ଛାଡପତ୍ରରେ ବି ଦୁଇ ପତ୍ନୀଙ୍କୁ ବାନ୍ଧବୀ କରି ରଖିଛନ୍ତି ଅନୁରାଗ କଶ୍ୟପ, ଦେଲେ ଏମିତି ରିଆକ୍ସନ...

Published By : Prameya-News7 Bureau | August 17, 2022 IST

ମୁମ୍ବାଇ ୧୭।୦୮: ବଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ମଙ୍ଗଳବାର ଅର୍ଥାତ୍‌ ଗତକାଲି ଅନୁରାଗ ତାଙ୍କର ଆଗାମୀ ଚଳଚ୍ଚିତ୍ର ଦୋବାରା ସ୍କ୍ରିନିଂରୁ ଏକ ଫଟୋ ସେୟାର କରିଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ୟୁଜର୍ସମାନେ ଏହାକୁ ଦେଖି ଖୁବ୍‌ ଟ୍ରୋଲ୍‌ ମଧ୍ୟ କରୁଛନ୍ତି।

wp:html
/wp:html

ନିକଟରେ ଅନୁରାଗ ତାଙ୍କ ସ୍କ୍ରିନିଂ ପରେ ତାଙ୍କର ପୂର୍ବତନ ପତ୍ନୀ ଆରତୀ ବଜାଜ ଏବଂ କଲକି କୋଚଲିନ୍ ନଜର ଆସିଥଲେ। କେବଳ ଏତିକି ହିଁ ନୁହେଁ ଅନୁରାଗ ଏହାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ଅନୁରାଗ ଦୁଇ ପତ୍ନୀଙ୍କ ସହ ଠିଆ ହୋଇଥିବା ବେଳେ ବହୁତ ଖୁସି ଦେଖା ଯାଉଛନ୍ତି । ଏହା ସହିତ ଫଟୋ ସେୟାର ଏକ ସ୍ୱତନ୍ତ୍ର କ୍ୟାପସନ ମଧ୍ୟ ଲେଖିଛନ୍ତି - ମୋର ଦୁଇଟି ସ୍ତମ୍ଭ । ତାଙ୍କର ଏହି ଫଟୋ ଦେଖି ଝିଅ ଆଲିଆ କମେଣ୍ଟରେ ଲେଖିଛନ୍ତି 'ଆଇକନିକ୍' । ଏହା ବ୍ୟତୀତ ତାଙ୍କ ପ୍ରଶଂସକମାନେ ମଧ୍ୟ ଅନୁରାଗଙ୍କ ଏହି ଫଟୋ ଉପରେ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ତ ଆଉ କିଏ ଟ୍ରୋଲ କରି କହିଛନ୍ତି ଆଧୁନିକ ପରିବାର ।

ଅନୁରାଗଙ୍କ ପୂର୍ବତନ ପତ୍ନୀ ଆରତୀ ବଜାଜ ଜଣେ ଫିଲ୍ମ ଏଡିଟର। ଅନୁରାଗଙ୍କ ସହ ୯ ବର୍ଷ ଡେଟିଂ କରିବା ପରେ ଦୁହେଁ ୨୦୦୩ ମସିହାରେ ବିବାହ କରିଥିଲେ ଆରତୀ । ହେଲେ ୨୦୦୯ରେ ସେମାନେ ଅଲଗା ହୋଇଥିଲେ । ପରେ କଲକିଙ୍କୁ ୨୦୦୯ରେ ଭେଟିଥିଲେ। ଦୁହେଁ ଏକାଠି କାମ କରିବା ପରେ ଉଭୟ ୨୦୧୧ ମସିହାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଏହି ବିବାହ ମଧ୍ୟ ଅଧିକ ଦିନ ତିଷ୍ଠି ପାରିଲା ନାହିଁ। ପରେ ଦୁହେଁ ୨୦୧୫ରେ ଛାଡପତ୍ର ନେଇଥିଲେ। ଛାଡପତ୍ର ପରେ ମଧ୍ୟ ଦୁହିଁ ପୂର୍ବ ପତ୍ନୀଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.