ପୂଜାରେ ରିଲିଜ୍ ହେବ ଅନୁଭବଙ୍କ ପ୍ରେମକୁମାର

Published By : Prameya-News7 Bureau | September 11, 2018 IST

ଦୁର୍ଗା ପୂଜାରେ ରିଲିଜ୍ ହେବାକୁ ଯାଉଛି ଅନୁଭବଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ପ୍ରେମକୁମାର । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ପ୍ରଥମେ ରଜରେ ମୁକ୍ତିଲାଭ କରିଥାନ୍ତା । କିନ୍ତୁ ସୁଟିଂ ସେଟ୍-ରେ ଅନୁଭବ ଆହତ ହୋଇଯିବା କାରଣରୁ ଫିଲ୍ମର ସୁଟ୍ ଅଧାରେ ବନ୍ଦ ହୋଇଗଲା । ପାଖାପାଖି ୨ ମାସର ବିଶ୍ରାମ ପରେ ଅନୁଭବ ପ୍ରେମକୁମାରର ସୁଟିଂ ପୁରା କରିଛନ୍ତି । ତେବେ ନିକଟରେ ଏହି ଫିଲ୍ମର ଅଡିଓ ରିଲିଜ୍ କରାଯାଇଛି । ଅଡିଓ ରିଲିଜ୍ ଫଙ୍କସନ୍-ରେ ଫିଲ୍ମର ସମସ୍ତ କାଷ୍ଟ ଏବଂ କ୍ରିୟୁ ଉପସ୍ଥିତ ରହି ଏହାର ଅଡିଓ କ୍ୟାସେଟ୍ ଉନ୍ମୋଚନ କରିଥିଲେ । ତେବେ ପ୍ରେମାନନ୍ଦ ଫିଲ୍ମର ଗୀତ ସଜାଇଥିବା ବେଳେ ହ୍ୟମାନ୍ ସାଗର, ଅନନ୍ୟା, ଦିପ୍ତିରେଖା, ସତ୍ୟଜିତ୍ ଓ ଋତୁରାଜ ଗୀତ ପାଇଁ କଣ୍ଠଦାନ କରିଛନ୍ତି । ପ୍ରେମକୁମାରରେ ଅନୁଭବ ଜଣେ ସେଲସ୍ ମ୍ୟାନ୍ ଚରିତ୍ରରେ ନଜର ଆସିବେ। ଏବଂ ଅନୁଭବଙ୍କ ବିପକ୍ଷରେ ଶିବାନୀ ଓ ତମନ୍ନା ଅଭିନୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.