ମୁମ୍ଵାଇ ୦୫।୦୯: ଅଭିନେତ୍ରୀ ଅନୁଷ୍କା ଶର୍ମା । ବର୍ତ୍ତମାନ ସେ ତାଙ୍କ ପିଲାମାନଙ୍କ ସହ ସମୟ ଅତିବାହିତ କରୁଛନ୍ତି। ସେ ଅଧିକାଂଶ ସମୟ ପିଲାମାନଙ୍କ ଲାଳନପାଳନ କରିବାରେ ସମୟ ଲଗାଉଛନ୍ତି। ଅନୁଷ୍କାଙ୍କର ଦୁଇଟି ସନ୍ତାନ, ଗୋଟିଏ ଝିଅ ଭାମିକା ଏବଂ ଗୋଟିଏ ପୁଅ ଅକାୟ ଅଛନ୍ତି। ନିକଟରେ ଅଭିନେତ୍ରୀ କହିଥିଲେ ଯେ ସେ ଏବଂ ତାଙ୍କ ସ୍ୱାମୀ ପିଲାମାନଙ୍କ ପାଇଁ ଖାଦ୍ୟ ରାନ୍ଧନ୍ତି।
ରିପୋର୍ଟ ଅନୁଯାୟୀ ଅନୁଷ୍କା ଲଣ୍ଡନରୁ ଭାରତ ଫେରିଛନ୍ତି। ଗତକାଲି ତାଙ୍କର ମୁମ୍ବାଇରେ ଏକ କାର୍ଯ୍ୟକ୍ରମ ରହିଥିଲା । ଯେଉଁଥିରେ ସେ କହିଛନ୍ତି ଯେ ସେ ଏବଂ ବିରାଟ ଏହି ରେସିପି ନିଜ ପିଲାମାନଙ୍କୁ ଦେବାକୁ ଚାହୁଁଛନ୍ତି। ଅନୁଷ୍କା କହିଛନ୍ତି ଯେ ସେ ତାଙ୍କ ଲାଇଫଷ୍ଟାଇଲ ରୁଟିନ୍କୁ ନେଇ ଖୁବ୍ ଗମ୍ଭୀର । ସେ ଯେଉଁଠାରେ ଥାଆନ୍ତି, ସେ ଠିକ୍ ସମୟରେ ଖାଆନ୍ତି ଏବଂ ଠିକ୍ ସମୟରେ ଶୋଇଥା’ନ୍ତି ।
ଅନୁଷ୍କା ଆହୁରି କହିଛନ୍ତି- ଆମ ଘରେ ଏକ ଆଲୋଚନା ହୋଇଥିଲା ଯେ ଯଦି ଆମେ ଆମ ମା ରାନ୍ଧୁଥିବା ଖାଦ୍ୟ ରାନ୍ଧୁ ନାହୁଁ, ତେବେ ଆମେ ଏହି ରେସିପି ଆମ ପିଲାମାନଙ୍କୁ ଦେଇ ପାରିବୁ ନାହିଁ। ସେଥିପାଇଁ ବେଳେବେଳେ ମୁଁ ରୋଷେଇ କରେ ଏବଂ ବେଳେବେଳେ ମୋ ସ୍ୱାମୀ ରୋଷେଇ କରନ୍ତି। ଆମ ମା ଏହାକୁ ଯେପରି ତିଆରି କରୁଥିଲେ ଆମେ ଏହାକୁ କରିବାକୁ ଚେଷ୍ଟା କରୁ । ବେଳେବେଳେ ମୁଁ ଟିକିଏ ଚିଟିଂ କରେ, ମା’ଙ୍କୁ ଫୋନ୍ କରିକି ରେସେପି ବୁଝେ । ଏହା ଯେପରି ତୁମେ ନିଜ ପିଲାମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଦେଉଛ ।
ଷ୍ଟ୍ରିକ୍ଟ ରୁଟିନ ଫଲୋ କରନ୍ତି ଅନୁଷ୍କା
ଆଗକୁ ଅନୁଷ୍କା ମଧ୍ୟ କହିଛନ୍ତି - ମୁଁ ମୋ ରୁଟିନ୍କୁ ନେଇ ବହୁତ ସିରିଅସ୍ । କାହିଁକି ନା ଆମେ ବହୁତ ଟ୍ରାଭେଲ କରୁ ଏବଂ ମୋ ପିଲାମାନେ ବହୁତ ପରିବର୍ତ୍ତନ ଅନୁଭବ କରନ୍ତି । ଯେତେବେଳେ ମୁଁ ସେମାନଙ୍କ ପାଇଁ ରୁଟିନ୍ ତିଆରି କରେ, ମୁଁ ସେମାନଙ୍କୁ ବୁଝାଏ । ଖାଇବା ସମୟ ସମ୍ପୂର୍ଣ୍ଣ ସ୍ଥିର- ଆମେ ଯେଉଁଠାରେ ବି ଥାଏ.. ତାହା ଫରକ ପଡେ ନାହିଁ । ଆମେ ନିର୍ଦ୍ଦିଷ୍ଟ ସମୟରେ ଖାଇଥାଉ ଏବଂ ନିର୍ଦ୍ଦିଷ୍ଟ ସମୟରେ ଶୋଇଥାଉ ।