ଅନୁଗୋଳ ଜିଲ୍ଲା ପାଳୁଛି ୩୦ବର୍ଷ ପୂର୍ତ୍ତି ଉତ୍ସବ, ସେପଟେ ଜିଲ୍ଲା ଘୋଷଣା ଦାବିରେ ତାଳଚେରବାସୀଙ୍କ ଧାରଣା

Published By : Prameya-News7 Bureau | December 18, 2022 IST

ଅନୁଗୋଳ ୧୮/୧୨ : ଆଜିର ଦିନରେ ଅନୁଗୋଳ, ଜିଲ୍ଲା ଭାବେ ସ୍ୱୀକୃତି ପାଇଥିଲା। ଯାହାକୁ ପୁରିଛି 30 ବର୍ଷ। ସେଥିପାଇଁ ଅନୁଗୋଳ ଧୁମଧାମରେ ମନାଉଛି 30 ବର୍ଷ ପୂର୍ତ୍ତି ଉତ୍ସବ। ସକାଳୁ ସକାଳୁ ନାଚ ଗୀତ ସହ ବିଭିନ୍ନ ପ୍ରକାରର କଳା କୌଶଳ ପ୍ରଦର୍ଶନ କରିଛନ୍ତି ବିଭିନ୍ନ ସଂଗଠନ। ଜିଲ୍ଲାର ସମସ୍ତ ଉପଖଣ୍ଡ ସହ ଅନୁଗୋଳ ଜଗନ୍ନାଥ ମନ୍ଦିର ସମୁଖରେ ଲୋକମାନଙ୍କର ସମାଗମ ଦେଖିବାକୁ ମିଳିଛି। ଏହାକୁ ଆନୁଷ୍ଠାନିକ ଭାବେ ଜିଲ୍ଲାପାଳ ଉଦଘାଟନ କରିଥିଲେ।

ସେପଟେ କିନ୍ତୁ ତାଳଚେରକୁ ଜିଲ୍ଲା ଘୋଷଣା ଦାବିରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ତାଳଚେରବାସୀ। ତାଳଚେର ଜନସାଧାରଣଙ୍କ କହିବା ଅନୁସାରେ 30ବର୍ଷ ତଳେ ସେତେବେଳେର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଆମର 30ଟି ଜିଲ୍ଲା ରହିଥିବାବେଳେ 31ତମ ଜିଲ୍ଲା ହେବ ତାଳଚେର। ତେଣୁ ଆଜି ଯେତେବେଳେ ନୂତନ ଜିଲ୍ଲାର ସମ୍ପ୍ରସାରଣ କଥା ଉଠୁଛି ସେତେବେଳେ ତାଳଚେରକୁ ନୂତନ ଜିଲ୍ଲା ଘୋଷଣା କରାଯାଉ ବୋଲି ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.