scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାଂସଦ ଅନୁଭବଙ୍କୁ ଅଦାଲତକୁ ଟାଣିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ, ନିର୍ଯାତନା ଅଭିଯୋଗ କରି ଭରଣ ପୋଷଣ ପାଇଁ କରିଛନ୍ତି କେସ୍

5/09/2020 at 6:20 PM

କଟକ, ୦୫।୦୯:    ଅଭିନେତାରୁ ରାଜନେତା  ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଵିରୋଧରେ  ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଗୁରୁତର ଅଭିଯୋଗ ।  ପତି-ପତ୍ନୀ ବିବାଦ କେବଳ ଅଭିଯୋଗରେ ରହିନି, ଅଦାଲତକୁ ଆସିଛି । ଵର୍ଷା ପ୍ରିୟଦର୍ଶିନୀ ସ୍ୱାମୀ ଅନୁଭଵଙ୍କଠାରୁ ଭରଣ ପୋଷଣ ଦାଵି କରି କଟକ ଏସ୍ ଡି ଜେ ଏମଙ୍କ ଅଦାଲତରେ ମାମଲା କରିଛନ୍ତି। ଘଟଣାଟି ଏବେ ରାଜନୈତିକ ତଥା ସାଧାରଣ ମହଲରେ ବି ଜୋର୍ ଚର୍ଚ୍ଚାର ବିଷୟ ପାଲଟିଛି ।

ଵର୍ଷା ତାଙ୍କ ପିଟିସନରେ ସ୍ୱାମୀ ଅନୁଭବଙ୍କ ବିରୋଧରେ ଏକାଧିକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଭିନ୍ନ ଦଫାରେ ଅନୁଭବଙ୍କ ବିରୋଧରେ ମୋକଦ୍ଦମା ହୋଇଥିବା ଜଣାଯାଇଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାଂସଦ ସ୍ୱାମୀ ଅନୁଭବଙ୍କଠାରୁ ନିଜର ଭରଣ ପୋଷଣ ଆକାରରେ ଘରଭଡା ଵାଵଦକୁ ୨୦ହଜାର ଟଙ୍କା,ମାସିକ ଭରଣ ପୋଷଣ ପାଇଁ ୫୦ହଜାର ଟଙ୍କା, କ୍ଷତିପୁରଣ ଵାଵଦକୁ ୧୩କୋଟି ଟଙ୍କା, ନିଜର ଚିକିତ୍ସା ଖର୍ଚ୍ଚ ତଥା ନିଜ ରୋଜଗାର ହରାଇଵା କାରଣ ଲାଗି ସ୍ୱାମୀ ଅନୁଭବଙ୍କଠାରୁ ୨କୋଟି ଟଙ୍କା ଦାଵି କରିଛନ୍ତି ।

ତେଵେ ଵର୍ତ୍ତମାନ ପରିସ୍ଥିତିରେ ଵର୍ଷାଙ୍କ ପରିଵାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଵାକୁ ମନା କରିଦେଇଛନ୍ତି। ସେପଟେ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରତିନିଧିତ୍ୱ କରୁଥିବା ଅନୁଭଵ କହିଛନ୍ତି ଯେ,ଏ ପର୍ଯ୍ୟନ୍ତ ମାମଲାର କୌଣସି ନୋଟିସ ତାଙ୍କ ପାଖରେ ପହଞ୍ଚି ନାହିଁ। ଅନ୍ୟପକ୍ଷରେ  ଆସନ୍ତା ୭ ତାରିଖ ଦିନ କଟକ ଏସଡିଜେଏମଙ୍କ କୋର୍ଟରେ ବର୍ଷା ପ୍ରିୟଦର୍ଶିନୀଙ୍କ ଆବେଦନ ଉପରେ ଶୁଣାଣି ହେବ ବୋଲି ଜଣାଯାଇଛି ।

   Related Posts