ବିକାଶ ଦୁବେ ଉପରେ ଓ୍ବେବ ସିରିଜ୍ ନିର୍ମାଣ କରିବେ ଅନୁରାଗ କଶ୍ୟପଙ୍କ ଭଉଣୀ ନେହା

Published By : Prameya-News7 Bureau | September 24, 2020 IST

ନୂଆଦିଲ୍ଲୀ ୨୪/୦୯: ‘କାନୁପରର ମୁଁ ବିକାଶ ଦୁବେ’ ଏ ଡାଏଲଗ୍ ଏମିତି ଲୋକପ୍ରିୟ ହେଲା ଯେ ଏବେ ଦୁର୍ଦାନ୍ତ ବିକାଶ ଦୁବେଙ୍କ ଉପରେ ଗୋଟିଏ  କି ଦିଇଟା ନୁହେଁ, ବରଂ କେତେ ଗୁଡ଼ିଏ ଓ୍ବେବ ସିରିଜ୍ ପ୍ରସ୍ତୁତ ହେବାକୁ ଯାଉଛି। ନିର୍ଦେଶକ ମନୀଷ ବାତ୍ସଲ୍ୟ ‘ହନକ’ ନାଁରେ ବିକାଶ ଦୁବେଙ୍କ ଉପରେ ଓ୍ବେବ ସିରିଜ୍ କରିବା ଘୋଷଣା କରିଥିଲେ। ଏହି କ୍ରମରେ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଭଉଣୀ ନେହା କଶ୍ୟପ ମଧ୍ୟ ବିକାଶ ଦୁବେଙ୍କ ଉପରେ ଓ୍ବେବ ସିରିଜ ନିର୍ମାଣ କରିବେ।

{"id":333894,"width":578,"height":317,"sizeSlug":"large"}

ସେ ଏହାର ସୁଟିଂ ବାଘପତରେ କରିବେ। ତାଙ୍କୁ ଏ ଲୋକେସନ ପସନ୍ଦ ଆସିଛି। ଏଣୁ ଖୁବଶୀଘ୍ର ଏହାର ସୁଟିଂ ଆରମ୍ଭ କରିବେ। ତେବେ ନେହା ନିଜେ ଏହାର ନିର୍ଦେଶନା ଦାୟିତ୍ବ ତୁଲାଇବେ। ସେ କହିଛନ୍ତି ଯାହା ସୁଶାନ୍ତଙ୍କ ସହ ହେଲା କିଛି ଠିକ୍ ହୋଇ ନାହିଁ। ତାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳିଥିଲା ବୋଲି ନେହା କହନ୍ତି। ସୁଶାନ୍ତଙ୍କ ଦୋଷୀକୁ ଦଣ୍ଡ ମିଳିବା ଦରକାର କହିଛନ୍ତି ନେହା।

ଉଲ୍ଲେଖନୀୟ ଯେ ଜୁଲାଇ ୧୦ ତାରିଖରେ ପୋଲିସ୍ ବିକାଶ ଦୁବେକୁ ଏନକାଉଣ୍ଟର କରିଥିଲା। ଏବେ ତାଙ୍କର ଉପରେ ହିଁ ଫିଲ୍ମ ନିର୍ମାଣ ହୋବକୁ ଯାଉଛି। ଏହା ବାଦ୍ ବିକାଶ ଉପରେ ବହି ମଧ୍ୟ ପ୍ରକାଶ ପାଇଛି। ଦେଖିବାକୁ ବାକି ରହିଲା ନେହା ସରକାର ଓ ପୋଲିସ୍ କାର୍ଯ୍ୟର ସଫଳତାକୁ କିଭଳି ଭାବେ ଦେଖାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.