ୱାର୍କଆଉଟ୍ ଭିଡିଓ ସେୟାର କଲେ ଅନୁପମ ଖେର, ଫିଟ୍‌ନେସ୍ ଦେଖି ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

Published By : Prameya-News7 Bureau | August 11, 2021 IST

ମୁମ୍ବାଇ ୧୧/୦୭ : ନିକଟରେ ବଲିଉଡ ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମରେ ଜିମରୁ ନିଜର ଏକ ସାର୍ଟଲେସ୍ ଭିଡିଓ କ୍ଲିପ୍ ସେୟାର କରିଛନ୍ତି। ତାଙ୍କ ଫିଟନେସ୍ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେ ସୋଲ୍ଡର୍ ପ୍ରେସ୍ କରୁଥିବାର ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, 'ଆତ୍ମବିଶ୍ୱାସ ଏକ ମାଂସପେଶୀ ପରି । ଯେତେ ଅଧିକ ଆପଣ ଏହାର ଉପଯୋଗ କରିଥାନ୍ତି ତାହା ସେତେ ଅଧିକ ଶକ୍ତିଶାଳୀ ହୋଇଥାଏ । ଅନୁପମଙ୍କ ଏହି 'ୱାର୍କଆଉଟ୍ ଭିଡିଓକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରୁଛନ୍ତି।

wp:html
/wp:html

ଆଜିକାଲି ଅନୁପମ ଆମେରିକାରେ ଶିବ ଶାସ୍ତ୍ରୀ ବଲବୋଆ ନାମକ ଏକ ଫିଲ୍ମର ସୁଟିଂ କରୁଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ନୀନା ଗୁପ୍ତା ଅଛନ୍ତି। ଏହା ହେଉଛି ତାଙ୍କର ୫୧୯ ତମ ଫିଲ୍ମ । ଅନୁପମ ଖେର ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ଇଣ୍ଡଷ୍ଟ୍ରିରେ ଅନେକ ନାମ ଅର୍ଜନ କରିଛନ୍ତି । ତାଙ୍କର ଅଭିନୟକୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ଆଜି ବି ଇଣ୍ଡଷ୍ଟ୍ରିରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.