scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜେଲ୍‌ ପଠାଇବା ପରେ ଏବେ ପୋଲିସ୍ କବଜାରେ ଅନୁପଙ୍କ ଡ୍ରାଇଭର

15/02/2020 at 5:37 PM

ରାୟଗଡ଼ ୧୫/୨: ୨୦୧୬ ଡବଲ ମର୍ଡ଼ର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଜେଲ୍‌ ପଠାଇବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ କୁ ଉଠାଇ ନେଇଛି ଛତିଶଗଡ଼ ପୋଲିସ । ଗତକାଲି ବିଳମ୍ବିତ ରାତିରେ ବ୍ରଜରାଜ ନଗର ବଘରାଚକା ଘରୁ ବର୍ଦ୍ଧନକୁ ଛତିଶଗଡ଼ ଚକ୍ରଧରନଗର ଥାନାର ଏକ ୬ଜଣିଆ ପୋଲିସ ଟିମ୍‌ ଉଠାଇ ନେଇଛନ୍ତି । ଏହି ମାମଲାରେ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଅନ୍ୟତମ ଅଭିଯୁକ୍ତ ବୋଲି ପୋଲିସ କହିଥିବା ବେଳେ ସେପଟେ ବର୍ଦ୍ଧନର କହିବା କଥା ସେ ନିର୍ଦୋଷ । ସେପଟେ ଏଭଳି ଏକ ଘଟଣାରେ ଅନୁପଙ୍କ ଗିରଫଦାରିକୁ ନେଇ ତେଜିଛି ରାଜନୀତି । ….

ଅନୁପ ସାଏଙ୍କୁ ଜେଲ୍‌ ପଠାଇବା ପରେ ଡ୍ରାଇଭର ବର୍ଦ୍ଧନ ଟପ୍ପୋ ମୁଣ୍ଡରେ ପଞ୍ଝା ମାରିଛି ଛତିଶଗଡ଼ ପୋଲିସ । ଗତକାଲି ବିଳମ୍ବିତ ରାତିରେ ବ୍ରଜରାଜ ନଗର ବଘରାଚକା ଘରୁ ବର୍ଦ୍ଧନକୁ ଉଠାଇ ନେଇଛି ଛତିଶଗଡ଼ ଚକ୍ରଧରନଗର ଥାନାର ଏକ ୬ଜଣିଆ ପୋଲିସ ଟିମ୍‌ । ୨୦୧୬ ମେ’ ୬ରେ  ଖୋଦ୍‌ ଅନୁପ ସାଏ ଓ ତାଙ୍କ ଡ୍ରାଇଭର କଳ୍ପନା ଦାଶ ଓ ତାଙ୍କ ଝିଅ ପ୍ରଭାତୀ ଦାଶଙ୍କୁ ଲୁହାରଡ଼ରେ ପିଟି ନିର୍ମମ ହତ୍ୟା କରିବା ପରେ ଗାଡ଼ି ଚଢ଼ାଇ ପରିଚୟ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ ବୋଲି ପୋଲିସ କହିଥିବା ବେଳେ ସେପଟେ ବର୍ଦ୍ଧନ କହୁଛି ସେ କୁଆଡ଼େ ନିର୍ଦୋଷ ।

ପୋଲିସ ବର୍ଦ୍ଧନ ଟପ୍ପୋକୁ ପଚରା ଉଚରା ଚଳାଇଛି । ସେପଟେ ଏହି ମାମଲାରେ ସଂଦେହ ଘେରକୁ ଆସିଛନ୍ତି ମୃତ କଳ୍ପନା ଦାଶଙ୍କ ବାପା ରୁଦ୍ରାକ୍ଷ ଦାଶ । ଜଣେ ବାପା ହିସାବରେ ୨୦୧୬ ମେ’ ରୁ ସେ ଦୀର୍ଗ ଦିନ ଧରି  ଝିଅ ଓ ନାତୁଣୀର ଖୋଜଖବର କାହିଁକି ନେଇନଥିଲେ ଏବଂ ସେମାନଙ୍କ ନିଖୋଜ୍‌ ସମ୍ପର୍କରେ କାହିଁକି ଥାନାରେ ଅଭିଯୋଗ କରିନଥିଲେ ତାକୁ ନେଇ ଉଠିଛି ପ୍ରଶ୍ନ । ଅନୁପ ସାଏଙ୍କ ଗରିଫଦାରୀ ପରେ ଆମେ କଳ୍ପନାଙ୍କ ବାପାଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲୁ । ହେଲେ ରାଜପୁରରେ ରୁଦ୍ରାକ୍ଷ ଦାଶଙ୍କ ଘରେ ତାଲା ପଡ଼ିଥିଲା ।  ପାଖ ପଡ଼ୋଶୀଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଗଲା ବୁଧବାର ଠାରୁ  ରୁଦ୍ରାକ୍ଷ ଘରକୁ ଫେରି ନାହାନ୍ତି । ତେବେ ଏଠି ଆଉ ଗୋଟେ ଗୁରୁତ୍ବପୂର୍ଣ୍ଣ କଥା ହେଲା ରାଜପୁରରେ ରୁଦ୍ରାକ୍ଷ ରହୁଥିବା ଏହି ଘର କୁଆଡ଼େ କଳ୍ପନାଙ୍କ ହତ୍ୟାପରେ ତିଆରି ହୋଇଛି ତାହା ପୁଣି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ । ଏଭଳି ପରିସ୍ଥିତିରେ କଳ୍ପନାଙ୍କ ବାପା ରୁଦ୍ରାକ୍ଷ ଦାଶଙ୍କ ଭୂମିକା ବି ସଂଦେହ ଘେରକୁ ଆସୁଛି ।

ପୂର୍ବତନ ବିଧାୟକ ଅନୁପ ସାଏଙ୍କ କଳା କାରନାମାକୁ ନେଇ ଝାରସୁଗଡ଼ାରୁ ଛତିଶଗଡ଼ କମ୍ପୁଥିବା ବେଳେ ଏପଟେ ରାଜଧାନୀରେ ଥୟ ଧରୁନାହାନ୍ତି ନେତା । ନିଜ ନିଜ ଢ଼ଙ୍ଗରେ ବିଜେପି ଓ କଂଗ୍ରେସ ନେତା ନାନା ପ୍ରଶ୍ନ ଉଠାଇ ନିଶାନା ପାଇଁ ତୀର ତୟାରିରେ ମାତିଥିବା ବେଳେ ବିଜେଡି ନେତା ବି ନଛୋଡ଼ ବନ୍ଧା ନୀତିକୁ ଆପଣାଇଛନ୍ତି ।

୪ବର୍ଷର କସରତ ପରେ ଯେତେବେଳେ ଏହି ଡବଲମର୍ଡ଼ର ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଛି ସେତେବେଳେ ଏହି ଘଟଣାରେ ସବୁ ଅଛିଣ୍ଡା ଗଣିତର ସମାଧାନ ପାଇଁ ମଧ୍ୟ ଆଶା ରଖିଛି ଛତିଶଗଡ଼ ପୋଲିସ । ଏବେ ଅନୁପଙ୍କ ଡ୍ରାଇଭର ପୋଲିସ ପଞ୍ଝାକୁ ଆସିବା ପରେ ତଦନ୍ତ ଆହୁରି ଆଗକୁ ବଢ଼ିବ ବୋଲି କହିପାରିବା ।

   Related Posts