Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନୁଭବଙ୍କୁ ବର୍ଷା ଟେନ୍‌ସନ: ହଇରାଣ ନ କରିବାକୁ ମାଆ ତାରିଣୀଙ୍କୁ ଯାଚିଲେ ୧୦୮ ନଡ଼ିଆ, ଲାଗୁଛି ଡାକ ଶୁଣିଲେନି ମା’

29/05/2023 at 11:18 PM

ଭୁବନେଶ୍ୱର: ବିଜେଡି ସାଂସଦ ତଥା ଓଲିଉଡ୍ ଷ୍ଟାର୍‌ ଅନୁଭବ ମହାନ୍ତିଙ୍କ ପିଛା ଛାଡୁ଼ନି ବର୍ଷା। ତାଙ୍କ ମୁହଁରେ ଏବେ ଖାଲି ବର୍ଷାର କଥା। ବର୍ଷା ତାଙ୍କୁ ଯେମିତି ଆଉ ହଇରାଣ ନ କରୁ ସେଥିପାଇଁ ସେ ମାଆ ତାରିଣୀଙ୍କୁ ଯାଚିଛନ୍ତି ୧୦୮ ନଡ଼ିଆ। ଉପରୋକ୍ତ ଲେଖାପଢ଼ି ଆପଣଙ୍କ ମନରେ ବର୍ଷାକୁ ନେଇ ନାନା ପ୍ରଶ୍ନ ଆସିବଣି। ଆପଣ ଯାହା ଭାବୁଛନ୍ତି ତାହା ଠିକ୍‌ କି ନାଁ ସେ ବିଚାର ଆପଣଙ୍କର। ହେଲେ ଅନୁଭବଙ୍କ ଏହି ବର୍ଷା ଉପାଖ୍ୟାନ୍‌ରେ ତାଙ୍କ ଫ୍ୟାନ୍‌ କିନ୍ତୁ ଖୁବ୍ ମଜା ନେଇଛନ୍ତି।

ଗତକାଲି ଆଇପିଏଲ୍‌ ଫାଇନାଲ୍ ମ୍ୟାଚ୍ ଅହମଦାବାଦ୍‌ରେ ହେବାର ଥିଲା। ଖେଳାଳି ପ୍ରସ୍ତୁତ ଥିଲେ। ଦର୍ଶକ ବି ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ହେଲେ ମୂଷଳ ଧାରାରେ ବର୍ଷା ସବୁ ବିଗାଡ଼ି ଦେଲା। ଶେଷରେ ଖେଳକୁ ବନ୍ଦ କରିବାକୁ ପଡ଼ିଲା। ଆଉ ଆଇପିଏଲ୍‌ ମ୍ୟାଚ୍‌ ଦେଖୁଥିବା ବେଳେ ବାବୁ ଅନୁଭବଙ୍କୁ ନିରାଶ ହେବାକୁ ପଡ଼ିଲା। ଏହାପରେ ସେ ତୁରନ୍ତ ସୋସିଆଲ୍‌ ମିଡିଆରେ ମଜାଳିଆ ପୋଷ୍ଟ କଲେ।

ସେ ଏକ ଥମ୍ବନେଲ୍ ଥିବା ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା ବର୍ଷା ଧୋଇନେଲା ଆଇପିଏଲ୍ ମ୍ୟାଚ୍। ଅନୁଭବ ଏହି ଫଟୋ ପୋଷ୍ଟ କରି କ୍ୟାପ୍‌ସନ ଦେଇଥିଲେ ଓଃ ହୋ..କେବେ ସୁଧୁରିବ ?  ଅନୁଭବଙ୍କର ମଜାଳିଆ ପୋଷ୍ଟରେ ନେଟିଜେନ୍ସ ଯାହା ବୁଝିବା କଥା ବୁଝିଗଲେ।

ଜଣେ ୟୁଜର ଲେଖିଛନ୍ତି ଆଜିକାଲି ବର୍ଷା ବଡ଼ ହଇରାଣ କରୁଛି। ଆମ ଆମ୍ବ ଗଛରୁ ସବୁ ଆମ୍ବ ଝଡ଼େଇ ଦେଲା. ବର୍ଷା ଏକା ଆସନ୍ତା କି ତା ସାଙ୍ଗରେ କାଳ ବୈଶାଖୀକୁ ବି ନେଇ ଆସୁଛି।

ସେହିପରି ଜ୍ୟାକ୍‌ଲିନ ପରିଡ଼ା ନାମକ ଆଉ ଜଣେ ୟୁଜର ଲେଖିଛନ୍ତି ଯେ ବିନା ଅଶ୍ରାବ୍ୟ ଶବ୍ଦରେ କାହାକୁ କିପରି ରୋଷ୍ଟ କରିହେବ ତାହା ଏହି ପୋଷ୍ଟରୁ ଶିଖିବାକୁ ମିଳିବ। ପ୍ରକୃତରେ ଖୁବ୍ ଭଲ ଲାଗିଲା।  

बीजेडी सांसद अनुभव मोहंती के खिलाफ पत्नी ने किया घरेलू हिंसा का केस, 7  सितंबर को होगी सुनवाई - Domestic violence case slapped against MP Anubhav  Mohanty by actor wife Barsha ...

ପଢ଼ନ୍ତୁ- ରିଲିଜ୍‌ ହେଲା ପ୍ରଥମ କାଶ୍ମୀରୀ-ବଲିଉଡ ଫିଲ୍ମ: ଦେଖିବାକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ

ବର୍ଷାକୁ ନେଇ ଅନୁଭବ ଏଇ ଗୋଟିଏ ପୋଷ୍ଟ କରି ନାହାନ୍ତି। ଆଜି(ମେ ୨୯) ଦୁଇ ଘଣ୍ଟା ପୂର୍ବରୁ ମଧ୍ୟ ଅନୁଭବ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଆଉ ଏକ ପୋଷ୍ଟ କରିଛନ୍ତି। ଏଥିରେ ମଧ୍ୟ ସେ ଆଇପିଏଲ୍‌ରେ ସମ୍ଭାବ୍ୟ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଏଥିପାଇଁ ଆଇପିଏଲ୍ ହ୍ୟାସ୍ ଟ୍ୟାଗ୍‌ ସହ ସେ ଲେଖିଛନ୍ତି “ବର୍ଷା ଆଉ ହଇରାଣ ନ କରିବାକୁ ପାଇଁ ମାଆ ତାରିଣୀଙ୍କୁ ୧୦୮ ନଡ଼ିଆ ଯାଚିଛି।”

ହେଲେ ଲାଗୁଛି ଅନୁଭବଙ୍କ ଯାଚନା ବୋଧ୍‌ହୁଏ ମାଆ ତାରିଣୀଙ୍କ ପାଖରେ ପହଞ୍ଚିଲା ନାହିଁ। ଆଜି ବି ବର୍ଷା ବାଧକ ସାଜିଛି। ଖେଳ ଅଧାରୁ ଅଟକିଛି। ଟସ୍‌ ହାରି ଗୁଜରାଟ ପ୍ରଥମେ ବ୍ୟାଟିଂ ଚେନ୍ନାଇ ୨୧୫ ରନ୍‌ ଟାର୍ଗେଟ୍ ଦେଇଛି। ଖବର ଲେଖାଯିବା ସୁଦ୍ଧା ଚେନ୍ନାଇ ୩ ବଲ୍‌ ଖେଳି ମାତ୍ର ୪ ରନ୍‌ କରିଥିବା ବେଳେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି।

ନେଟିଜେନ୍ସ ଆଇପିଏଲ୍‌ ନଦେଖି ନିରାଶ ହୁଅନ୍ତୁ ବା ନ ହୁଅନ୍ତୁ ଅନୁଭବଙ୍କ ପୋଷ୍ଟ କିନ୍ତୁ ତାଙ୍କୁ ମଜାକ୍‌ର ଖୋରାକ୍ ଯୋଗାଉଛି। ୧୦୮ ନଡ଼ିଆ ପ୍ରସଙ୍ଗରେ ଶିଶିର କୁମାର ବିଶୋଇ ନାମକ ଜଣେ ଫେସ୍‌ବୁକ ୟୁଜର ମଜାଳିଆ କମେଣ୍ଟ ଦେଇଛନ୍ତି। ସେ ଲେଖିଛନ୍ତି “ଭାଇ ବର୍ଷା ଆଉ ହଇରାଣ କରିବନି ଆଇପିଏଳ୍ ଫାଇନାଲ ହେଇଯିବ। ତମେ କିନ୍ତୁ ମାଆ ତାରିଣୀଙ୍କ ପାଖକୁ ଯାଇ ୧୦୮ ନଡ଼ିଆ ଅର୍ପଣ କରିବ। ଆଉ ତାର ଭିଡିଓ ବି ଅପ୍‌ଲୋଡ୍ କରିବ। ଓଡ଼ିଶାବାସୀ ନହେଲେ ଭଲ ଅନୁଭବ କରିବେନି।”

ତେବେ ଅନୁଭବଙ୍କର ଏଇ ବର୍ଷା ପୋଷ୍ଟରେ ଲଗ୍ନଜିତ ନାମକ ଜଣେ ୟୁଜର ଅନୁଭବଙ୍କୁ ନୀତି ନୈତିକତାର ପାଠ ପଢ଼ାଇଛନ୍ତି। ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ ସେ ଲେଖିଛନ୍ତି ଯେ ଆପଣ ଜଣେ ସାଂସଦ। ତାର ମର୍ଯ୍ୟାଦା କାଏମ ରଖନ୍ତୁ। ଚାଲି ନ ଜାଣି ବର୍ଷାର (ଓ କ୍ଷମା କରିବେ ବାଟ)ର ଦୋଷ।

କେବଳ ଏଇ କିଛି ପୋଷ୍ଟ ନୁହେଁ, ଅନୁଭବଙ୍କର ‘ରିଅଲ୍ ସାବିତ୍ରୀ V/S ଫେକ୍ ସାବିତ୍ରୀ’ ପୋଷ୍ଟ ମଧ୍ୟ ଖୁବ୍ ଭାଇରାଲ୍ ହୋଇଥିଲା। ଏଥିରେ ସେ ପ୍ରକୃତ ସାବିତ୍ରୀର କର୍ତ୍ତବ୍ୟ କହିବା ସହ ନକଲି ସାବିତ୍ରୀଙ୍କୁ ସମାଲୋଚନା କରିଛନ୍ତି। ତେବେ ଅନୁଭବ କାହାକୁ ସମାଲୋଚନା କରୁଥିଲେ ? ନେଟିଜେନ୍ସ ଅନୁଭବଙ୍କ ପୋଷ୍ଟରେ କଣ ଅର୍ଥ ବାହାର କଲେ ସେ କଥା ସେମାନେ ଜାଣିଥିବେ।

ଏବେ କିନ୍ତୁ ବର୍ଷା ଯେ ଅନୁଭବଙ୍କ ପିଛା ଛାଡ଼ୁନି ତାହା ତାଙ୍କ ପୋଷ୍ଟରୁ ଜଣାପଡ଼ୁଛି। ବିଦେଶରେ ହେଉ କି ଦେଶରେ ବର୍ଷାର ଭୂତ ଅନୁଭବକୁ ଯେମିତି ଗୋଡ଼ାଉଛି। ଆଜିର ମ୍ୟାଚ୍‌ରେ ବି ପୁଣି ବର୍ଷା ବାଧକ ସାଜିଛି। ତେଣୁ ବାବୁ ଅନୁଭବ ଟେନ୍‌ସନରେ ପଡ଼ିଯିବେଣି। ସେପଟେ ନେଟିଜେନ୍ସ କିନ୍ତୁ ସବୁ ବୁଝିସାରିବେଣି। ଏ ପବ୍ଲିକ୍‌ ହେ ବସ୍‌ ସବ୍‌ ଜାନ୍‌ତା ହେ।

CSK vs GT IPL 2023 Final: What happens if rain washes out reserve day |  Sports News,The Indian Express

   Related Posts