AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ମାଆ ଝିଅଙ୍କ ଡବଲ ମର୍ଡର ଅଭିଯୋଗରେ ବନ୍ଧା ହେଲେ ତିନି ଥର ବିଧାୟକ ହୋଇଥିବା ଅନୁପ କୁମାର ସାଏ- ଦଳରୁ ବହିଷ୍କୃତ

13/02/2020 at 6:14 PM

ଝାରସୁଗୁଡା ୧୩।୦୨ – ତିନି ତିନି ଥର ବିଧାୟକ ହୋଇଥିବା ଅନୁପ କୁମାର ସାଏ ଏବେ ଆଇନର  ଚକ୍ରବାକରେ । ୨୦୧୬ ରେ ଏକ ଡବଲ୍‌ ମର୍ଡର ଘଟଣାରେ ତାଙ୍କ ସଂପୃକ୍ତି ଅଭିଯୋଗରେ ଛତିଶଗଡ଼ ପୋଲିସ ତାଙ୍କୁ ଗିରଫ କରିଛି । ଅନୁପ ସାଏଙ୍କୁ ପୋଲିସ ଗିରଫ କରିଥିବା ଖବର  ସ୍ପଷ୍ଟ ହେବା ପରେ  ମୁଖ୍ୟମନ୍ତ୍ରୀ ତାଙ୍କ ବିରୋଧରେ ନେଇଛନ୍ତି କାର୍ଯ୍ୟାନୁଷ୍ଠାନ। 

ଏମିତି ଜଣେ ବରିଷ୍ଠ ରାଜନେତାଙ୍କ ବିରୋଧରେ ଲାଗିଛି ଡବଲ ମର୍ଡର ଅଭିଯୋଗ । ଉଠାଇନେଇଛି ଛତିଶଗଡ଼ ପୋଲିସ। ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ ଏବେ ଛତିଶଗଡ଼ ପୋଲିସ ପଞ୍ଝାରେ। ଝାରସୁଗୁଡାରୁ ତାଙ୍କୁ ଉଠାଇ ନେଇଥିଲା ଛତିଶଗଡ଼ର ଚକ୍ରଧରନଗର ପୋଲିସ।  କାଲି ରାତିରୁ ନେଇ ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲା। ୨୦୧୬ରେ  ଏକ ଡବଲ ମର୍ଡର ଘଟଣାରେ ପୋଲିସ ତାଙ୍କୁ ଉଠାଇନେବା ପରେ ଓଡ଼ିଶା ପୋଲିସକୁ ସୂଚନା ଦେଇଥିଲା।  

ଏବେ ଆସନ୍ତୁ ଜାଣିବା କଣ ସେହି ଡବଲ ମର୍ଡର ଘଟଣା ଯେଉଁଥିରେ ଅନୁପ ସାଏ ସଂପୃକ୍ତ ଥିବା ଅଭିଯୋଗ ହୋଇଛି। ମୃତକମାନେ ବ୍ରଜରାଜନଗରର କଳ୍ପନା ଦାସ ଓ ତାଙ୍କ  ଝିଅ ପ୍ରଭାତୀ ଦାସ। ସେମାନଙ୍କୁ ଝାରସୁଗୁଡ଼ାରେ ହତ୍ୟା କରାଯାଇ ଛତିଶଗଡ଼ ସୀମା ସେପଟେ ଫିଙ୍ଗି ଦିଆଯାଇଥିବା ଜଣାଯାଇଥିଲା।  ସେହିଦିନ ଠାରୁ ହତ୍ୟାକାଣ୍ଡ ସଂପର୍କରେ  ତଦନ୍ତ କରୁଥିଲା ଛତିଶଗଡ ପୋଲିସ ।

ମାମଲାରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ସଂପୃକ୍ତି ଥିବା କିଛି ଖାସ ସୂଚନା ପାଇବା ପରେ ଗତରାତିରେ ତାଙ୍କୁ ଉଠାଇଥିଲା ଛତିଶଗଡ଼ ପୋଲିସ । ଅନୁପଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଲୋକେ।

ଅନୁପ ସାଏ ୨୦୦୦ ମସିହାରୁ ବ୍ରଜରାଜନଗରରୁ ୩ ଥର କଂଗ୍ରେସ ବିଧାୟକ ଭାବେ ଲଗାତାର ନିର୍ବାଚିତ ହୋଇଛନ୍ତି ।୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇ ନିର୍ବାଚନ ଲଢ଼ି ହାରିଥିଲେ।

ତେବେ ତାଙ୍କୁ ରାଜ୍ୟ ପଣ୍ୟାଗାର ନିମଗର ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା। ଆଉ ଏବେ ଏହି ନୂଆ ଖବର ଆସିବା  ପରେ  ତାଙ୍କୁ ଏହି ପଦରୁ ହଟାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଖାଲି ସେତିକିନୁହେଁ ବିଜେଡିରୁ ମଧ୍ୟ ବହିଷ୍କାର କରିଦିଆଯାଇଛି।

   Related Posts