଭିନେତ୍ରୀ କହିଛନ୍ତି, ‘ମୋ ପାଇଁ ବିବାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଜଲଦି ବିବାହ କରିବାକୁ ଚାହେଁ, ସନ୍ତାନ ମଧ୍ୟ ଜନ୍ମ କରିବାକୁ ଚାହୁଁଛି ଏବଂ ଯେତେବେଳେ ମୋର ସନ୍ତାନ ହେବ ବୋଧହୁଏ ମୁଁ କାମ କରିବି ନାହିଁ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

   Related Posts