କଳ୍ପନାଙ୍କ ସହ ଏହି ଘରେ ରହୁଥିଲେ ଅନୁପ ସାଏ- ଦେଖନ୍ତୁ ଭିଡିଓ

Published By : Prameya-News7 Bureau | February 15, 2020 IST

ଅଳକା ଭବନ ପ୍ଲଟ ନମ୍ବର ୧୧/୩୪୫୪ ଆଣ୍ଡ୍‌ ୩୫୭୬ ସୁନ୍ଦର ପଦା , ୨୦୧୧ , ଅନୁପ ସାଏ ନିଜେ ଘର କାମ ଦେଖୁଥିଲେ । ଘରେ ମହିଳାଙ୍କ ସହ ରହୁଥିଲେ ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତାଙ୍କ ମାଲିକାନାରେ ନାହିଁ , ବନ୍ଦନା ବେହାରଙ୍କୁ ବିକ୍ରୀ ପରେ ସୁରେଶ ଚନ୍ଦ୍ର ଦାସ, ଛତିଶଗଡ ଟିମ୍‌ର ୬ ଜଣ ଆସିଥିଲେ ।

ଏବେ ଘର ମାଲିକ ବନ୍ଦନା ବେହେରାଙ୍କ ଠାରୁ କିଣିଥିଲେ ସେ ବିଷୟରେ କିଛି ଜାଣି ନାହାନ୍ତି । ଛତିଶଗଡ ପୁଲିସ ଆସିଥିଲେ ବୋଲି କହିଛନ୍ତି।

wp:html /wp:html

ସୂଚନାଯୋଗ୍ୟ କଳ୍ପନା ଦାସ ଓ ତାଙ୍କ କୁନି ଝିଅକୁ ହତ୍ୟା ମାମଲାରେ ଅନୁପ ସାଏ ଛତିଶଗଡ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି ।


କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ପୋଲିସ ଯେବେ ଚାହିଁବ ଠିକଣା ଯାଗାରେ ପହଞ୍ଚିଯିବ। ଆଉ ଛତିଶଗଡ଼ ପୋଲିସ ଆଉ ଏପଟେ ହତ୍ୟା ସେପଟେ ଶବ ଫୋପାଡ଼ିଦେବାର ଟ୍ରିକ୍‌ ହିଁ ଅନୁପଙ୍କ ପାଇଁ କାଳ ହେଲା ବୋଲି ଚର୍ଚ୍ଚା ହେଉଛି। ଏସଡିଜିଏମ୍ ଅନୁପଙ୍କ ଜାମିନ ଖାରଜ କରିବାରୁ ଶେଷରେ ଜେଲ୍ ଯିବାକୁ ପଡ଼ିଛି ତାଙ୍କୁ।

୬ଟି ରାଜ୍ୟର ପାଖାପାଖି ୭ ଶହ ଜଣଙ୍କଠାରୁ ତଥ୍ୟ ବାହାର କରିଥିଲା। ଆଉ ପାଇଥିଲା କିଛି ଖାସ୍‌ ସୁରାକ। ୬ ମେ ୨୦୧୬। ଛତିଶଗଡ଼ ରାଇଗଡ଼ର ଏକ ଜଙ୍ଗଲିଆ ରାସ୍ତା ବଙ୍କୁରସିଆରୁ କଳ୍ପନା ଦାସ୍‌ ଏବଂ ତାଙ୍କ ଝିଅ ବବଲିଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ସେବେଠାରୁ ପୋଲିସ ଏନେଇ ଖୋଲତାଡ ଚଳାଇଥିଲା । ଛତିଶଗଡ ସମେତ ଓଡ଼ିଶାର ବିଭିନ୍ନ ଥାନାକୁ ମୃତଦେହର ଫଟୋ ପଠାଇ ଚିହ୍ନିବାକୁ ଚେଷ୍ଟା ଚଲାଇଥିଲା । ଆଉ ପୋଲିସକୁ ଘଟଣାର ବର୍ଷକ ପରେ ମିଳିଥିଲା ସୁରାକ । ଓଡିଶା ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ ଝିଅଙ୍କ ଫଟୋ ବୋଲି ମିଳିଥିଲା ସୂଚନା ।

ମହିଳା ଓ ତାଙ୍କ ଝିଅଙ୍କୁ ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଛି ବୋଲି ପୋଲିସ ପୋଷ୍ଟ ମର୍ଟମରୁ ଜଣାଥିଲା । ୬ଟି ରାଜ୍ୟରେ ଚାଲିଥିଲା ଜେରା। ଏହି ଘଟଣାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ଥିବା ସୁରାଗ ପାଇଥିଲା ।ଅନୁପଙ୍କୁ ଥାନାରେ ହାଜର ହେବାପାଇଁ ବାରମ୍ବାର ନୋଟିସ୍ ପଠାଇବା ସହ ଫୋନ୍‌ ବି କରିଥିଲା ଛତିଶଗଡ ପୋଲିସ । ନିଜ ରାଜନୈତିକ କ୍ଷମତାର ଫାଇଦା ଉଠାଇ ତଦନ୍ତରେ ସହଯୋଗ କରିନଥିଲେ ଅନୁପ । ଶେଷରେ ଛତିଶଗଡ ପୋଲିସ ତାଙ୍କ ନାଁରେ ୱାରେଣ୍ଟ ଇସ୍ୟୁ କରିବା ସହ ତାଙ୍କ ଉପରେ ୬ ମାସ ଧରି ନଜର ରଖିଥିଲା । ଆଉ ବୁଧବାର ରାତିରେ ଅନୁପଙ୍କୁ ଝାରସୁଗୁଡାରୁ ଉଠାଇ ନେଇଥିଲା । ପୋଲିସ ତଦନ୍ତ ବେଳେ ଘଟଣାରେ ସଂପୃକ୍ତି ନେଇ ଫାଙ୍କି ଚାଲିଥିଲେ ଅନୁପ । ମହିଳାଙ୍କୁ ସେ ଚିହ୍ନନ୍ତି ନାହିଁ ବୋଲି କହିଥିଲେ । ହେଲେ ପରେ ପୋଲିସ ଆଗରେ ସବୁ ଦୋଷ ସ୍ବୀକାର କରିଛନ୍ତି।

ଏଠି ହତ୍ୟା ସେଠି ଫୋପାଡ଼ିଦିଅ । ସୀମାସେପଟେ ଛାଡ଼ିଦିଅ, ମୁହଁ ଉପରେ ଗାଡ଼ି ଚଢ଼େଇ ଦିଅ। ନା ଶବ ଚିହ୍ନା ପଡ଼ିବ ଯେ ସତ ବାହାରିବ। ଆଉ ଯଦି ପୋଲିସ ଇନଭେଷ୍ଟିଗେସନ କରିବ ତେବେ ଓଡ଼ିଶା ସୀମା ସେପଟେ ହିଁ ହେବ। ଛତିଶଗଡ଼ରେ ହେବ। ବର୍ତ୍ତମାନ ସମୟରେ ଏମିତି ଟ୍ରିକରେ ଗୋଟିଏ ପରୋ ଗୋଟିଏ ଅପରାଧ ହେଉଛି।ହେଲେ ସାଏଙ୍କ ଏହି ଟ୍ରିକ୍‌ ହିଁ ତାଙ୍କ ପାଇଁ ମହଙ୍ଗା ପଡ଼ିଲା। ଛତିଶଗଡ଼ ପୋଲିସ ଝାରସୁଗୁଡ଼ାରୁ ଅନୁପସାଏଙ୍କୁ ଘେସାରି ନେଇଥିଲା। ଆଉ ସାଏଙ୍କ ଏମିତି ଚେହେରା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.