ମୁମ୍ଵାଇ ୩୦।୧୦: ଖୁବ୍ ଶୀଘ୍ର ବଡ ପରଦାରେ ଆସିବ ଝୁଲଣ ଗୋସ୍ଵାମୀଙ୍କ ଫିଲ୍ମ ଚକଦା ଏକ୍ସପ୍ରେସରେ। ଏହି ଫିଲ୍ମରେ ଅନୁଷ୍କା ଶର୍ମାଙ୍କୁ ଲିଡ୍ରେ ଦେଖିବାକୁ ମିଳିବ। କିଛି ଦିନ ଫିଲ୍ମର ସୁଟିଂ ପାଇଁ ଅନୁଷ୍କା କୋଲକାତାରେ ଅଛନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ସେଠାରୁ ଫେରିବା ପୂର୍ବରୁ ଅଭିନେତ୍ରୀ କୋଲକାତାରୁ ତାଙ୍କର ଅନେକ ଚିତ୍ର ସେୟାର କରିଛନ୍ତି । ଯେଉଁଥିରେ ସେ ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିବାର ଦେଖିବାକୁ ମିଳିଛି। ଖାଇବା ଠାରୁ ଆରମ୍ଭ କରି ମନ୍ଦରି ଦର୍ଶନ ଯାଏ ସବୁର ଫଟୋ ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏତିକି ହିଁ ନୁହେଁ ଫଟୋରେ ସେ ତାଙ୍କ ଝିଅ ଭାମିକାଙ୍କ ସହ ମଧ୍ୟ ନଜର ଆସିଛନ୍ତି।
{"width":813,"height":458}ତେବେ ସବୁଥର ପରି ସେ ନିଜ ଝିଅର ମୁହଁ ଲୁଚାଇ ରଖିଛନ୍ତି ଏବଂ ସେହି ସମୟରେ ତାଙ୍କୁ ଜୋରରେ ଆଲିଙ୍ଗନ କରିଛନ୍ତି। ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, ' ଖାଅ ପିଓ ପ୍ୟାର କରୋ : କୋଲକାତାରୁ ମୋର ଫଟୋ ଡମ୍ପ। କୋଲକାତାରେ ଚକଡା ଏକ୍ସପ୍ରେସ ଶୁଟିଂ ଶେଷ ହୋଇଛି। କାଲିଘାଟ ମନ୍ଦିର, ଫିର୍ନି, ବଲୱନ୍ତ ସିଂଙ୍କ ଚା ଏବଂ ସାମୋସା, ରସଗୁଲ୍ଲା, ସରବତ୍, ମାଲାଇ ରୋଲ୍, କାଚୋରୀ ଆଲୁ…। କେବଳ ଏତିକି ହିଁ ନୁହେଁ ସେ ସାକ୍ଷାତକାରରେ କହିଥିଲେ କି ମୋ ଝିଅ ସବୁବେଳେ ମୋ ସହ ରୁହେ।
ଅନୁଷ୍କା ୪ ବର୍ଷ ପରେ ଏହି ଫିଲ୍ମ ମାଧ୍ୟମରେ କମ୍ବ୍ୟାକ୍ କରୁଛନ୍ତି। ତାଙ୍କୁ ଶେଷ ଥର ପାଇଁ ତାଙ୍କୁ ୨୦୧୮ରେ ମୁକ୍ତିଲାଭ କରିଥିବା ଜିରୋ ଫିଲ୍ମରେ ଦେଖିବାକୁ ମିଳିଥିଲା ।ଫିଲ୍ମଟି ବକ୍ସଅଫିସ୍ରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଥିଲା ବର୍ତ୍ତମାନ ଏହି ଚଳଚ୍ଚିତ୍ରରେ ଅନୁଷ୍କା ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ।