ଶିକାରୀ ଜାଲରୁ କଳରାପତିରିଆ ବାଘ ଠାବ, ପେଟରେ ଲାଗିଛି ଶକ୍ତ ଆଘାତ
2/01/2023 at 1:36 PM

ଅନୁଗୁଳ୦୨।୦୧ : ଶିକାର ପାଇଁ ବିଛା ଯାଇଥିବା ଫାଶରୁ କଳରାପତିରିଆ ବାଘ ଉଦ୍ଧାର । ଅନୁଗୁଳ ଜିଲ୍ଲା ବନାଞ୍ଚଳ ବଲଙ୍ଗ ଅଞ୍ଚଳରୁ ଆହତ ବାଘକୁ ଉଦ୍ଧାର କରାଯାଇଛି । ବାଘ ପେଟରେ ଶକ୍ତ ଆଘାତ ଲାଗିଥିବା ସୂଚନା ମିଳିଛି ।
ସେପଟେ ଉଦ୍ଧାର ପରେ ବାଘକୁ ରାଇଗୁଡ଼ା ଏନକ୍ଲୋଜର ମଧ୍ୟରେ ରଖାଯାଇଛି । ତାରି ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ବାଘଟିର ବୟସ ୩ ରୁ ୪ ବର୍ଷ ହୋଇଥିବା ଜଣାପଡିଛି । ପୂର୍ବରୁ ବାଘୁଣୀ ସନ୍ଦୁରୀ ଥିବା ଏନ୍କ୍ଲୋଜର ମଧ୍ୟରେ ଏହି ଶାବକ ବାଘକୁ ରକାଯାଇଛି । ଡାକ୍ତରୀ ଟିମ୍ ଲଗାତର ଭାବେ ନୀରିକ୍ଷଣ କରୁଛନ୍ତି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023