୧୨ ଘଣ୍ଟିଆ ତାଳଚେର ଓ ପାଲଲହଡ଼ା ବନ୍ଦ, ଆଇନଜୀବୀଙ୍କ ବିରୋଧରେ ଲାଗିଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଦାବିରେ ଆନ୍ଦୋଳନ

Published By : Prameya-News7 Bureau | November 11, 2022 IST

ଅନୁଗୁଳ ୧୧/୧୧: ଆଜି ତାଳଚେର ଉପଖଣ୍ଡ ଏବଂ ପାଲଲହଡ଼ା ଉପଖଣ୍ଡ ୧୨ ଘଣ୍ଟିଆ ବନ୍ଦ। ତାଳଚେର ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏବି ବନ୍ଦ ପାଳନ ସନ୍ଧ୍ୟା ୬ଟା ଯାଏ ଚାଲିବ ।

ଗତ ୨୬ ତାରିଖରେ ତାଳଚେର CASI ଓକିଲ ମାନଙ୍କ ନାଁରେ ଲଗାଇଥିବା ମିଥ୍ୟା ମକଦମା ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ ହେଉଛି। ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ଅନୁଗୋଳ ଏସ.ପି ଏବଂ ଜିଲ୍ଲା ପ୍ରଶାସନ ଦାୟି ରହିବେ ବୋଲି କହିଛନ୍ତି ତାଳଚେର ଓକିଲ ସଂଘ। ଓକିଲ ମାନଙ୍କ ନାଁରେ ଲାଗିଥିବା ଦଫା ପ୍ରତ୍ୟାହାର ଏବଂ ତାଳଚେର ସିଏଏସଆଇଙ୍କୁ ନିଲମ୍ବନ କରିବାକୁ ଦାବି କରାଯାଇଛି।…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.