ସମୁଦ୍ର କୂଳରେ ବିକିନି ପିନ୍ଧି ବୋଲ୍ଡ ଲୁକ୍‌ରେ ଫଟୋ ସେୟାର କଲେ ଅନୁଷ୍କା, ପୋଷ୍ଟ ଭାଇରାଲ୍‌

Published By : Prameya-News7 Bureau | June 12, 2022 IST

ମୁମ୍ବାଇ ୧୨।୦୬ : ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନୁଷ୍କା ଶର୍ମା ଅନ୍ୟତମ। ସେ ଏଭଳି ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଯିଏ ଦୀର୍ଘ ସମୟ ଧରି ଫିଲ୍ମରେ ନଜର ଆସିନାହନ୍ତି ତଥାପି ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ବର୍ତ୍ତମାନ ଅନୁଷ୍କା ଦୀର୍ଘ ସମୟ ପରେ ଚଳଚ୍ଚିତ୍ର ପରଦାକୁ ଫେରୁଛନ୍ତି। ହେଲେ ସେ ସବୁବେଳେ ସୋସିଆଲ୍‌ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। ଏବେ ପୁଣି ଥରେ ଅନୁଷ୍କାଙ୍କର ଏକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ସେ ବୋଲ୍ଡ ଏବଂ ଗ୍ଲାମରସ୍ ଅବତାରରେ ନଜର ଆସିଛନ୍ତି । 

wp:html
/wp:html

ନିକଟରେ ଅନୁଷ୍କା ଇନଷ୍ଟାଗ୍ରାମରେ ଏକ ବିକିନି ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ଅନୁଷ୍କା ଏକ କମଳା ରଙ୍ଗର ସ୍ୱିମ୍ ସୁଟ୍‌ ପିନ୍ଧିଛନ୍ତି । ଯେଉଁଥିରେ ସେ ବହୁତ ବୋଲ୍ଡ ଓ ଗ୍ଲାମରସ୍‌ ଦେଖାଯାଉଛନ୍ତି । କହିବାକୁ ଗଲେ, ବର୍ତ୍ତମାନ ଅନୁଷ୍କା ତାଙ୍କ ସ୍ବାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ଛୁଟି କାଟୁଛନ୍ତି । ଅନୁଷ୍କାର ଏହି ଫଟୋ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି ।

ଅନୁଷ୍କାଙ୍କ ଏହି ଫଟୋ ଗୁଡ଼ିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏବଂ ଅନେକ ପ୍ରଶଂସକମାନେ ମଧ୍ୟ ପ୍ରେମ ବର୍ଷ କରିବା ସହ ବହୁତ କମେଣ୍ଟ କରୁଛନ୍ତି । କହିବାକୁ ଗଲେ ଅନୁଷ୍କାଙ୍କୁ ଶେଷ ଥର ପାଇଁ ଫିଲ୍ମ ଜିରୋରେ ଶାହରୁଖ ଖାନ ଏବଂ କ୍ୟାଟ୍ରିନାଙ୍କ ସହ ଦେଖିବାକୁ ମିଳିଥିଲା ​​। ବର୍ତ୍ତମାନ ସେ ଖୁବ ଶୀଘ୍ର ଝୁଲଣ ଗୋସ୍ୱାମୀଙ୍କ ବାୟୋପିକ୍‌ରେ ଦେଖିବାକୁ ମିଳିବେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.