ଅନୁପ ଜଲୋଟାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ମଡେଲ ଅନୀଷା ସିଂହ ଶର୍ମା

Published By : Prameya-News7 Bureau | September 27, 2018 IST

ମୁମ୍ବାଇ ୨୭|୯: ଭଜନ ଗାୟକ ଅନୁପ ଜଲୋଟା ‘ବିଗ୍ ବସ୍ ସିଜିନ୍-୧୨’କୁ ଯିବା ପରଠାରୁ ଚର୍ଚ୍ଚାରେ ରହିଛନ୍ତି । ୨୮ବର୍ଷୀୟ ଜସଲିନ ମାଥାରୁଙ୍କ ସହ ତାଙ୍କର ସଂପର୍କ ଥିବା ଘୋଷଣା ପରେ ହିଁ ସେ ଅଧିକ ଚର୍ଚ୍ଚାରେ ରହିଛନ୍ତି । ମାତ୍ର ଏବେ ଆଉ ଏକ ନୂଆ ଘଟଣା ପଦାକୁ ଆସିଛି । ଜଣେ ମଡେଲ ଅନୁପ ଜଲୋଟାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ସହ ମାମଲା ମଧ୍ୟ ଦାୟର କରିଛନ୍ତି । ମଡେଲ ଅନୀଷା ସିଂହ ଶର୍ମା ଅଭିଯୋଗ କରିଛନ୍ତି ଯେ, ଅନୁପ ଜଲୋଟା ତାଙ୍କୁ ‘ବିଗ୍ ବସ୍ ସିଜିନ୍-୧୨’ ରେ ନିଜସହ ନେବେ ବୋଲି ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ରଖିଥିଲେ । ଅନୀଷା କହିଛନ୍ତି ଜଲୋଟା ତାଙ୍କୁ ‘ବିଗ୍ ବସ୍ ସିଜିନ୍-୧୨’ ରେ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ କହିଥିଲେ ଯେ ଶୋ’ରେ ତାଙ୍କର(ଅନୁପଙ୍କ) ଜୋଡି ହେବେ । ଗତ ୬ମାସ ମଧ୍ୟରେ ଅନୁପ ଜଲୋଟା ତାଙ୍କ ସହ ଦୁଇଥର ଶାରିରୀକ ସଂପର୍କ ରଖିଥିଲେ ବୋଲି ଅଭିଯୋଗ କରିଛନ୍ତି ମଡେଲ ଅନୀଷା । ଜଲୋଟାଙ୍କ ସହ ଶାରିରୀକ ସଂପର୍କ ରଖିବାରେ ତାଙ୍କର କୌଣସି ଆପତ୍ତି ନଥିଲା ବୋଲି ମଧ୍ୟ ସେ କହିଛନ୍ତି । କାରଣ ତାଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ସହ ଘରସଂସାର କରିବାକୁ ଚାହୁଁଥିଲେ ବୋ ମଧ୍ୟ ଅନୀଷା କହିଛନ୍ତି । ମାତ୍ର ପରେ ଅନୁପ ତାଙ୍କ କଲ୍ ରିସିଭ୍ କଲେନି ଏବଂ ସେ ବିଗବସ ଯାଉନଥିବା ଜଣାଇବାକୁ ଚାହୁଁଥିଲେ । ମାତ୍ର ଯେତେବେଳେ ଜଲୋଟା ବିଗ୍ ବସ୍ ରେ ଏଣ୍ଟ୍ରି ନେଇଥିଲେ ସେତେବେଳେ ଅନୀଷା ଆଶ୍ଟର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି । ତାଠାରୁ ସେ ଅଧିକ ଆଶ୍ଚର୍ଯ୍ୟ ହୋଇଥିଲେ ଯେତେବେଳେ ଜସଲିନଙ୍କୁ ଅନୁପ ତାଙ୍କ ଗାର୍ଲଫ୍ରେଣ୍ଡ୍ ଭାବେ ପରିଚିତ କରାଇଥିଲେ । ଏହାପରେ ଜଲୋଟାଙ୍କ ବିରୋଧରେ ସେ କେସ୍ ଦାୟର କରିଛନ୍ତି । ଏହା ପୂର୍ବରୁ ମଧ୍ୟ ଜଲୋଟା ଇସ୍ରାଏଲ ମଡେଲ ରିନା ଗୋଲନଙ୍କ ସହ ଶାରିରୀକ ସଂପର୍କ ରଖିବାପାଇଁ କହିଥିଲେ ବୋଲି ଶୁଣାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.