Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବର୍ଷକୁ ମାତ୍ର ଗୋଟିଏ ଫିଲ୍ମ କରିବେ ଅନୁଷ୍କା, କାହିଁକି ନେଲେ ଏମିତି ନିଷ୍ପତ୍ତି ?

29/05/2023 at 3:24 PM

ମୁମ୍ଵାଇ ୨୯।୦୫: ଦୀର୍ଘ ଦିନ ଧରି ଅନୁଷ୍କା ଶର୍ମା ବଡ ପରଦାରୁ ଦୂରେଇ ରହିଥିଲେ। ଶେଷ ଥର ପାଇଁ ତାଙ୍କୁ ୨୦୧୮ରେ ଶାହରୁଖ ଖାନଙ୍କ ବିପକ୍ଷରେ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ପରେ ୨୦୨୨ରେ ଫିଲ୍ମ’ କାଲା’ରେ ଏକ କ୍ୟାମୋ ଭୂମିକାରେ ଅଭିନୟ କରିଥିଲେ। ବର୍ତ୍ତମାନ ଚାରି ବର୍ଷ ପରେ ଅନୁଷ୍କା ପୂର୍ବତନ ଭାରତୀୟ କ୍ରିକେଟର ଝଲଣ ଗୋସ୍ୱାମୀଙ୍କ ବାୟୋପିକ ‘ଚକଦା ଏକ୍ସପ୍ରେସ’ କମ୍ବ୍ୟାକ୍ କରୁଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଶେଷ ସୁଦ୍ଧା ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବ। ଏହି ସମୟରେ ଅନୁଷ୍କା ଶର୍ମା ଏକ ବଡ ଘୋଷଣା କରିଛନ୍ତି । ଯାହା ଶୁଣି ପ୍ରଶଂସକମାନେ ଟିକେ ନିରାଶ ହୋଇଛନ୍ତି।

know beauty secrets of chakda xpress actor anushka sharma entertainment in  hindi | Anushka Sharma Beauty Secret: खूबसूरती बनाए रखने के लिए अनुष्का  करती हैं इस देसी नुस्खें का इस्तेमाल, आप भी

ଏବେ ଅନୁଷ୍କା କହିଛନ୍ତି ଯେ ବର୍ତ୍ତମାନ ସେ ଗୋଟିଏ ବର୍ଷରେ କେବଳ ଗୋଟିଏ ଫିଲ୍ମ କରିବେ। କାରଣ ଏହି ସମୟରେ ସେ ନିଜ ପରିବାର ଉପରେ ବିଶେଷ କରି ତାଙ୍କ ଝିଅ ଭାମିକା ଉପରେ ଧ୍ୟାନ ରଖିବାକୁ ଚାହୁଁଛନ୍ତି । ବାଙ୍ଗାଲୋରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁଷ୍କା କହିଛନ୍ତି, ‘ମୁଁ ଜାଣେ ମୋ ଝିଅ ଏମିତି ବୟସରେ ଅଛି ଯେ ତାଙ୍କୁ ମୋର ବହୁତ ସମୟ ଦରକାର। ବିରାଟ ଜଣେ ମହାନ ପିତା। କିନ୍ତୁ ସେ ସେହି ବୟସରେ ଅଛନ୍ତି ଯେଉଁଠାରେ ସେ ମୋତେ ଅଧିକ ଆବଶ୍ୟକ କରେ । ଆମେ ଏହାକୁ ଜାଣିବା ଦରକାର। ଏଥିପାଇଁ ମୁଁ ଏହି ପଦକ୍ଷେପ ନେଇଛି ।

ଅନୁଷ୍କା କହିଛନ୍ତି, ମୋତେ ଅଭିନୟକୁ ମଜା ଲାଗେ କିନ୍ତୁ ମୁଁ ସେତେ ଫିଲ୍ମ କରିବି ନାହିଁ ଯେତିକି ମୁଁ ଆଗରୁ କରୁଥିଲି। ବର୍ତ୍ତମାନ ମୁଁ ବର୍ଷକୁ ଗୋଟିଏ ଚଳଚ୍ଚିତ୍ର କରିବାକୁ ଚାହୁଁଛି । ଅଭିନୟର ପର୍ଯ୍ୟାୟକୁ ଉପଭୋଗ କରିବାକୁ ଚାହୁଁଛି । ଯାହା ମୋତେ ଭଲ ଲାଗେ। ମୋ ଲାଇଫକୁ ବାଲାନ୍ସ କରିବାକୁ ଚାହେଁ । ଏବେ ଯେମିତି ଅଛି ଆଗକୁ ବି ଫ୍ୟାମିଲି ସହ ସେମିତି ହିଁ ରହିବି।

You Can Read:

   Related Posts