ମିନି ଡ୍ରେସ୍ରେ ଅନୁଷ୍କା ସେୟାର କଲେ ଗ୍ଲାମରର୍ସ ଫଟୋ, ଫିଟ୍ନେସ୍ ଦେଖି ଫ୍ୟାନ୍ସ ହେଲେ ଇମ୍ପ୍ରେସ୍
20/08/2022 at 9:07 AM

ମୁମ୍ଵାଇ ୨୦।୦୮: ଅଭିନେତ୍ରୀ ଅନୁଷ୍କା ଶର୍ମା ଦୀର୍ଘ ଦିନ ହେବ ପରଦାରୁ ଦୂରେଇ ରହିଥିଲେ । କିନ୍ତୁ ଏବେ ପୁଣି ଧମାଲ କରିବାକୁ ଫେରୁଛନ୍ତି । ତାହା ପୁଣି କ୍ରିକେଟ୍ ମଇଦାନ୍ରେ। ସେ ଝୁଲଣ ଗୋସ୍ଵାମୀ ଚରିତ୍ରରେ ପଡିଆରେ କ୍ରିକେଟ୍ ଖେଳୁଥିବାର ନଜର ଆସିବେ। ଫିଲ୍ମ ପାଇଁ ବହୁତ ପରିଶ୍ରମ କରିବା ସହ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ସେୟାର ପୋଷ୍ଟ କରିଛନ୍ତି। ଯାହାକୁ ଦେଖିଲେ ସମସ୍ତ ଆଖି ତାଙ୍କରି ଆଡକୁ ଯିବ।
ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ୟୁରୋପ ଗସ୍ତରୁ ଫେରିଛନ୍ତି। ଫେରିବା ପରେ ସୋସିଆଲ୍ ମିଡିଆରେ ଦୁଇଟି ଫଟୋ ସେୟାର କରିଥିଲେ । ଯେଉଁଥିରେ ଅନୁଷ୍କା ଖୁବ୍ ସୁନ୍ଦର ଗ୍ଲାମରସ୍ ଲାଗୁଥିଲେ । ଏହି ପୋଷ୍ଟରେ ସେ ପାର୍କର ଏକ ବେଞ୍ଚରେ ବସିଥିବା ବେଳଏ ହଳଦୀଆ ରଙ୍ଗର ଡ୍ରେସ୍ ସହ କଳା ଚଷମା ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋ ସେୟାର କରି ଅନୁଷ୍କା କ୍ୟାପସନ୍ରେ ଲେଖିଛନ୍ତି କି ପାର୍କରେ ଚାଲିବା ଅପେକ୍ଷା କ’ଣ ଭଲ ହୋଇପାରେ?

ପ୍ରସିତ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ ଚକଦା ଏକ୍ସପ୍ରେସରେ ଅନୁଷ୍କା ନଜର ଆସିବେ। ଏହି ଚଳଚ୍ଚିତ୍ର ମହିଳା ଦଳର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ। ଝୁଲଣ କ୍ରିକେଟର ହେବା ଏବଂ ଦେଶ ପାଇଁ ଖେଳିବା ପାଇଁ ନିଷ୍ପତ୍ତି କିପରି ନେଇଥିଲେ। ୪ ବର୍ଷ ପରେ ଅନୁଷ୍କା ଶର୍ମା ବଡ ପରଦାକୁ ଫେରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ୧୦ ରେ ରିଲିଜ୍ ହେବ ।