ଅନୁଷ୍କା-ଆୟଶାଙ୍କ ମଧ୍ୟରେ ଝଗଡା ଯୋଗୁଁ ଟିମ୍‌ରୁ ବାହାରିଲେ ଶିଖର ଧାଓ୍ବନ ?

Published By : Prameya-News7 Bureau | October 06, 2018 IST

ମୁମ୍ବାଇ ୬|୧୦:  ଇଂଲଣ୍ଡରେ ଟେଷ୍ଟ ସିରିଜ୍ ହାରିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ଏବେ ଘରୋଇ ମାଟିରେ ଓ୍ବେଷ୍ଟଇଣ୍ଡିଜ୍ ସହ ମୁକାବିଲା କରୁଛି । କିଛି ଦିନ ହେବ ଏମିତି ଖବର ଶୁଣିବାକୁ ମିଳୁଛି ଯେ, ଭାରତୀୟ କ୍ରିକେଟ୍ ଟିମ୍ ରେ ଖେଳାଳୀମାନଙ୍କ ମଧ୍ୟରେ ବିବାଦ ଲାଗିରହିଛି । କେତେବେଳେ କୋଚ୍-ଅଧିନାୟକ ବିବାଦ ତ କେତେବେଳେ ଅଧିନାୟକ ପଦକୁ ନେଇ ବିବାଦ ।ପୁଣି ଆଉ କେତେବେଳେ ଖେଳାଳି ଚୟନକୁ ନେଇ ବିବାଦ ଥିବା ଖବର ଜୋର୍ ଧରୁଛି । ଏକ ଖବର ଅନୁସାରେ ଭାରତୀୟ ଦଳର କେତେକ ସିନିୟର ଖେଳାଳୀ ବିରାଟ କୋହଲି ଏବଂ ଟିମ୍ ମ୍ୟାନେଜମେଣ୍ଟକୁ ନେଇ ଖୁସି ନାହାନ୍ତି । ପୂର୍ବରୁ ରୋହିତ ଶର୍ମା ଇନଷ୍ଟାଗ୍ରାମ ଏବଂ ଟ୍ବିଟରରେ ବିରାଟ କୋହଲିଙ୍କୁ ଅନଫଲୋ କରିବା ଏବଂ ଏବେ ଶିଖର ଧାଓ୍ବନଙ୍କୁ ଟିମ୍ ରୁ ବାହାର କରିବା ଏହି ଖବରକୁ ଆହୁରି ସ୍ପଷ୍ଟ କରୁଛି । ଖବର ଅନୁସାରେ ଇଂଲଣ୍ଡ ଗସ୍ତ ବେଳେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ଶିଖରଙ୍କ ପତ୍ନୀ ଆୟଶା ମୁଖାର୍ଜୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଯାଇଥିଲା । ଅନୁଷ୍କା ଆୟଶାଙ୍କୁ ତାଙ୍କ ପରିବାରକୁ ନେଇ କିଛି କଥା କହିଥିଲେ । ସେଠାରୁ ହିଁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହା ପରେ ପରେ ହିଁ ଶିଖର ଦଳରୁ ବାଦ ପଡିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯଦିଓ ଇଂଲଣ୍ଡ ଟେଷ୍ଟ ସିରିଜ୍ ବ୍ୟତୀତ ଏସିଆ କପ୍ ରେ ଶିଖରଙ୍କ ପ୍ରଦର୍ଶନ ଭଲ କରିଥିଲେ । ଅପରପକ୍ଷରେ ଏସିଆ କପ୍ ରେ ବିରାଟ କୋହଲି ଖେଳି ନଥିଲେ । ଟିମ୍ ର ବିଭିନ୍ନ ବୈଠକ ଏବଂ କାର୍ଯ୍ୟକ୍ରମରେ ଅନୁଷ୍କା ଶର୍ମା ସାମିଲ ହେଉଥିବା ଦେଖିବାକୁ ମିଳୁଛି। ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଯେ ଏହାକୁ କେତେକ ଖେଳାଳୀ ପସନ୍ଦ କରୁନାହାନ୍ତି । କିଛି ଦିନ ହେବ ବିରାଟ କୋହଲିଙ୍କୁ ନେଇ ଟିମ୍ ରେ ବିବାଦ ଲାଗିରହିଥିବା ଖବର ଶୁଣିବାରୁ ମିଳୁଛି ।  ଏହାର ପ୍ରତିଫଳନ ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଏବେ ଏମିତି ମଧ୍ୟ ଶୁଣିବାକୁ ମିଳୁଛି ଯେ ଅନୁଷ୍କା ଏବଂ ଆୟଶା ଦୁହେଁ ଦୁହିଁଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରିବା ବନ୍ଦ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.