ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଫିଲ୍ମ ବୟକଟ୍ ଟ୍ରେଣ୍ଡ: ଏଭଳି କଥା ଦେଶର ପରିବେଶକୁ ଖରାପ କରେ, ଏମିତି ହେବା ଉଚିତ ନୁହେଁ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

27/01/2023 at 10:26 PM

ନୂଆଦିଲ୍ଲୀ: ଫିଲ୍ମ ଉପରେ ନେତାଙ୍କ ବିବାଦୀୟ ଟିପ୍ପଣୀକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ ନେତାଙ୍କୁ ତାଗିଦ୍ କରିଥିଲେ। ଏହାପରେ ପଠାନ ଫିଲ୍ମକୁ ନେଇ ବିଜେପି ନେତାଙ୍କ ଠାରୁ କୌଣସି ମନ୍ତବ୍ୟ ଶୁଣିବାକୁ ମିଳି ନଥିଲା। ଏବେ କେନ୍ଦ୍ର କ୍ରୀଡ଼ା ଓ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ମୋଦୀଙ୍କ କଥା ଦୋହରାଇଛନ୍ତି।

ବୟକଟ୍‌ ସଂସ୍କୃତି ଦ୍ୱାରା ଫିଲ୍ମକୁ ଟାର୍ଗେଟ୍ କରିବାକୁ ନିନ୍ଦା କରିଛନ୍ତି ଅନୁରାଗ। ଏଭଳି କଥାରେ ଦେଶର କ୍ଷତି ହୋଇଥାଏ ଓ ପରିବେଶ ଖରାପ ହୋଇଥାଏ। ତେଣୁ ଏମିତି ହେବା ଉଚିତ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ମୁମ୍ବାଇରେ ଆୟୋଜିତ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଫିଲ୍ମ ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ଉତ୍ସବରରେ ଯୋଗ ଦେଇ ଏପରି କହିଛନ୍ତି ମନ୍ତ୍ରୀ।

ପିଟିଆଇର ରିପୋର୍ଟ ଅନୁସାରେ, କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ଏକ ସଫ୍ଟ ପାୱାର ଭାବେ ନିଜର ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରୁଛି। ଏଭଳି ସ୍ଥିତିରେ ଏମିତି ସବୁ ଘଟଣା ପରିବେଶ ନଷ୍ଟ କରୁଛି। ଯଦି ଏଥିରେ କାହାକୁ କିଛି ସମସ୍ୟା ଅଛି ତେବେ ସେ ସମ୍ପର୍କିତ ସରକାରୀ ବିଭାଗ ସହ ଆଲୋଚନା କରିବା ଉଚିତ୍। ଅଭିଯୋଗକର୍ତ୍ତାମାନଙ୍କୁ ଫିଲ୍ମ ନିର୍ମାତାଙ୍କ ସହ ଆଲୋଚନା କରିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି।  

ମୁମ୍ବାଇରେ ଆୟୋଜିତ ସାଙ୍ଘାଇ ସହଯୋଗ ସଂଗଠନ(ଏସ୍‌ସିଓ) ଫିଲ୍ମ ଫେଷ୍ଟିଭାଲ୍‌ର ଉଦ୍‌ଘାଟନୀ ଉତ୍ସବରରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର। ଏହି ସମୟରେ ସେ ଓଟିଟି କଣ୍ଟେଣ୍ଟ ଉପରେ ବି ନିଜର ମନ୍ତବ୍ୟ ରଖିଥିଲେ। ମନ୍ତ୍ରୀ କହିଥିଲେ “ ସୃଜନଶୀଳତା ଉପରେ କୌଣସି କଟକଣା ହେବା ଉଚିତ୍ ନୁହେଁ।”

ସେ ଆହୁରି ମଧ୍ୟ କହିଛନ୍ତି ଯେ ଓଟିଟି ଫ୍ଲାଟ୍‌ଫର୍ମ କଣ୍ଟେଣ୍ଟ ବିଷୟରେ ଏମିତି ଅନେକ ଅଭିଯୋଗ ମିଳିଥାଏ। କିନ୍ତୁ ପାଖାପାଖି ୯୫ ପ୍ରତିଶତ ଅଭିଯୋଗ ପ୍ରଯୋଜକଙ୍କୁ ଭେଟି ସମାଧାନ କରାଯାଇଥାଏ।  ବାକି ସମସ୍ୟା ପବ୍ଲିଶର  ଆସୋସିଏସନ୍‌ ସହ ମିଶି ସମାଧାନ କରାଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ଥାଉକି ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ୮ୟୁରେଶିଆନ ଦେଶର  ଆଞ୍ଚଳିକ ଗ୍ରୁପ୍‌ରୁ ୫୮ ଟି ଫିଲ୍ମ ପ୍ରଦର୍ଶିତ କରାଯିବ।

   Related Posts