krs-728-90-banner (1)
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମ୍ୟାଚ୍‌ ହାରିବା ପରେ ଭାବୁକ ହେଲେ ଅନୁଷ୍କା-ଆଥିଆ, ସାମ୍ନାକୁ ଆସିଲା ଭିଡିଓ

20/11/2023 at 7:57 AM

ମୁମ୍ଵାଇ ୨୦।୧୧: ୨୦୨୩ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ଟାଇଟଲ୍‌ ହାସଲ କରିଛି ଅଷ୍ଟ୍ରେଲିଆ। ଭାରତକୁ ୬ୱିକେଟ୍ ରେ ହରାଇ ଷଷ୍ଠ ଥର ପାଇଁ ଟ୍ରଫି ଜିତିଲା । ଭାରତୀୟ ଦଳର ପରାଜୟ ପରେ ପ୍ରଶଂସକଙ୍କ ସହ ଭାରତୀୟ ସେଲିବ୍ରିଟମାନେ ମଧ୍ୟ ଅତ୍ୟନ୍ତ ନିରାଶ ହୋଇଥିଲେ। ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦର ମୋଦୀ ଷ୍ଟାଡିୟମରେ ପହଂଚିଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀଙ୍କର ଏକ ଭିଡିଓ ଆସିଥିଲା। ​​ଯେଉଁଥିରେ ଉଭୟେ ଅତ୍ୟନ୍ତ ନିରାଶ ହୋଇଥିଲେ।

ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ପତ୍ନୀ ଆଥିଆ ଶେଟ୍ଟି ନଭେମ୍ବର ୧୯ ରବିବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିଥିଲେ। ODI ବିଶ୍ୱକପ ୨୦୨୩ର ଫାଇନାଲ ମ୍ୟାଚରେ ଭାରତୀୟ ଦଳକୁ ସମର୍ଥନ କରିବାକୁ ଉଭୟ ଏଠାକୁ ଯାଇଥିଲେ । ପରାଜୟର ହେବା ପରେ ଅନୁଷ୍କା ଶର୍ମା ଏବଂ ଆଥିଆ ଶେଟ୍ଟୀ ବହୁତ ଦୁଃଖୀ ଦେଖାଯାଉଥିଲେ। ଯେମିତିକି  ଲାଗୁଥିଲା ଭାଙ୍ଗି ପଡିଛନ୍ତି । ଏହା ପରେ ବିରାଟ୍‌ଙ୍କର ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଅନୁଷ୍କା ତାଙ୍କୁ କୁଣ୍ଢାଇ ଧରିଛନ୍ତି । ଉଭୟଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Virat-Anushka

ଏହି ସମୟରେ ଭେଟରାନ୍ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଏବଂ ବିରାଟ କୋହଲି ମଧ୍ୟ ଭାବପ୍ରବଣ ହୋଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ପରେ କ୍ୟାପଟେନ ରୋହିତ ଶର୍ମା ସିରାଜ୍‌ ପଡ଼ିଆରେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ପାଇଁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଟ୍ରାଭିସ୍ ହେଡ୍ ଏକ ଚମତ୍କାର ଶତକ ହାସଲ କରିଥିଲେ।

   Related Posts