ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ବିଗ ବି ଅନୁରାଗ କଶ୍ୟପଙ୍କ କଥାରେ ରାଗିଲେ କି ? ପ୍ରଯୋଜକ କାହିଁକି ହେଲେ ଛାନିଆ ? ହେଲା କଣ…

8/02/2023 at 4:04 PM

ମୁମ୍ବାଇ ୦୮।୦୨: ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ । ସେ ତାଙ୍କ ପର୍ସନାଲ୍ ଏବଂ ପ୍ରଫେସନାଲ ଲାଇଫକୁ ନେଇ ବେଶ୍ ପରିଚିତ । ନିଜ ବ୍ୟକ୍ତିତ୍ବକୁ ନେଇ ସମସ୍ତଙ୍କ ପ୍ରେରଣା ଅଟନ୍ତି ବିଗ ବି’ । ନିକଟ ଅତୀତରେ ଲେଜେଣ୍ଡାରୀ ଅଭିନେତାଙ୍କୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପ । ଅନୁରାଗ ଅମିତାଭଙ୍କ ସହ ବିତାଇଥିବା କିଛି ମୂହୁର୍ତ୍ତ ସେୟାର କରିଛନ୍ତି । ସେ ଏହି ମୂହୁର୍ତ୍ତକୁ ମନେପକାଇ ‘କମଲ କା କିସା’ ବୋଲି କହିଥିଲେ ଅନୁରାଗ। ସେ କହିଛନ୍ତି ଯେ, ବିଗ ବି କ୍ରିଟିସିଜିମକୁ ବହୁତ ଭଲଭାବେ ନିୟନ୍ତ୍ରଣ କରିଥାନ୍ତି । ଅନୁରାଗ ସେହି ସମୟର କଥା କହିଛନ୍ତି ଯେତେବେଳେ ଅମିତାଭ ବଚ୍ଚନ ‘ୟୁଦ୍ଧ’ ଫିଲ୍ମର ସୁଟିଂ କରୁଥିଲେ । ଏକାଠି କାମ କରୁଥିବା ବେଳେ ଅମିତାଭଙ୍କ ସୁଟିଂ ଚାଲିଥାଏ । ଏହି ସମୟରେ ଅନୁରାଗ କହିଥିଲେ ଯେ ‘ସାର୍ ଏହା ଦରକାର ନାହିଁ, ଅମିତାଭ ବଚ୍ଚନ କେମିତି ଆକ୍ଟିଙ୍ଗ କରନ୍ତି ତାହାକୁ ଆଖି ବନ୍ଦ କରି ଦେଖିପାରିବି, କିନ୍ତୁ ଏଠାରେ ରିଅଲ୍ କରିବାର ଅଛି’ ।

ଏହା କହିବା ପରେ ସେଟରେ ଥିବା ସମସ୍ତେ ଏବଂ ପ୍ରଡ୍ୟୁସର ମଧ୍ୟ ଡରି ଯାଇଥିଲେ । କିନ୍ତୁ ଏହି ସମୟରେ ବିଗ୍ ବିଙ୍କ ଠାରୁ ଉତ୍ତର ଆସିଥିଲା ମତେ ଟିକେ ସମୟ ଦିଅନ୍ତୁ । ଏହା କହି ସେ ସେଠାରେ ହିଁ ବସି ଯାଇଥିଲେ । ଏପରି ସ୍ଥିତି ଦେଖି ସେଟର ସମସ୍ତଙ୍କ ସହ ପ୍ରଡ୍ୟୁସର ମଧ୍ୟ କହିଥିଲେ ଯେ, ଇଏ ସୋ ବନ୍ଦ କରିକି ହିଁ ଛାଡିବ । ଏହାପରେ ଅନୁତାପ କରିଥିଲେ ଏବଂ ଅମିତାଭଙ୍କୁ କ୍ଷମା ମାଗିଥିଲେ । ଏହା ଶୁଣି ଜୋରରେ ହସିଥିଲେ ଅମିତାଭ । ସେହି ସମୟରେ ଅଭିମାନ ଫିଲ୍ମ ବିଷୟରେ ଏକ କାହାଣୀ ମନେ ପକାଉଥିଲେ ଏବଂ ସେହି ଚଳଚ୍ଚିତ୍ରର ସଂଳାପରେ ସେ ବହୁତ ପ୍ରଭାବିତ ହୋଇଥିଲେ । ଏହାପରେ ଅନୁରାଗ ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି ଏବଂ ଅମିତାଭଙ୍କ ଅଭିନୟ ତୁରନ୍ତ ଚେଞ୍ଜ ହୋଇଯାଇଥଲା । ସେଠାରେ ସେ କହିଥିଲେ, ‘ତାଙ୍କର ହୋଇଗଲା ପରିବର୍ତ୍ତନ’ ।

ଅନୁରାଗ କହିଛନ୍ତି ଯେ ଅମିତାଭ ହେଉଛନ୍ତି ‘ବିରଳ ଅଭିନେତା’ । ତେବେ ଅନୁରାଗଙ୍କ ବିଷୟରେ କହିବାକୁ ଗଲେ ତାଙ୍କର ଫିଲ୍ମ ରିଲିଜ ହେବାକୁ ଯାଉଛି ‘ପ୍ୟାର୍ ଉଇଥ୍ ଡିଜେ ମହବତ୍’ ।  ଅନ୍ୟପଟେ ବିଗ୍ ବିଙ୍କ କଥା କହିବାକୁ ଗଲେ ଶେଷ ଥର ପାଇଁ ଉଞ୍ଚାଇ ଫିଲ୍ମରେ ଦେଖିବାକୁ ମିଳିଥିଲା ।

   Related Posts