oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ଧର୍ମ ପାଇଁ ଅଭିନୟ ଜଗତକୁ ଅଲବିଦା କହିଲେ ଏହି ଅଭିନେତ୍ରୀ, ପୋଷ୍ଟ ସେୟାର କରି ଦେଲେ ସୂଚନା

27/03/2022 at 8:06 AM

ନୂଆଦିଲ୍ଳୀ  ୨୭।୦୩ : ସନା ଖାନ ଓ ଜାଏରା ୱସିମଙ୍କ ପରେ ଏବେ ଆଉ ଜଣେ ଅଭିନେତ୍ରୀ ଅଭିନୟ ଜଗତକୁ ବାଏ ବାଏ କହିଛନ୍ତି । ଧାର୍ମିକ କାରଣରୁ ଟେଲିଭିଜନର ପ୍ରସିଦ୍ଧ ସିରିଏଲ୍‌ ‘ଅନୁପମା’ ଫେମ୍‌ ଅଭିନେତ୍ରୀ ନନ୍ଦିନୀ ଓରଫ୍‌ ଅଙ୍ଘା ଭୋସଲେ ଏବେ ଅଭିନୟ ଦୁନିଆକୁ ଅଲବିଦା କହିଛନ୍ତି। ସେ ଟିଭି ଇଣ୍ଡଷ୍ଟ୍ରି ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ନିଜେ ଅଫିସିଆଲି ଭାବରେ ଘୋଷଣା କରିଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର କରି ଏହି ସୂଚନା ଦେଇଛନ୍ତି।

ଅଙ୍ଘା ତଥା ନନ୍ଦିନୀ କିଛି ଦିନ ତଳେ ‘ଅନୁପମା’ ଶୋ’ ଛାଡିଥିଲେ। ସେହି ସମୟ ଠାରୁ ସେ କୁଆଡେ ଅଭିନୟ ଜଗତକୁ ଛାଡିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଏହି ଚର୍ଚ୍ଚା ଉପରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଅଙ୍ଘା ଲେଖିଛନ୍ତି- ‘ହରେ କୃଷ୍ଣ ପରିବାର, ମୁଁ ଜାଣେ ଆପଣ ସମସ୍ତେ ଶୋ’ରେ ମୋତେ ବହୁତ ପ୍ରେମ ଏବଂ ଦୟା ଦେଖାଇଛନ୍ତି, ଏଥିପାଇଁ ଆପଣଙ୍କୁ ବହୁତ ଧନ୍ୟବାଦ, ମୁଁ ଆପଣଙ୍କ ପାଇଁ କୃତଜ୍ଞ। ମୁଁ  ଚଳଚ୍ଚିତ୍ର ଏବଂ ଟିଭି ଇଣ୍ଡଷ୍ଟ୍ରି ଛାଡୁଛି। ମୁଁ ଆଶା କରେ ଆପଣ ସମସ୍ତେ ମୋର ନିଷ୍ପତ୍ତିକୁ ସମ୍ମାନ କରିବେ ଏବଂ ସମର୍ଥନ ମଧ୍ୟ କରିବେ। ଧାର୍ମିକ କାରଣରୁ ମୁଁ ଏହି ନିଷ୍ପତ୍ତି ନେଇଛି।

ଏନେଇ ସେ ଆହୁରି କହିଛନ୍ତି,କି  ‘ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ। ସମସ୍ତଙ୍କର ଭିନ୍ନ ଭିନ୍ନ ରାସ୍ତା ରହିଛି କିନ୍ତୁ ଗନ୍ତବ୍ୟସ୍ଥଳ ଗୋଟିଏ। ଆମ ସମସ୍ତଙ୍କ ଆସ୍ଥା ତାଙ୍କ ଉପରେ ରହିଛି ଏବଂ ଆମେ ନିଶ୍ଚିତ ଭାବରେ ତାଙ୍କ ଆଡକୁ ଯିବା। ଭଗବାନ ସର୍ବଦା ଦୟାଳୁ ,ପ୍ରେମରେ ପରିପୂର୍ଣ୍ଣ ଏବଂ ସର୍ବଦା ଆମ ସହିତ ଛିଡା ହୋଇ ରହିଛନ୍ତି। … ଆମର ଜନ୍ମ ହେବାର କାରଣକୁ ମଣିଷ ଭାବରେ ବୁଝିବା ଆମର ଦାୟିତ୍ୱ। ତେଣୁ ଏହା ବୁଝିବାକୁ ହେବ ଯେ ଭଗବାନଙ୍କୁ ସେବା କରିବା ଏବଂ ପ୍ରେମ କରିବା ଓ କୃଷ୍ଣ ଚେତନା ବାଣ୍ଟିବା ପାଇଁ ମଣିଷ ଜନ୍ମ ହୋଇଛି।’

ଅଙ୍ଘାଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ପରେ ତାଙ୍କର ଅନେକ ଫ୍ୟାନ୍‌ ଭାଙ୍ଗି ପଡିଛନ୍ତି। ତାଙ୍କୁ ଆଉ କେବେବି ପରଦାରେ ଦେଖିବାକୁ ମିଳିବ ନାହିଁ ବୋଲି ସେମାନେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନା ମୁତାବକ, ଅଙ୍ଘା, ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅନେକ ସିରିଏଲରେ କାମ କରିଛନ୍ତି। ସେଥିମଧ୍ୟରୁ ଅନୁପମା ଅନ୍ୟତମ। ଏହି ସିରିଏଲ ମାଧ୍ୟମରେ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ମିଳିଥିଲା।

   Related Posts