oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୭ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତିନାଶିନୀ, ପୀଠରେ ମହାନବମୀ ପୂଜା
  • ||
  • ଭୁବନେଶ୍ୱର : ସୋମବାରଠୁ ପ୍ରବଳ ବର୍ଷା, ୮ ପରେ ପୁଣି ଏକ ଘୂର୍ଣ୍ଣିବଳୟ
  • ||
  • ବରଗଡ଼ : ପଦ୍ମପୁର ବିଧାୟକଙ୍କ ପରଲୋକ, ୬୪ ବର୍ଷରେ ଆଖିବୁଜିଲେ ବିଜୟ ରଞ୍ଜନ ସିଂ ବରିହା
  • ||

‘ମହ୍ଲାରୀ’ ଗୀତରେ ନାଚିଲେ ଅନୁରାଗ ଠାକୁର ଓ ରଣବୀର ସିଂହ: ଦୁଲୁକିଲା ଦୁବାଇ ଏସ୍କପୋ ମଞ୍ଚ, ଭିଡିଓ ଭାଇରାଲ

29/03/2022 at 10:36 AM

ମୁମ୍ୱାଇ ୨୯/୦୩ : ବାଜିରାଓ ମସ୍ତାନୀ ଫିଲ୍ମ ଗୀତରେ ଏକାଠି ନାଚିଲେ ମନ୍ତ୍ରୀ ଓ ସୁପରଷ୍ଟାର । ମହ୍ଲାରୀ ସଂଗରେ ମନ ଭରି ନାଚିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ତେବେ ସେ ବଲିଉଡ ଅଭିନେତା ରଣଭୀର ସିଂହଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଛି । ଦୁବାଇ ଏକ୍ସପୋରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ ।

ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏମାନଙ୍କ ସହ ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ଖୁବ ନାଚିଛନ୍ତି । ଭାଇରାଲ ହୋଇଥିବା ଭିଡିଓରେ ଦେଖାଯାଇଛି, ପ୍ରଥମେ ଗୀତ ବାଜିବା ପରେ ରଣଭୀର ସିଂହ ନାଚ ଆରମ୍ଭ କରୁଛନ୍ତି । ନିକଟରେ ମନ୍ତ୍ରୀ ଛିଡା ହୋଇଛନ୍ତି । ପରେ ରଣଭୀର ଆଉ ଅପେକ୍ଷା ନକରି ମନ୍ତ୍ରୀଙ୍କୁ ଟାଣିଆଣନ୍ତି ।

ଆଉ ମନ୍ତ୍ରୀ ମଧ୍ୟ ମନା ନକରି ଟିକିଏ ଷ୍ଟେପ କରିଦିଅନ୍ତି । ଯାହାକୁ ଖୁବ ପସନ୍ଦ କରନ୍ତି ସେଠାରେ ଥିବା ଦର୍ଶକ । ଅନୁରାଗ ଠାକୁରଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି । ସୂଚନା ଥାଉକି, ଭାରତ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ସରକାର । ଏହା ଅଧୀନରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ।

ଏହି ଅବସରରେ ଦୁବାଇ ଏକ୍ସପୋରେ ଇଣ୍ଡିଆ ପାଭିଲିୟନ ଦେଖିବାକୁ ଲୋକମାନେ ବହୁ ସଂଖ୍ୟାରେ ଏକାଠି ହୋଇଛନ୍ତି । ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ, ବସ୍ତ୍ର, କସ୍ମିକ୍ ୱାର୍ଲ୍ଡ ଏବଂ ସିନେମା ୱାର୍ଲ୍ଡ ସହିତ ଭାରତୀୟ ପ୍ରଦର୍ଶନୀ ଦେଖିବାକୁ ଲୋକେ ଏଠାକୁ ଆସିଛନ୍ତି । ପ୍ରାୟ ୧୭ ଲକ୍ଷ ଲୋକ ଇଣ୍ଡିଆ ପାଭିଲିୟନ ପରିଦର୍ଶନ କରିବେ ।

   Related Posts