suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସୁନିଲ ଗାଭାସ୍କରଙ୍କ ଟିପ୍ପଣୀରେ ଉତ୍ତେଜିତ ହେଲେ ଅନୁଷ୍କା ଶର୍ମା, ସୋସିଆଲ ମିଡିଆରେ ଝାଡିଲେ ରାଗ

25/09/2020 at 5:01 PM

ମୁମ୍ବାଇ ୨୫।୦୯: ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୩ତମ ସଂସ୍କରଣ ଖେଳାଯାଉଛି। ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ  ବେଙ୍ଗାଲୁରୁ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଟୂର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍ ଖେଳାଯାଉଥିଲା। ଏହି ମ୍ୟାଚ୍‌ରେ ଆରସିବିର ଅଧିନାୟକ ବିରାଟ କୋହଲି କିଛି ଖାସ୍ ପ୍ରଦର୍ଶନ କରିପାରିନଥିଲେ  ଏବଂ କେବଳ ଗୋଟିଏ ରନ କରି ଆଉଟ୍ ହୋଇଥିଲେ। ଏହି ସମୟରେ ଭାଷ୍ୟକାର କମିଟିର ସଦସ୍ୟ ସୁନିଲ ଗାଭାସ୍କର ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନେଇ ଏମିତି କିଛି କହିଥିଲେ, ଯାହା ପରେ ଏବେ ସେ ଟ୍ରୋଲର୍ସଙ୍କ ନିଶାଣରେ। ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ପ୍ରଶଂସକ ଗାଭାସ୍କରଙ୍କୁ ଭାଷ୍ୟକାର କମିଟିରୁ ହଟାଇବାକୁ ଦାବି କରିଛନ୍ତି। ଗାଭାସ୍କରଙ୍କ ଉକ୍ତ ଟିପ୍ପଣୀ ଉପରେ ଏବେ ଅନୁଷ୍କା ଶର୍ମାଙ୍କ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

ଅନୁଷ୍କା ଶର୍ମା ନିଜର ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି। ସେ ଏଥିରେ ସୁନିଲ ଗାଭାସ୍କରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ସହିତ କମେଣ୍ଟ୍ରି ସମୟରେ ତାଙ୍କୁ ନେଇ ହୋଇଥିବା ଟିପ୍ପଣୀ ଉପରେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉଲ୍ଲେଖନୀୟ କମେଣ୍ଟ୍ରି ସମୟରେ ଗାଭାସ୍କର କୋହଲିଙ୍କ ଖରାପ ଫର୍ମ ଉପରେ କହିଥିଲେ ଯେ, ବିରାଟ ଲକ୍‌ଡାଉନ୍‌ରେ କେବଳ ଅନୁଷ୍କା ଶର୍ମାଙ୍କ ବଲ୍‌ରେ ଅଭ୍ୟାସ କଲେ। ଗାଭାସ୍କରଙ୍କ ଏହି ବୟାନକୁ ନେଇ ଏବେ ହଙ୍ଗାମା ଆରମ୍ଭ ହୋଇ ଯାଇଛି।

ଅନୁଷ୍କା ଶର୍ମା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ମିଷ୍ଟର ଗାଭାସ୍କର, ଆପଣଙ୍କ ଟିପ୍ପଣୀ  ବହୁତ ବିଚଳିତ କରିବା ଭଳି ଥିଲା। ମାତ୍ର ମୁଁ ଆପଣଙ୍କୁ ଏହା ବୁଝାଇବାକୁ ପସନ୍ଦ କରିବି ଯେ ଆପଣ ଜଣେ ପତ୍ନୀଙ୍କ ଉପରେ ତାର ସ୍ଵାମୀର ପ୍ରଦର୍ଶନକୁ ନେଇ ତାଙ୍କ ଉପରେ ଦୋଷ ଲଦିବାକୁ କେମିତି ଚିନ୍ତା କରି ପାରିଲେ। ଗତ କିଛି ବର୍ଷରେ ଆପଣ ଖେଳ ଉପରେ ଟିପ୍ପଣୀ କରି ପ୍ରତି କ୍ରିକେଟ୍‌ରଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦେଇଛନ୍ତି। କଣ ଆପଣଙ୍କୁ ଏହା ଲାଗୁ ନାହିଁ ଯେ, ଆପଣଙ୍କୁ ମୋର ଏବଂ ଆମ ପାଇଁ ସମାନ ସମ୍ମାନ ହେବା ଉଚିତ୍।

ଅନୁଷ୍କା ଏହା ମଧ୍ୟ ଲେଖିଛନ୍ତି, ମୋତେ ବିଶ୍ଵାସ ଯେ ଗତକାଲି ରାତିରେ ମୋ ସ୍ଵାମୀଙ୍କ ପ୍ରଦର୍ଶନ ଉପରେ ଟିପ୍ପଣୀ କରିବା ପାଇଁ ଆପଣ ଅନ୍ୟ କିଛି ଶବ୍ଦ ପ୍ରୟୋଗ କରି ପାରିଥାନ୍ତେ। ଆପଣଙ୍କୁ କଣ ଠିକ୍ ଲାଗୁଛି ମୋର ନାଁକୁ ଏମିତି ବ୍ୟବହାର କରିବା ? ଏହା ୨୦୨୦ ଏବଂ ଅନେକ  ଜିନିଷ ମୋ ପାଇଁ ବଦଳି ନାହିଁ। କେବେ ମୋତେ କ୍ରିକେଟ୍‌କୁ ନେଇ ଟାଣିବା ଏବଂ ମୋ ଉପରେ ଏହି ଧରଣର ଟିପ୍ପଣୀ କରାଯିବା ବନ୍ଦ ହେବ। ସମ୍ମାନନୀୟ ମିଷ୍ଟର ଗାଭାସ୍କର, ଆପଣ ଜଣେ କିମ୍ବଦନ୍ତୀ। ଯାହାଙ୍କ ନାମ ଏହି କ୍ରୀଡାରେ ଜଣେ ଭଦ୍ର ଲୋକଙ୍କ ହିସାବରେ ଗ୍ରହଣ କରାଯାଏ। ମୁଁ କେବଳ  ଆପଣଙ୍କୁ ଏହା କହିବାକୁ ଚାହୁଁଥିଲି ଯେ, ଯେବେ ଆପଣ ଏମିତି ଟିପ୍ପଣୀ କଲେ ମୋତେ କେମିତି ଲାଗୁଥିବ।

   Related Posts