ଅନୁଭବଙ୍କ ନୂଆ ଭିଡିଓ, କହିଲେ- ଛାଡ଼ପତ୍ର ଦିନ ହେବ ମୋର ପୂନର୍ଜନ୍ମ
24/12/2022 at 7:28 PM

ଭୁବନେଶ୍ୱର: ଜନ୍ମ ଦିନରେ ନୂଆ ଭିଡିଓ ଜାରି କଲେ ସାଂସଦ ଅଭିନେତା ଅନୁଭବ ମହାନ୍ତି। ଯେଉଁଦିନ ମୋର ଡିଭୋର୍ସ ହେବ ସେହିଦିନ ମୋର ପୂନର୍ଜନ୍ମ ହେବ ହେବ ବୋଲି ଭିଡିଓରେ କହିଛନ୍ତି ଅନୁଭବ। ଭିଡିଓରେ ଅନୁଭବ ମହାନ୍ତି ନିଜର ଅଗଣିତ ପ୍ରସଂଶକ ତଥା ଶୁଭେଚ୍ଛୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଜନ୍ମ ଦିନରେ ମତେ ଦେଇଥିବା ଭଲ ପାଇବା ପାଇଁ ମୁଁ ଚିର ଋଣି ବୋଲି କହିଛନ୍ତି। ଏହାସହ ଜନ୍ମ ଦିନ ସେଲିବ୍ରେସନ ପାଳିବାକୁ ଶୁଭେଚ୍ଛୁଙ୍କୁ ମନା କଲେ ଅନୁଭବ।
ଅନୁଭବ କହିଛନ୍ତି, ‘ଏହି ସ୍ନେହ ଶ୍ରଦ୍ଧାକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବିନି। ଆଜି ଡିସେମ୍ବର ୨୪ ତାରିଖ ମୋର ଜନ୍ମ ଦିନ। ଚଳିତବର୍ଷ ଆମ ଘରର ମୂରବୀ ତଥା ମୋର ବଡବାପାଙ୍କ ଦେହାନ୍ତ ହୋଇଛି। ଏହାସହ ବିଗତ ସାଢେ ୩ ବର୍ଷ ଧରି ମୁଁ ବ୍ୟକ୍ତିଗତ ଭାବେ ଯେଉଁ ସ୍ଥିତି ଦେଇ ଗତି କରୁଛି, ଏହାକୁ ନେଇ ମୁଁ ଓ ମୋର ପରିବାର ଓ ଆପଣମାନେ ଖୁବ ଚିନ୍ତିତ। ଯେଉଁଦିନ ମୋର ଡିଭୋର୍ସ ହେବ ସେହିଦିନ ମୋର ପୂନର୍ଜନ୍ମ ହେବ। ସେହିଦିନ ମୁଁ ମୋର ଜନ୍ମଦିନ ପାଳିବି’।