scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଦୁହିଁଙ୍କୁ ଅଦାଲତି ଝଟକା, ହେଲେ ଜଣେ ଖୁସି -ଜଣେ ଟେନସନ୍

24/09/2023 at 6:41 PM

ମୁମ୍ବାଇ 24/09 : ଅନୁଭବ ମହାନ୍ତି  ଓ ବର୍ଷା ପ୍ରିୟଦର୍ଶନୀ । କଳି ଛିଡ଼ୁନି କାହା ଇଚ୍ଛା ବି ରହିଲାନି। ପାରିବାରିକ ଅଦାଲତଙ୍କ ରାୟ ବିବାଦକୁ ଦେଲା ଭିନ୍ନ ମୋଡ। ସମୟ ଯେତିକି ଗଡ଼ୁଛି ଅଡ଼ୁଆ ସେତେ ବଢ଼ୁଛି। କଟକ ଫ୍ୟାମିଲି କୋର୍ଟରେ ଅନୁଭବଙ୍କ ଦ୍ବାରା ଦାୟର ହୋଇଥିବା ଛାଡ଼ପତ୍ର ଆବେଦନ ହୋଇଛି ଖାରଜ। ଏହାସହିତ ବର୍ଷାଙ୍କ ଆବେଦନକୁ ମଧ୍ୟ କୋର୍ଟ କରିଛନ୍ତି ଅଗ୍ରାହ୍ୟ । ତାହେଲେ କଣ ଦୁହିଁଙ୍କୁ ଝଟ୍‌କା?  

ଲଭ ବାର୍ଡରୁ ସେଲିବ୍ରିଟି କପଲ। ତାପରେ ରିଲେସନସିପରେ ଆସିଲା ସନ୍ଦେହ, ଭାଙ୍ଗିଲା ସଂପର୍କ। ମନଫଟାପଟି କୋର୍ଟ କଚେରୀ। ଲମ୍ବା ଶୁଣାଣି ପରେ ଫ୍ୟାମିଲି କୋର୍ଟଙ୍କ ରାୟ ଆହୁରି ଜଟିଳ କରିଛି ଆଗକୁ ବାଟ। ଶୁକ୍ରବାର ପରିବାର ଅଦାଲତଙ୍କ ରାୟକୁ ଏମିତି କୁହାଯାଇପାରେ-ଦୁଇଜଣଙ୍କ ମଧ୍ୟରେ ବିବାହ ବନ୍ଧନ ସେମାନଙ୍କ ପରିବାର କିମ୍ବା ସମ୍ପର୍କୀୟଙ୍କ ମଧ୍ୟରେ ସୀମିତ ଥାଏ। ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ କିନ୍ତୁ ପୂରା ସମାଜକୁ ପ୍ରଭାବିତ ହୋଇଥାଏ । ବିବାହ ବିଚ୍ଛେଦ ଏକ ଆଇନଗତ ବାଧ୍ୟବାଧ୍ୟକତା । କିନ୍ତୁ ମନ୍ଦ ଉଦ୍ଦେଶ୍ୟ ରଖି ଏଥିରୁ ଫାଇଦା ନେବା ପାଇଁ ଚେଷ୍ଟା କଲେ ଆଇନ ଅନୁମତି ଦେବ ନାହିଁ ।

ତେଣୁ ଉଭୟଙ୍କୁ ଏହି ଅଦାଲତରୁ କୌଣସି ଫାଇଦା ମିଳିପାରିବ ନାହିଁ ବୋଲି ପରିବାର ଅଦାଲତ ସ୍ପଷ୍ଟ କରିଛନ୍ତି। ପ୍ରଥମେ କୋର୍ଟ ଆସିଥିଲେ ବର୍ଷା। ପାରିବାରିକ ହିଂସାକୁ ନେଇ ସେ କଟକ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ଏକ ମାମଲା ରୁଜୁ କରିଥିଲେ। ଅପରପକ୍ଷରେ ସିନେଷ୍ଟାର ଟର୍ଣ୍ଣ୍ଡ ପଲିଟିସିଆନ୍ ଅନୁଭବ ବି ଦିଲ୍ଲୀରେ  ନେଇଥିଲେ ଆଇନର ଆଶ୍ରୟ। ଅନୁଭବଙ୍କ ଅଭିଯାଗ ଥିଲା…

ବିବାହ ପରଠାରୁ ୭ବର୍ଷ ଧରି ସେମାନଙ୍କ ମଧ୍ୟରେ କୌଣସି ଶାରୀରିକ ସଂପର୍କ ନାହିଁ। ତେଣୁ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେବାକୁ ପ୍ରାର୍ଥନା କରିଥିଲେ ଅନୁଭବ।  ଦିଲ୍ଲୀ ପଟିଆଲା କୋର୍ଟରେ ଏହି ଆଧାରରେ ସେ ବିବାହ ବିଚ୍ଛେଦ ଆବେଦନ କରିଥିଲେ ।ଏପଟେ କେସ ଯାଇଥିଲା ହାଇକୋର୍ଟ। ଏବଂ ଉଚ୍ଚଅଦାଲତଙ୍କ ନିର୍ଦ୍ଦେଶ ପରେ ମାମଲା କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା । ପରିବାର ଅଦାଲତରେ ବର୍ଷା ମଧ୍ୟ ଏକ ପିଟିସନ୍‌ ରୁଜୁ କରି ଅନୁଭବଙ୍କ ସହ ପୁନର୍ବାର ଏକାଠି ରହିବା ପାଇଁ ତାଙ୍କୁ ଅନୁମତି ଦେବାକୁ ପ୍ରାର୍ଥନା କରିଥିଲେ ।   ଅନୁଭବଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟ ବରିଷ୍ଠ ଆଇନଜୀବୀ ଗୀତା ଲୁଥ୍ରା ଏବଂ କଟକର ଆଇନଜୀବୀ ଲଳିତେନ୍ଦୁ ମିଶ୍ର ମାମଲା ଲଢ଼ିଥିଲେ। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ରାମକୃଷ୍ଣ ମିଶ୍ର ରଖିଥିଲେ ତାଙ୍କ ମହକିଲଙ୍କ ଯୁକ୍ତି । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଶୁକ୍ରବାର ଅଦାଲତ ଉଭୟଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଥିବା ସ୍ପଷ୍ଟ ହୋଇଛି।

ଅନୁଭବଙ୍କ ସହ ବର୍ଷା ଶାରୀରିକ ସମ୍ପର୍କ ରଖିନାହାନ୍ତି ବୋଲି ଯେଉଁ ଅଭିଯୋଗ ବାଢ଼ିଛନ୍ତି ତାହାକୁ ସେ ପ୍ରମାଣ କରିବାରେ ବିଫଳ ହୋଇଛନ୍ତି । ସେହିପରି ବର୍ଷା ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ଅନୁଭବ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ମଧ୍ୟ ପ୍ରମାଣିତ କରାଯାଇପାରି ନାହିଁ । ଅପରପକ୍ଷରେ ବର୍ଷା ଅନୁଭବଙ୍କ ସହ ରହିବା ଲାଗି ଯେଉଁ ଯୁକ୍ତି ବାଢ଼ିଛନ୍ତି ତାହା ମଧ୍ୟ ଗ୍ରହଣୀୟ ନୁହେଁ । କାରଣ ଆବେଦନକାରିଣୀ ବର୍ଷାଙ୍କ ଅଭିଯୋଗ ଆଧାରରେ ତାଙ୍କୁ ପୁଲିସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି । କେବଳ ସେତିକି ନୁହେଁ, ଆବେଦନକାରିଣୀ ଅନୁଭବଙ୍କ ବିରୋଧରେ ଆହୁରି କେତେକ ମାମଲା ରୁଜୁ କରିଛନ୍ତି । ସେହିସବୁ ମାମଲା ବିଚାରାଧୀନ । ଯେଉଁଠି ନିଜେ ବର୍ଷା ଅନୁଭବଙ୍କ ଘରେ ରହିବାକୁ ସୁରକ୍ଷିତ ମନେ କରୁନାହାନ୍ତି ସେଠି ତାଙ୍କୁ ପୁନର୍ବାର ସେହି ଘରେ ରହିବା ଲାଗି ଅନୁମତି ଦେବା ଠିକ୍‌ ହେବ ନାହିଁ ବୋଲି ଅଦାଲତ ମତ ଦେଇଛନ୍ତି ।

କିନ୍ତୁ ପରିବାର ଅଦାଲତଙ୍କ ରାୟ ପରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ଅନୁଭବ । ନ୍ୟାୟପାଳିକା ପ୍ରତି ବିଶ୍ବାସ ରହିଛି, ନିଶ୍ଚିତ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି। ପରିବାର ଅଦାଲତଙ୍କ ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି ମଧ୍ୟ କହିଛନ୍ତି ଅନୁଭବଙ୍କ ଓକିଲ ।  ଅନ୍ୟପଟେ କୋର୍ଟଙ୍କ ରାୟକୁ ନେଇ ବର୍ଷା ପ୍ରିୟଦର୍ଶନୀଙ୍କ ଓକିଲଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ବର୍ଷାଙ୍କ ଫେସବୁକ ପୋଷ୍ଟରୁ ତାଙ୍କ କଥା କିଛି ଅନ୍ଦାଜ କରାଯାଇପାରେ। ସେ ମୁଣ୍ଡିଆଟେ ମାରି ଲେଖିଛନ୍ତି ସତ୍ୟର ସବୁବେଲେ ଜୟ ହୁଏ। ଆହୁରି ଲେଖିଛନ୍ତି ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ଥାଏ। ତେବେ ଯାହା ବି ମାମାଲ ଏଇଠି ସରିନି। ଷ୍ଟାର କପଲଙ୍କ ଷ୍ଟାର ୱାର୍ ଯେ ଆଗକୁ ଜାରି ରହିବ ତାହା ନିଶ୍ଚିତ।

Also Read- ଅର୍ଚ୍ଚନାଙ୍କ ପାଇଁ ଜେଲ୍ ପାଲଟିଛି ପଞ୍ଚତାରକା ହୋଟେଲ୍; ଅର୍ଚ୍ଚନା ପିନ୍ଧୁଛି ୫୦ହଳ ଡ୍ରେସ୍, ୧୦ହଳ ଯୋତା ସହ ପାଉଛି ରାଜକୀୟ ସେବା

   Related Posts