ନୂଆଦିଲ୍ଲୀ ୨୦/୦୫ : କଣ ଆପଣ ଜାଣିଛନ୍ତି 3ଲକ୍ଷ ଟଙ୍କାରୁ 100କୋଟି କେମିତି ଆୟ କରିବେ। ତାହେଲେ ଏହାର ଜବାବ ଆସିବ କଠିନ ପରିଶ୍ରମ। ସେମିତି ଦୁଇ ବନ୍ଧୁ ଏହାକୁ ପ୍ରମାଣ କରି ଦେଖାଇଛନ୍ତି। ଅଭିନବ ଦୁବେ ଓ ଆନନ୍ଦ ନାୟକ କଡ଼ା ପରିଶ୍ରମ କରି ହୋଇଛନ୍ତି 100 କୋଟିର ମାଲିକ। ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ସୂପ୍ନ ଥାଏ ତାଙ୍କ ପୁଅ ପାଠ ପଢ଼ି ଡାକ୍ତର, ଇଞ୍ଜିନିୟର କିମ୍ବା IAS ଅଫିସର ହେବ। ଏହି ସ୍ୱପ୍ନ ଅଭିନବ ଦୁବେଙ୍କ ପରିବାର ବି ଦେଖିଥିଲେ। କିନ୍ତୁ ଅନୁଭବଙ୍କ ରାସ୍ତା ଥିଲା ଟିକେ ହଟକେ। ଆଉ ସେଇଠୁ ଆରମ୍ଭ ହେଲା ‘ଚା ସୂଟ୍ଟା ବାର୍’ର ଯାତ୍ରା।
{"id":789143,"width":828,"height":558,"sizeSlug":"full","linkDestination":"none"}
ଚାଲନ୍ତୁ ଆରମ୍ଭ କରିବା ଗରମା ଗରମ ଚା’ ରୁ। ଦେଶର ପ୍ରତି ଘରେ, ରାସ୍ତା ଘାଟ, ଚା ଟପୋରୀ ଓ ଅଫିସ ସବୁଠି ଚା। ମୁଣ୍ଡ ବିନ୍ଧା ହେଉକି , କ୍ରାନ୍ତ ଲାଗିଲେ ଲୋକମାନେ ପିଅନ୍ତି ଚା। ପ୍ରମୋସନରେ ଚା, ସେଲିବ୍ରେସନରେ ବି ଚା। ଅନେକ ଲୋକ ତ ପୂରା ଚା ପିଇବାରେ ଅଭ୍ୟସ୍ଥ। ଏହି ଚାକୁ ଅନୁଭବ ଓ ଆନନ୍ଦ ନିଜ ବ୍ୟବସାୟରେ ଲଗାଇ ଆୟ କଲେ କୋଟି କୋଟି ଟଙ୍କା। ଆଉ ନିଜ ନାଁରେ ଲେଖିଲେ ଏକ ସଫଳତାର କାହାଣୀ। ଅନୁଭବ 23 ବର୍ଷ ବୟସରେ ୧୫୦ କୋଟି ଟଙ୍କାର କାରବାର ସହିତ ନିଜ କମ୍ପାନୀ ଆରମ୍ଭ କରିବାରେ ହୋଇଛନ୍ତି ସଫଳ।
{"id":789144,"width":829,"height":474,"sizeSlug":"full","linkDestination":"none"}
ଅନୁଭବ ଦୁବେ ଏବଂ ଆନନ୍ଦ ନାୟକ ମଧ୍ୟପ୍ରଦେଶର ରିୱାର ବାସିନ୍ଦା। ଦୁହେଁ ପିଲାଦିନର ବନ୍ଧୁ। ଅନୁଭବଙ୍କ ବାପା ଜଣେ ବ୍ୟବସାୟୀ ଥିଲେ। ସେ ଚାହୁଁ ନଥିଲେ ତାଙ୍କ ପୁଅ ବ୍ୟବସାୟ କରୁ, ସେ ଚାହୁଁଥିଲେ ତାଙ୍କ ପୁଅ IAS ଅଧିକାରୀ ହୁଅନ୍ତୁ। ତେଣୁ ସେ ଅନୁଭବଙ୍କୁ UPSC ପ୍ରସ୍ତୁତି ପାଇଁ ଦିଲ୍ଲୀ ପଠାଇଥିଲେ। CA ପରୀକ୍ଷାରେ ବିଫଳ ହେବା ପରେ ଅନୁଭବ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲେ କିନ୍ତୁ ସେ ଅନୁଭବ କଲେ ଯେ ସେ ଚାକିରି ପାଇଁ ନୁହେଁ ବରଂ ବ୍ୟବସାୟ ପାଇଁ। 2016ରେ, ଅନୁଭବ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ବନ୍ଦ୍ କରି ବ୍ୟବସାୟ ପ୍ରତିଷ୍ଠା କରିବାକୁ ନେଇଥିଲେ ନିଷ୍ପତ୍ତି । ଏହି ବିଷୟରେ ସେ ଆନନ୍ଦ ନାୟକଙ୍କ ସହ କରିଥିଲେ ଆଲୋଚନା। କିନ୍ତୁ ତାଙ୍କ ପାଖରେ ଅଧିକ ଟଙ୍କା ନଥିଲା। ଦୁହେଁ କୌଣସି ପ୍ରକାରେ 3ଲକ୍ଷ ଟଙ୍କା କଲେ ଯୋଗାଡ଼। ପରେ ସେମାନେ ନିଜ ନିଜ ଚା ବ୍ୟବସାୟ ଆରମ୍ଭ କରିବାକୁ ସ୍ଥିର କଲେ। ଗର୍ଲ୍ସ ହଷ୍ଟେଲ ସାମ୍ନାରେ ଅନୁଭବ ତାଙ୍କର ପ୍ରଥମ ଚା ଷ୍ଟଲ ଖୋଲିଥିଲେ।
{"id":789145,"sizeSlug":"full","linkDestination":"none"}
ସେମାନେ ଖୁବ୍ କମ୍ ବଜେଟରେ କାମ ଆରମ୍ଭ କରିଥିଲେ। ସେଥିପାଇଁ ଅଭିନବ ଏବଂ ଆନନ୍ଦଙ୍କ ପାଖରେ ମାର୍କେଟିଂ, ଇଣ୍ଟେରିୟର ଡିଜାଇନ ଏବଂ ବ୍ରାଣ୍ଡିଂ ଭଳି ଜିନିଷ ପାଇଁ ସେମାନଙ୍କ ପାଖରେ ଟଙ୍କା ନଥିଲା। ବନ୍ଧୁଙ୍କ ପୁରୁଣା ଆସବାବ ପତ୍ରକୁ ଋଣରେ ନେଇ ଇନ୍ଦୋରର ଏକ ହଷ୍ଟେଲ ସାମ୍ନାରେ ନିଜ ସେଟଅପ୍ ବସାଇଲେ। ବ୍ୟାନର ଛାପିବା ପାଇଁ ଟଙ୍କା ନ ଥିବାରୁ ସେ କାଠର ବର୍ଜ୍ୟବସ୍ତୁରେ ହାତରେ ଲେଖିଥିଲେ "ଚାୟ ସୂଟ୍ଟା ବାର"। ନାଁ ଏବଂ ଥିମ୍ ଯୁବକମାନଙ୍କ ସହିତ ଥିଲା ସମାନ।
{"id":789146,"width":828,"height":623,"sizeSlug":"full","linkDestination":"none"}
ଆଜି ଅନୁଭବ ଏବଂ ଆନନ୍ଦ ଦେଶର 195ଟି ସହରରେ 400ରୁ ଅଧିକ ଚାୟ ସୂଟ୍ଟା ବାର ଆଉଟଲେଟ୍ ଖୋଲିଛନ୍ତି। ଦୁବାଇ, ବ୍ରିଟେନ, କାନାଡା ଏବଂ ଓମାନ ଭଳି ଦେଶ ସମେତ ଚାୟ ସୂଟ୍ଟା ବାର ବିଦେଶରେ ପହଞ୍ଚିଛି। ଯାହାକ ବାର୍ଷିକ କାରୋବାର ପ୍ରାୟ ୧୫୦ କୋଟି ଟଙ୍କା।
‘ଚାୟ ସୂଟ୍ଟା ବାର’ ଅନେକ କୁମ୍ଭାର ପରିବାର ପାଇଁ ବ୍ୟବସାୟର ସୁଯୋଗ ସୃଷ୍ଟି କରିଛି। ଅନୁଭବଙ୍କ ଟିମ୍ ରେ ଆଜି ୧୫୦ରୁ ଅଧିକ ଲୋକ କାମ କରୁଛନ୍ତି। ଯେଉଁଥିରେ ଏମବିଏ ଏବଂ ଇଞ୍ଜିନିୟର ସାମିଲ୍।