ବିରାଟଙ୍କ ହାତ ଧରି ସିଡି ଓହ୍ଲାଇଲେ ଅନୁଷ୍କା; ପୁଣି ବଢ଼ିଲା ପ୍ରେଗନେନ୍ସି ଚର୍ଚ୍ଚା
16/11/2023 at 5:16 PM

ମୁମ୍ବାଇ: ଦ୍ବିତୀୟ ଥର ପାଇଁ ବାପା -ମା’ ହେବେ ବିରାଟ ଓ ଅନୁଷ୍କା । ମୋଷ୍ଟ୍ ପାଓ୍ବାରଫୁଲ୍ କପଲଙ୍କ ପୁଣି ଥରେ ପ୍ୟାରେଣ୍ଟ୍ସ ହେବାକୁ ଯାଉଛନ୍ତି । ଏହା କେତେ ସତ କେତେ ମିଛ ? ଏହା ଗୁଜବ ନା ଏଥିରେ ସତ୍ୟତା ରହିଛି । ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଅନୁଷ୍କା ଶର୍ମା । ଏନେଇ ସେଭଳି ସଠିକ୍ ସୂଚନା ନଥିଲେ ମଧ୍ୟ ଷ୍ଟାର କପଲଙ୍କ ହାବଭାବରୁ ଏହା ବାରି ହେଇଯାଉଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ଯେ ଅନୁଷ୍କା ଶର୍ମା ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ।
Virat kohli Spotted with Anushka Sharma at Team Hotel after the match ❤️#viratkohli #anushkasharma #virushka pic.twitter.com/pepHOpYxFP
— 𝙒𝙧𝙤𝙜𝙣🥂 (@wrogn_edits) November 15, 2023
ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବକପ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଉଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ କ୍ବିଓ୍ବି ଦଳ ସାମ୍ନାରେ ୩୯୭ରନର ବିଶାଳ ସ୍କୋର ଛିଡ଼ା କରିଥିଲା । ଏହି ଲକ୍ଷ୍ୟକୁ ପିଛା କରି କେନ୍ ବାହିନୀ ୩୨୭ ରନ କରି ଅଲଆଉଟ୍ ହୋଇଥିଲା । ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୭୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ମ୍ୟାଚରେ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୪୯ତମ ଶତକ ରେକର୍ଡକୁ ଭାଙ୍ଗି ଶତକରେ ଅର୍ଦ୍ଧଶତକ କରିଛନ୍ତି । ଦିନିକିଆ କ୍ରିକେଟରେ ୫୦ତମ ଶତକ ମାରିଥିଲେ ବିରାଟ କୋହଲି। ତେବେ ସେମିଫାଇନାଲ୍ ମ୍ୟାଚରେ ତାଙ୍କୁ ଚିୟର-ଅପ୍ କରିବାକୁ ପତ୍ନୀ ଅନୁଷ୍କା ଶର୍ମା ଓ୍ବାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିଥିଲେ ।
ମ୍ୟାଚ୍ ସରିବା ପରେ ବିରାଟଙ୍କ ସହିତ ଅନୁଷ୍କା ଶର୍ମା ହୋଟେଲରୁ ଏକସଙ୍ଗରେ ବାହାରିଥିଲେ । ଏହି ସମୟରେ ବିରାଟ ପତ୍ନୀ ଅନୁଷ୍କାଙ୍କ ହାତକୁ ଧରି ସିଡ଼ିରେ ଧୀରେ ଧୀରେ ଓହ୍ଲାଇଥିଲେ ଏବଂ ତାଙ୍କୁ କାର୍ ନିକଟକୁ ନେଇଯାଇଥିଲେ । ଷ୍ଟାର୍ କପଲଙ୍କ ପାଖେ ପାଖେ ସୁରକ୍ଷାକର୍ମୀ ମଧ୍ୟ ରହିଥିଲେ । ଭିଡିଓରେ ବିରାଟଙ୍କ ହାବଭାବରୁ ସମ୍ପୂର୍ଣ୍ଣ ଭାବେ ଜଣାପଡ଼ୁଛି ଯେ, ଅନୁଷ୍କା ଶର୍ମା ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ଇଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।