ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

Chakda Xpressର ଶୁଟିଂ ଆରମ୍ଭ କଲେ ଅନୁଷ୍କା, କହିଲେ- ମୁଁ ବହୁତ ନର୍ଭସ୍‌ ଅଛି

30/05/2022 at 11:56 AM

ନୂଆଦିଲ୍ଲୀ ୩୦।୦୫ : ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନୁଷ୍କା ଶର୍ମା ତାଙ୍କ ଆଗାମୀ ଫିଲ୍ମ ଚକଦା ଏକ୍ସପ୍ରେସ ପାଇଁ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। କେବଳ ଏତିକି ନୁହେଁ, ଅନୁଷ୍କା ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଏହି ଫିଲ୍ମରେ ଅନୁଷ୍କା ଭାରତୀୟ ଦ୍ରୁତ ବୋଲର ଝୁଲଣ ଦେବୀ ଭୂମିକାରେ ଅଭିନୟ କରୁଛନ୍ତି।ଯାହାକୁ ନେଇ ଖୁବ୍‌ ଆଲୋଚନା ମଧ୍ୟ ଚାଲିଛି । କହିବାକୁ ଗଲେ ଅନୁଷ୍କା ଦୀର୍ଘ ସମୟ ପରେ ବଡ ପରଦାକୁ ଫେରୁଛନ୍ତି । ତାଙ୍କୁ ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ଜିରୋରେ ଦେଖିବାକୁ ମିଳିଥିଲା ।

ତାଙ୍କ ଝିଅ ଜନ୍ମ ହେବା ପରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେବ। ଏଥିସହିତ ପ୍ରଶଂସକମାନେ ଅନୁଷ୍କାଙ୍କ ପ୍ରତ୍ୟାବର୍ତ୍ତନ ଏବଂ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। କାରଣ ଏହା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଉପହାର ହେବ। ବିଶେଷ କରି ଫିଲ୍ମଟି କ୍ରିକେଟର ଉପରେ ଆଧାରିତ।

ଖବର ଅନୁଯାୟୀ ଏଥିରେ ଝୁଲଣ ଗୋସ୍ୱାମୀଙ୍କ ଚ୍ୟାଲେଞ୍ଜିଂ ଏବଂ ପ୍ରେରଣାଦାୟକ ଯାତ୍ରା ଉପରେ ଦର୍ଶାଯିବ। କେବଳ ଏତିକି ନୁହେଁ, ଅନୁଷ୍କା ଯେତେବେଳେ ଫିଲ୍ମ ଘୋଷଣା କରିଥିଲେ, ସେତେବେଳେ ସେ ଏକ ନୋଟ୍ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା, ‘ଏହି ଚଳଚ୍ଚିତ୍ର ମୋ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର କାରଣ ଏହା ବଳିଦାନର କାହାଣୀ କହିଥାଏ। ଏଥିରେ ଝୁଲଣ ଗୋସ୍ବାମୀଙ୍କ ଯାତ୍ରା ଏବଂ ମହିଳା କ୍ରିକେଟ୍ ବିଷୟରେ କୁହାଯିବ। ଅନୁଷ୍କା ଏହି ଫିଲ୍ମ ଶୁଟିଂ ପାଇଁ ୩୦ ଦିନ ବ୍ରିଟେନରେ ରହିବେ। ଫିଲ୍ମଟି OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ ।

   Related Posts