ବର୍ଷା ଅନୁଭବ ବିବାଦ ମାମଲା, ଶୀଘ୍ର ଶୁଣାଣି ସାରିବାକୁ ଅପିଲ୍ କଲେ ସାଂସଦ
4/10/2023 at 6:05 PM

କଟକ ୦୪/୧୦: ବହୁଚର୍ଚ୍ଚିତ ବର୍ଷା ଅନୁଭବ ବିବାଦ ମାମଲା । ଅନୁଭବ ଦାୟର କଲେ ଆଉ ଏକ ପିଟିସନ । ବର୍ଷାଙ୍କ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଅପିଲ୍ କରିଛନ୍ତି ଅନୁଭବ । ଅନୁଭବଙ୍କ ନାଁରେ ଦାୟର ହୋଇଛି ଘରୋଇ ହିଂସା ମାମଲା । ତେବେ ଏହା ରାଜନୈତିକ କ୍ୟାରିୟରକୁ ବିଗାଡିବ ଲାଗି ଉଦ୍ଦିଷ୍ଟ ବୋଲି ଦାୟର ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ।
ସୂଚନା ଥାଉକି, କୋର୍ଟରେ ହାଜର ହୋଇଥିଲେ ଅଭିନେତ୍ରୀ ବର୍ଷା । ପାରିବାରିକ ହିଂସା ମାମଲାକୁ ନେଇ ଉଭୟ କୋର୍ଟରେ ହାଜରେ ହେବାର ଥିଲା । ଗତ ମାସ ୨୫ ତାରିଖରେ ଉଭୟଙ୍କୁ କାଉନସେଲିଂ ପାଇଁ ଡକରା ହୋଇଥିଲା । ଉଭୟ ହାଜର ବି ହୋଇଥିଲେ ।
ପାରିବାରିକ ହିଂସାର ଶୀକାର ହୋଇଥିବା ଅଭିଯୋଗ ଆଣି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାଁରେ ମୋକଦ୍ଦମା ଦାୟର କରିଛନ୍ତି । ତେବେ ମାମଲାର ଶୁଣାଣି କରିବା ଆଗରୁ ଉଭୟ ପକ୍ଷରୁ କାଉଁସେଲିଂ କରାଯାଇଛି । କିନ୍ତୁ ତାର ନିର୍ଯ୍ୟାସ କଣ ବାହାରିଲା ତାହା ଜଣାପଡିନି ।