ମୁମ୍ଵାଇ ୦୯।୦୯: ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା । ଅନୁଷ୍କା ଶର୍ମା ଏବଂ କ୍ରିକେଟର ବିରାଟ କୋହଲି ବି-ଟାଉନର ଏକ ଲୋକପ୍ରିୟ ଦମ୍ପତି। ଯେଉଁମାନେ ଭାମିକା ଏବଂ ଅକାୟଙ୍କ ଦୁଇ ସନ୍ତାନର ପିତାମାତା ଅଟନ୍ତି। ବର୍ତ୍ତମାନ ଦୁହେଁ ଲଣ୍ଡନରେ ପାରିବାରିକ ସମୟ ଉପଭୋଗ କରୁଛନ୍ତି । ଦ୍ଵିତୀୟ ଥର ମାଆ ହେବାର ୭ମାସ ପରେ ଭାରତ ଫେରିଥିଲେ ଅନୁଷ୍କା। ଏହି ସମୟରେ ଅନୁଷ୍କା ନିକଟରେ ଏକ ଇଭେଣ୍ଟ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ। ଯେଉଁଠାରେ ସେ ତାଙ୍କ ମାଆ ହେବା ଯାତ୍ରା ବିଷୟରେ କିଛି କାହାଣୀ ସେୟାର କରିଥିଲେ । ଭାମିକାଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ପ୍ରେରଣା ଦେବା ପାଇଁ ସେ କଣ କଣ କରନ୍ତି । ତାହାକୁ ପ୍ରକାଶ କରିଥିଲେ।
ସେହି କାର୍ଯ୍ୟକ୍ରମରେ ଅନୁଷ୍କା ତାଙ୍କ ପରିବାରର ଖାଇବା ବିଷୟରେ କହିଥିଲେ। ସେ କହିଥିଲେ ଯେ ସେ ଏବଂ ଭାମିକା ଶୀଘ୍ର ଅର୍ଥାତ୍ ୫.୩୦ରେ ଡିନର କରନ୍ତି। ଅଭିନେତ୍ରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଝିଅ ଏବଂ ମୁଁ ଅଧିକାଂଶ ସମୟରେ ଘରେ ଏକୁଟିଆ ଥିବାରୁ ସ ଶୀଘ୍ର ଡିନର କରନ୍ତି। ସେ କହିଛନ୍ତି, "ମୁଁ ଭାବେ କ’ଣ କରିବି? ଏଥିପାଇଁ ଖାଇଦିଏ, ପରେ ମୁଁ ଏହାର ଲାଭ ଦେଖିବା ଆରମ୍ଭ କଲି, ଯେପରି ମୁଁ ଭଲ ଭାବରେ ଶୋଇପାରେ, ସକାଳେ ଉଠିବା ପରେ ମୁଁ ସତେଜ ଅନୁଭବ କରେ। ଅଭିନେତ୍ରୀ ଆହୁରି କହିଛନ୍ତି ଯେ ସେ ନିଜ ପିଲାମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ବହୁତ ସଚେତନ ଅଟନ୍ତି। ସେ ସ୍ପଷ୍ଟ କରିଛନ୍ତି ସେମାନେ ବହୁତ ଯାତ୍ରା କରନ୍ତି ଏବଂ ସେମାନଙ୍କର ପିଲାମାନେ ସେମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଅନୁଭବ କରନ୍ତି। ସେମାନେ କେଉଁଠାରେ ଥାଆନ୍ତୁ ନା କାହିଁକି । ଠିକ୍ ସମୟରେ ଖାଇବା ସହ ଶୋଇବା କରନ୍ତି। ଏଥିପାଇଁ ସେ ଦୁଇ ପିଲାଙ୍କୁ ଭଲ ସେ ବୁଝାନ୍ତି ଏବଂ ସେମାନଙ୍କୁ ନିୟନ୍ତ୍ରଣରେ ରଖନ୍ତି।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ୨୦୧୭ରେ ଇଟାଲୀରେ ପ୍ରାଇଭେଟ୍ ୱେଡିଂ କରିଥିଲେ। ଚାରି ବର୍ଷ ପରେ, ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନ ଝିଅ ଭାମିକାକୁ ସ୍ୱାଗତ କରିଥିଲେ। ଏହି ଦମ୍ପତି ଚଳିତ ବର୍ଷ ଫେବୃଆରୀରେ ସେମାନଙ୍କର ଦ୍ୱିତୀୟ ସନ୍ତାନ ପୁଅ ଅକାୟ ଜନ୍ମ ଦେଇଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅନୁଷ୍କାଙ୍କ 'ଚକଦା ଏକ୍ସପ୍ରେସ' ଅଛି । ବାୟୋପିକ୍-ଡ୍ରାମା ଚଳଚ୍ଚିତ୍ରଟି ପୂର୍ବତନ ଭାରତୀୟ କ୍ରିକେଟର ଝଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ ଏବଂ ଏହା କେବଳ OTT ରେ ପ୍ରସାରିତ ହେବ ।