ବିରାଟଙ୍କ ଶତକୀୟ ପାଳି ପରେ ସ୍ତ୍ରୀ କଲେ ପ୍ରଶଂସା, ସୋସିଆଲ ମିଡିଆରେ ଲେଖିଲେ ଏମିତି କିଛି…
16/11/2023 at 12:59 PM

ମୁମ୍ୱାଇ ୧୬/୧୧: ନ୍ୟୁଜିଲାଣ୍ଡକୁ ହରାଇ ସେମିରେ ଏଣ୍ଟ୍ରି କରିଛି ଭାରତ । ବୁଧବାର ଓ୍ୱାଙ୍ଖେଡେରେ ଥିଲା ଜବରଦସ୍ତ ମୁକାବିଲା । କିଓ୍ୱି ବାହିନୀକୁ ୭୦ ରନ୍ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ତେବେ ଏହି ଇଂନିସର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ଚେଜ୍ କିଙ୍ଗ ବିରାଟ କୋହଲି । ସେମିରେ ବିରାଟ ଖେଳିଥିଲେ ଐତିହାସିକ ଶତକ । ଫଳରେ ଫ୍ୟାନ୍ସ ମହଲରେ ନଜର ଆସିଥିଲା ଅଲଗା ପ୍ରକାରର ଜୋଶ୍ ।
କାରଣ ବିରାଟ ସେଞ୍ଚୁରୀ ମାରିବା ପରେ ମହାନ କ୍ରିକେଟର ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ । ବିଶେଷକରି କୋହଲିଙ୍କ ଏହି ଆଚିଭମେଣ୍ଟରେ ଖୁସିରେ ପାଗଳ ହୋଇଥିଲେ ପଚ୍ନୀ ଅନୁଷ୍କା ଶର୍ମା । କାରଣ ଏହି ସମୟରେ ସେ ଷ୍ଟାଡିୟମରେ ଥିଲା ଉପସ୍ଥିତ । ଅନୁଷ୍କା ଷ୍ଟାଡିୟମରେ ଥାଇ ବିରାଟଙ୍କ ଉପରେ କରିଥିଲେ ପ୍ରେମବର୍ଷା । ଖାସ୍ କରି ଦୂରରେ ଥାଇ ସ୍ୱାମୀଙ୍କୁ ପାଗଳ ପରି ଦେଇଚାଲିଥିଲେ ଫ୍ଲାଇଂ କିସ୍ ।

ହେଲେ ଏତିକିରେ ସରନିଥିଲା ତାଙ୍କ ଗଭୀର ପ୍ରେମ । ନିଜର ଡାର୍ଲିଂ ହଜ୍ବ୍ୟାଣ୍ଡ ଏବଂ ଭାରତର ବିରାଟ ବିଜୟ ପରେ ହୃଦୟକୁ ଛୁଇଁଲା ଭଳି ପୋଷ୍ଟ ସେୟାର କରିଥିଲେ । ଅନୁଷ୍କା ସୋସିଆଲ ମିଡିଆରେ କୋହଲିଙ୍କୁ ସ୍ପେଶାଲ ଗଡ୍ ଚାଇଲ୍ଡ ବୋଲି ସମ୍ୱୋଧନ କରିଛନ୍ତି । ଅଭିନେତ୍ରୀ ଲେଖିଛନ୍ତି ଭଗବାନଙ୍କ ବେଷ୍ଟ କ୍ରିଏଟର । ନିଜର ଭଲପାଇବା ଦେଇଥିବାରୁ ମୁଁ ତମ ପାଖେ କୃତଜ୍ଞ ।
ଆପଣଙ୍କ ଗ୍ରୋଥ, ଆପଣଙ୍କ କ୍ୟାରିୟର ଆଉ ଯାହା ଆପଣଙ୍କ ପାଖରେ ଅଛି ତାହା ଆଉ କାହା ପାଖରେ ନାହିଁ । ସର୍ବଦା ନିଜ ଓ ନିଜ ଖେଳ ପ୍ରତି ଥିବା ସମର୍ପଣ ପ୍ରତି ମୁଁ ବହୁତ ଗର୍ବୀତ । ତୁମ ସତରେ ଭଗବାନଙ୍କ ବରଦାନ । ଆଉ ମୁଁ ତମ ଭଳି ସ୍ୱାମୀ ପାଇଥିବାରୁ ଧନ୍ୟବାଦ ଜଣାଉଛି ଇଶ୍ୱରଙ୍କ ନିକଟରେ । ସ୍ୱାମୀଙ୍କ ପ୍ରତି ଅନୁଷ୍କାଙ୍କ ଏବି ଭାବପ୍ରବଣ ପୋଷ୍ଟ ଦେଖିବା ପରେ ଫ୍ୟାନ୍ସଙ୍କ ବି ହୃଦୟ ଜିତିଯାଇଛି । କମେଣ୍ଟରେ ଫଲୋଅର୍ସ କହି ବୁଲୁଛନ୍ତି ମେଡ୍ ଫର ଇଚ୍ ଅଦର ।
you can also read….